ରାଜସ୍ଥାନର ଏହି ମହିଳା ଡ଼ିସିପି, ଯିଏ ଆସାରମଙ୍କୁ ଜେଲ ପଠାଇଥିଲେ ।

Spread the love

ଆଇପିଏସ୍ ଚଞ୍ଚଲ ମିଶ୍ର ଆସାରମଙ୍କ କେସ୍ ର ଯାଞ୍ଚ ଅଧିକାରୀ ଥିଲେ । ଏହି ମହିଳା ପୁଲିସ୍ ଅଧିକାରୀ ଜଣକ ପୀଡ଼ିତା ଝିଅଟିକୁ ନ୍ୟାୟ ଦେବା ପାଇଁ ନିଜର ସବୁ ବଳ ଲଗାଇ ଦେଇଥିଲେ । ସେ ଗୋଟିଏ ହିନ୍ଦୀ ଖବର କାଗଜରେ ନିଜ ସାକ୍ଷାତକାରରେ କହିଥିଲେ, ଏହି କେସ୍ ର ଯାଞ୍ଚ ସମୟରେ କିପରି ସେ ବହୁତ ଗୁଡିଏ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେ କହିଛନ୍ତି, ଆମ୍ଭେମାନେ ୬ ନଭେମ୍ବର ୨୦୧୩ରେ ଚାର୍ଜ ସିଟ୍ ଦାଖଲ କରିଦେଇଥିଲୁ । ପ୍ରଥମ ଯାଞ୍ଚ ଅଧିକାରୀ ମୁଁ ହିଁ ଥିଲି । ବିରୋଧୀମାନେ ୫୫ ଅଲଗା ଅଲଗା ଚାର୍ଜ ସିଟ୍ ଫାଇଲ୍ କରି ସମୟ ଘୁଞ୍ଚାଇ ଘୁଞ୍ଚାଇ ଯାଉଥିଲେ । ଏହି ପରିସ୍ଥିତିରେ ତତତ୍କାଳୀନ ବିଚାରପରି ଭଗବାନ ଦାସ କହିଥିଲେ, “ମୁଁ ଆଉ ଆପଣଙ୍କୁ ହଇରାଣ ହେବା ପାଇଁ ଦେବି ନାହିଁ ।”

ଏହି କେସ୍ ପୁଣି ଥରେ ୯ ଜୁଲାଇ ୨୦୧୫ ରୁ ୧୧ ଜୁଲାଇ ୨୦୧୬ ପର୍ଯ୍ୟନ୍ତ ଚାଲିଥିଲା । ବହୁତ ଦିନ ପର୍ଯ୍ୟନ୍ତ ଅର୍ଥାତ କୋର୍ଟରେ ୫ ଦିନ ପାଇଁ ଟ୍ରାଇଲ୍ ଚାଲୁଥିଲା । ଦ୍ଵିତୀୟ ଦିନ ଛୁଟିରେ ପ୍ରଥମେ କେକଡି ପୋଷ୍ଟିଂ ଓ ପରେ ଭିଲବାଡା ପୋଷ୍ଟିଂ ସମୟରେ ଉଭୟର କାମ ସମ୍ଭାଳୁ ଥିଲି । ପୁଣି ସୋମବାର ଦିନ ଯୋଦ୍ଧାପୁର ଯିବାକୁ ପଡୁଥିଲା । ଏକ ମାସ ଛୁଟି ନେଇ ନଥିଲି କିମ୍ବା ଘରକୁ ମଧ୍ୟ ଯାଇନଥିଲି । ମୁଁ ଯେତିକି ଜାଣିଛି କୌଣସି ଅରପିଏସ୍ ଙ୍କ ଏତେ ଲମ୍ବା ସମୟ ପର୍ଯ୍ୟନ୍ତ ଟ୍ରାଇଲ୍ ସମୟ ରହି ନଥାଏ । ପ୍ରଶ୍ନ ଓ ଉତ୍ତର ୨୦୪ ପୃଷ୍ଟା ବିଶିଷ୍ଟ ଥିଲା । ବିରୋଧୀ ପକ୍ଷ ପଟରୁ ଏହିପରି ପ୍ରଶ୍ନ ପଚରା ଯାଉଥିଲା; ଯାହା ଘଟଣାକୁ ଭଟକାଇବା ପାଇଁ ଚେଷ୍ଟା କରା ଯାଉଥିଲା । ବିରୋଧୀଙ୍କ ଚେଷ୍ଟା ଥିଲେ ମୋତେ ଭଟକାଇ ଦେବା ପାଇଁ କିନ୍ତୁ ମୁଁ ମୋ ଜିଦରେ ଅଟଳ ଥିଲି, ଯେ ମୁଁ ମୋ ନିଜ କର୍ତ୍ତବ୍ୟରେ ଅଟଳ ରହିବି ।

