ରାଜସ୍ଥାନର ବିକାନେର ରେ ବାୟୁସେନା ର ମିଗ-୨୧ ଦୁର୍ଘଟଣା ଗ୍ରସ୍ତ , ପାଇଲଟ ସୁରକ୍ଷିତ ।

Spread the love

ରାଜସ୍ଥାନର ବିକାନେରରେ ଭାରତୀୟ ବାୟୁସେନାର ମିଗ-୨୧ ବିମାନ ଦୁର୍ଘଟଣାର ଶିକାର ହୋଇଛି । ଏହି ଦୁର୍ଘଟଣାରେ ପାଇଲଟ ଅଳ୍ପକେ ବର୍ତିଯାଇଛନ୍ତି । କୁହାଯାଉଛି କି ଲଢେଇ ବିମାନ ମିଗ-୨୧ ଦୁର୍ଘଟଣାରେ ତଳେ ପଡିବା ପୂର୍ବରୁ ପାଇଲଟ୍ ଇଜେକ୍ଟ କରିଦେଲା । ବର୍ତ୍ତମାନ ପାଇଲଟ୍ ସୁରକ୍ଷିତ ଅଛନ୍ତି ବୋଲି ଖବର ଆସୁଛି । ଏହି ଲଢେଇ ବିମାନ ବିକାନେର ପାଖରେ ତଳେ ପଡ଼ିଲା ଓ ଏଥିରେ ନିଆଁ ଲାଗିଗଲା ।

ଆପଣଂକୁ ଜଣାଇ ଦେଉଛୁ ଯେ ଯେତେବେଳେ ପାକିସ୍ତାନ ଭାରତୀୟ ସୈନ୍ୟବାହିନୀ ଅଞ୍ଚଳ ଉପରେ ହବାଇ ଆକ୍ରମଣ କରିବା ପାଇଁ ଚେଷ୍ଟା କରିଥିଲା, ସେତେବେଳେ ଭାରତୀୟ ବାୟୁସେନାର ଲଢେଇ ବିମାନ ମିଗ-୨୧ ବରାବର ଜବାବ ଦେଇଥିଲା । ଭାରତୀୟ ବାୟୁସେନାର ଲଢେଇ ବିମାନ ମିଗ-୨୧ ପାକିସ୍ତାନର ଅତ୍ୟାଧୁନିକ ଲଢେଇ ବିମାନ ଏଫ-୧୬ କୁ ନଷ୍ଟ କରିଦେଇଥିଲା । ଏହାପରେ ଭାରତୀୟ ବାୟୁସେନା ନିଜର ମିଗ-୨୧ ବିମାନର ଖୁବ ପ୍ରଶଂସା କରିଥିଲା ।

ଖବର ଆସୁଛି କି ରାଜସ୍ଥାନର ବିକାନେରର କିଛି ଦୂର ଅଂଚଳରେ ଏହି ବିମାନ ଉଡାଣ ଭରିବା ସମୟ ମଧ୍ୟରେ ଦୁର୍ଘଟଣାର ଶିକାର ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଜଣାପଡି ନାହିଁ । କୋର୍ଟ ଅଫ୍ ଇଂକ୍ୟୁଆରୀ ଉପରେ ଦୁର୍ଘଟଣାର କାରଣ ସାମନାକୁ ଆସିବ । ଏହା ପ୍ରଥମ ଥର ନୁହଁ, ଯେବେ ମିଗ-୨୧ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହା ପୂର୍ବରୁ ମଧ୍ୟ ବହୁତ ଥର ମିଗ-୨୧ ଦୁର୍ଘଟଣାର ଶିକାର ହୋଇ ସାରିଛି । ଜୁଲାଇ ୨୦୧୮ରେ ହିମାଚଳର କାଙ୍ଗଡାରେ ମିଗ-୨୧ କ୍ରାସ୍ ହୋଇଯାଇଥିଲା । ଏହି ଦୁର୍ଘଟଣାରେ ପାଇଲଟ୍ ମିତ କୁମାରଙ୍କ ମୃତ୍ୟୁ ହୋଇଥିଲା ।