ବିବାହିତା ରାଜା ବବର, ଏହି ଅଭିନେତ୍ରୀଙ୍କ ପ୍ରେମରେ ଦିୱାନା ଥିଲେ ! ଏହି ଫିଲ୍ମରୁ ସେମାନଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ।

Spread the love

ରାଜ ବବ୍ବରଙ୍କ ନାମ ବଲିଉଡର ସେହି କଳାକାରଙ୍କ ମଧ୍ୟରେ ଅଛି, ଯେଉଁମାନେ ନିଜର ପ୍ରଚେଷ୍ଟା ଫଳରେ ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି । ସେ କେବଳ ବଲିଉଡରେ ସୁଖ୍ୟାତି ଅର୍ଜନ କରି ନାହାନ୍ତି । ଏହା ବ୍ୟତୀତ ସେ ରାଜନୀତିରେ ମଧ୍ୟ ଚୌକା ଛକା ଲଗେଇବାର ଦେଖା ଦେଇଛନ୍ତି । ନିଜର ୩୮ବର୍ଷ ଫିଲ୍ମ କ୍ୟାରିଅରରେ ବହୁତ ସୁଖ୍ୟାତି ଅର୍ଜନ କରିଛନ୍ତି । ୮୦ ଦଶକର ନାୟକ ରହିଥିବା ରାଜ ବବ୍ବରଙ୍କର ଯୁବତୀମାନେ ଦିୱାନା ଥିଲେ । ତାଙ୍କର କ୍ଷଣିକ ଦୃଷ୍ଟି ପାଇବା ସେହି ଦିନ ମାନଙ୍କରେ ଦର୍ଶକ ଅଧିର ହୋଇ ଯାଉଥିଲେ । ନିଜର ସୁନ୍ଦର ଚାହାଣି ପାଇଁ ବିଶେଷ ପରିଚୟ ସୃଷ୍ଟି କରିଥିବା ରାଜ ବବ୍ବର ଫିଲ୍ମି ଦୁନିଆରେ ୩୮ବର୍ଷର ଅଦ୍ଭୁତ ପାଳି ଖେଳିଛନ୍ତି । ତେବେ ଏହି ଲେଖାରେ ଆପଣଙ୍କ ପାଇଁ କଣ ଅଛି ? ଚାଲନ୍ତୁ ଜାଣିବା –

ବଲିଉଡରେ ନିଜର ମୋହର ଲଗାଇଥିବା ରାଜ ବବ୍ବର ୧୯୮୯ ମସିହାରେ ରାଜନୀତିରେ ପାଦ ରଖିଥିଲେ । ସେ ପ୍ରଥମେ ଜନତା ଦଳରେ ଯୋଗ ଦେଇଥିଲେ, ପରେ ସମାଜବାଦି ପାର୍ଟି ଏବଂ ପୁଣି ବର୍ତ୍ତମାନ କଂଗ୍ରେସ ପାର୍ଟିରେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି । ବଲିଉଡରେ ଏକ ଲମ୍ବା ପାଳି ଖେଳିବା ପରେ ସେ ରାଜନୀତିରେ ମଧ୍ୟ ଏକ ଅନୁଭବୀ ପାଳି ଖେଳୁଛନ୍ତି । ସେ ୨୩ଜୁନରେ ନିଜର ଜନ୍ମ ଦିବସ ପାଳନ କରିଛନ୍ତି । ସେଥିପାଇଁ ଏହି ପରିପ୍ରେକ୍ଷୀରେ ଆମେ ତାଙ୍କ ଜୀବନ ସହ ସମ୍ପୃକ୍ତ ଥିବା କିଛି ବିଶେଷ ଖବର ଆପଣଙ୍କ ପାଇଁ ଆଣିଛୁ ।

ଏହି ଫିଲ୍ମରେ ମଧ୍ୟମରେ ସ୍ମିତାଙ୍କୁ ହୃଦୟ ଦେଇ ଥିଲେ :