ମୁଁ ପ୍ରଥମେ, ଜଣେ ପୁଲିସ ଅଫିସର ଝିଅକୁ ନ୍ୟାୟ ଦେବା ମୋ ପାଇଁ ପ୍ରଥମ କର୍ତ୍ତବ୍ୟ ଅଟେ । ଏହି କେସ୍ ଟି ପୁଲିସ ଓ ନ୍ୟାୟ ପ୍ରଣାଳୀ ପାଇଁ ବିଶ୍ଵାସ ଭରା ଅଟେ । ପୁଲିସ୍ ଅଫିସରର ପ୍ରଥମ କାର୍ଯ୍ୟ ହେଉଛି ଅପରାଧୀକୁ ଦଣ୍ଡ ଦେବା । ଯଦି କେହି ଅପରାଧ କରିଛି ଓ କାହାକୁ ନ୍ୟାୟ ଦେବାର ଅଛି, ତେବେ ନିଜ କର୍ତ୍ତବ୍ୟ ପାଳନ କରିବା ନିହାତି ଜରୁରୀ ଅଟେ । ତାଲିମ ସମୟରେ ଆମକୁ ଏହା ଶିଖାଯାଇଥାଏ ଯେ, କୌଣସି ପରିସ୍ଥିତିରେ ମଧ୍ୟ ନିଜ କର୍ତ୍ତବ୍ୟରେ ଅବହେଳା କରିବା ଉଚିତ ନୁହେଁ ।

ଆସାରମଙ୍କ କେସର ଶୁଣାଣୀ ଦିନ ମଧ୍ୟାହ୍ନ ୨.୩୦ ସମୟରେ; ଯେତେବେଳେ ନିଜ ଖରାବେଳେ ଖାଇବା ପାଇଁ ନିଜ ଗାଡି ପାଖରେ ଚଞ୍ଚଲ ମିଶ୍ର ପହଞ୍ଚିଥିଲେ । ସେହି ସମୟରେ ଫୋନ ବାଜି ଥିଲା । ସେ ନିଜ ରୁମ୍ କୁ ଫେରି ଯେତେବେଳେ ଟିଭି ଲଗାଇଥିଲେ, ଟିଭି ସ୍କ୍ରୀନରେ ଲେଖା ଯାଇଥିଲା ଆସରାମଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଏହି ସମୟରେ ଚଞ୍ଚଲଙ୍କ ଚେହେରା ଖୁସିରେ ଚମକି ଉଠିଥିଲା । ଏହି ସମୟରେ ଚଞ୍ଚଲଙ୍କ ମାଆ ବୀନା ଫୋନ କରି ସବାସୀ ଦେଇଥିଲେ । ପରେ ପରେ ନିଜ ସିନିୟରମାନେ ଫୋନ କରି ସାବାସି ଦେଇଥିଲେ । ଏହି କେସ୍ ର ଫଇସଲା ପରେ ତାଙ୍କର ଆଖିରେ ମଧ୍ୟ ଲୁହ ଚାଲି ଆସିଥିଲା । ଡିସିପି ଚଞ୍ଚଲ ମିଶ୍ରଙ୍କ ମାଙ୍କ ଚିନ୍ତା ବର୍ତ୍ତମାନ ଦୂର ହୋଇଯାଇଛି । ମଧ୍ୟାହ୍ନ ୨.୩୩ ସମୟରେ ସେ ନିଜ ଝିଅଙ୍କୁ ଫୋନ କରିଥିଲେ ।