ରାଜ୍ୟ ପରିବହନ ବିଭାଗର ନିଷ୍ପତ୍ତି ଏପ୍ରିଲ ପହିଲାରୁ ସବୁ ଗାଡ଼ିରେ ବାଧ୍ୟତାମୂଳକ ଭାବେ ଲାଗିବ ହାଇ ସିକ୍ୟୁରେଟି ବା ଉଚ୍ଚ…..

Spread the love

ରାଜ୍ୟ ପରିବହନ ବିଭାଗର ନିଷ୍ପତ୍ତି ଏପ୍ରିଲ ପହିଲାରୁ ସବୁ ଗାଡ଼ିରେ ବାଧ୍ୟତାମୂଳକ ଭାବେ ଲାଗିବ ହାଇ ସିକ୍ୟୁରେଟି ବା ଉଚ୍ଚ ସୁରକ୍ଷା ସମ୍ପର୍ଣ୍ଣ ନମ୍ବର ପ୍ଲେଟ । ଏଥି ସହିତ ସମସ୍ତ ପୁରୁଣା ଗାଡିମାନଙ୍କରେ ମଧ୍ୟ ଏହି ନମ୍ବର ପ୍ଲେଟ ଲାଗିବାର ଘୋଷଣା କରାଯାଇଛି । ଯାହାକୁ କି ସ୍ୱାଗତ କରିଛନ୍ତି ସଡକ ସୁରକ୍ଷା କର୍ମୀ । ତ ଆସନ୍ତୁ ଜାଣିବା ସିକ୍ୟୁରେଟି ବା ଉଚ୍ଚ ସୁରକ୍ଷା ସମ୍ପର୍ଣ୍ଣ ନମ୍ବର ପ୍ଲେଟ ବିଷୟରେ ବିଷଦ ବିବରଣୀ …

ଅପେକ୍ଷାର ହେବ ଅନ୍ତ, 2012ରୁ ବିଚାର ପ୍ରକ୍ରିୟା କାରଣରୁ ଅଟକି ଥିଲା ଏହି ନିୟମ । କିନ୍ତୁ ବହୁ ପ୍ରତିକ୍ଷାର ଅନ୍ତ ଘଡି ଏପ୍ରିଲ ପହିଲାରୁ ସମସ୍ତ ନୂଆ ଗାଡିମାନଙ୍କରେ ବାଧ୍ୟତାମୂଳକ ଭାବେ ଲାଗିବ ନୂଆ ପ୍ରକାର ନମ୍ବର ପ୍ଲେଟ । ପର୍ଯ୍ୟାୟ କ୍ରମେ ପୁରୁଣା ଗାଡିମାନଙ୍କର ମଧ୍ୟ ଏହିପରି ବ୍ୟବସ୍ଥା ପାଇଁ ବିଜ୍ଞପ୍ତି କରାଯାଇଛି । କେନ୍ଦ୍ର ପରିବହନ ବିଭାଗ ଅନୁସାରେ ଏହା କାର୍ଯ୍ୟକାରୀ ହୋଉଛି ।

1. ରାଜ୍ୟ ପରିବାହନ ବିଭାଗଙ୍କ ସୂଚନା ଅନୁସାରେ ଗାଡିର ଏକ ହାଇ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିବ ଏକ ୟୁନିଫୋର୍ମ ପ୍ୟାଟନ ନମ୍ବର ସହ ।

2. ସୁରକ୍ଷା ପାଇଁ ଲାଗିବ ଏଥିରେ ସ୍ନାପ ଲକ୍ ଯାହାକୁ ଜାଲ କରିବା ବହୁତ ମୁସ୍କିଲ ଅଟେ ।

3. ନମ୍ବର ପ୍ଲେଟରେ ସାତ ଅଙ୍କ ବିଶିଷ୍ଟ ଲେଜର କୋଡ଼ (Lessor Code) ରହିବ । ସେହି ଲେଜର କୋଡ଼ରୁ ହିଁ ମିଳିବ ଗାଡି ବିଷୟରେ ସବିଶେଷ ତଥ୍ୟ ।

4. HSNP(HIGH SECURITY NUMBER PLATE) ଏହା କେବଳ RTO ମଂଜୁର କରିଲେ ହି ଏହି ନମ୍ବର ପ୍ଲେଟ ପରିବହନ ପରିବହନ ବିଭାଗରୁ ଏହି ନମ୍ବର ପ୍ଲଟ ମିଳିପାରିବ । ବିଭିନ୍ନ ପ୍ରକାର fancy style ନମ୍ବର ପ୍ଲେଟକୁ ହଟାଇବା ପାଇଁ uniform pattern ନମ୍ବର ପ୍ଲେଟ କରାଯାଇଛି ।

5. ପରିବହନ ବିଭାଗଙ୍କ ଅନୁସାରେ ନମ୍ବର ପ୍ଲେଟରେ IND ରହିବ ଏହାର ତଳକୁ ରହିବ ଏକ ସିକ୍ୟୁରିଟି ସ୍କ୍ରିପ୍ଟ । ଏହାକୁ ଜାଲ କରାଯାଇପାରିବ ନାହିଁ ।

6. ଦୁଇ ଚକିଆ ଯାନ ପାଇଁ ନମ୍ବର ପ୍ଲଟ ମୁଲ୍ୟ ରହିବ 130 ରୁ 150 ଟଙ୍କା ।

7. ଚାରି ଚକିଆ ଯାନ ପାଇଁ ନମ୍ବର ପ୍ଲଟର ମୁଲ୍ୟ 300 ରୁ 350 ଟଙ୍କା ରହିବ । ଏହି ଉଛ ସୁରକ୍ଷା ନମ୍ବର ପ୍ଲେଟର ଅବଧି guranty ରହିବ 5ବର୍ଷ ।

ଏହି ବ୍ୟବସ୍ଥା ଫଳରେ ଗାଡି ଚୋରିକୁ ରୋକା ଯାଇପାରିବ । କାରଣ ଏଥିରେ traking cheep ଲାଗି ରହିଛି, ଯାହାଫଳରେ ବହୁତ ସହଜରେ ଜଣା ପଡିବ ଗାଡି କେଉଁଠି ଅଛି । ଏହା ସହ ସହ ସଡକ ଦୁର୍ଘଟଣା ମଧ୍ୟ କିଛିଟା ମାତ୍ରାରେ ରୋକା ଯାଇପାରିବ ।