ରାଜ ବବ୍ବରଙ୍କ ବ୍ୟକ୍ତିଗତ ଜୀବନ କୌଣସି ଫିଲ୍ମ କାହାଣୀରୁ କମ୍ ନାହିଁ । ସେ ନିଜର ପ୍ରଥମ ବିବାହ ନାଦିରା ବବ୍ବରଙ୍କ ସହ କରିଥିଲେ କିନ୍ତୁ ପର ମୁହୂର୍ତ୍ତରେ ସେ ସ୍ମିତାଙ୍କୁ ପ୍ରେମ କରିଥିଲେ । ଫିଲ୍ମ “ଭିଗି ପଲକେ” ମାଧ୍ୟମରେ ରାଜ ଏବଂ ସ୍ମିତାଙ୍କ ମଧ୍ୟରେ ପ୍ରେମ ହୋଇ ଯାଇଥିଲା, ଯାହା ଯୋଗୁଁ ରାଜ ନିଜର ଘର ପରିବାର ମଧ୍ୟ ଛାଡି ଦେଇଥିଲେ । ସ୍ମିତା ପାଟିଲଙ୍କ ଠାରୁ ରାଜ ବବ୍ବରଙ୍କ ଏକ ପୁତ୍ର ଜନ୍ମ ଲାଭ କରିଥିଲା। ଯାହାଙ୍କ ନାମ ପ୍ରତୀକ ଅଟେ । ସେହି ସମୟରେ ରାଜ ବବ୍ବର ଏବଂ ସ୍ମିତା ପାଟିଲଙ୍କ ପ୍ରେମ କାହାଣୀ ବହୁତ ଚର୍ଚ୍ଚିତ ଥିଲା । କାରଣ ସେମାନେ ନିଜର ଘର ପରିବାର ମଧ୍ୟ ଛାଡି ଦେଇଥିଲେ ।

ସେମାନଙ୍କର ସମ୍ପର୍କ କିଛି ଏହି ପ୍ରକାରରେ ଶେଷ ହୋଇଥିଲା :

ସ୍ମିତା ପାଟିଲଙ୍କୁ ବିବାହ କରିବା ପୂର୍ବରୁ ରାଜ ବବ୍ବର ନାଦିରା ବବ୍ବରଙ୍କୁ ବିବାହ କରିଥିଲେ କିନ୍ତୁ ସ୍ମିତାଙ୍କ ପାଇଁ ସେ ନିଜର ଘର ପରିବାର ଛାଡି ଦେଇଥିଲେ । ଏହି ମଧ୍ୟରେ ସେମାନଙ୍କର ପ୍ରେମ ବହୁତ ଗଭୀର ହୋଇ ଯାଇଥିଲା କିନ୍ତୁ ମଝିରେ ହିଁ ସ୍ମିତାଙ୍କ ମୃତ୍ୟୁ ହୋଇଗଲା ଏବଂ ପୁଣି ରାଜ ବବ୍ବର ନାଦିରାଙ୍କ ପାଖକୁ ସବୁବେଳ ପାଇଁ ଫେରି ଆସିଲେ । ରାଜ ବବ୍ବରଙ୍କ ବ୍ୟକ୍ତିଗତ ଜୀବନ ସବୁବେଳେ ବିବାଦରେ ରହିଥିଲା କିନ୍ତୁ ନିଜର ବୋଧଶକ୍ତି ଦ୍ଵାରା ସେ ନିଜର ଜୀବନକୁ ସମ୍ଭାଳି ଥିଲେ । ସ୍ମିତାଙ୍କ ମୃତ୍ୟୁ ପରେ ରାଜ ବବ୍ବର ପ୍ରତୀକକୁ ନେଇ ନାଦିରାଙ୍କ ପାଖକୁ ଆସିଥିଲେ, ଯାହାପରେ ଉଭୟଙ୍କ ଜୀବନ ଭଲରେ ଚାଲିଲା ।

ରାଜ ବବ୍ବରଙ୍କ ତିନୋଟି ସନ୍ତାନ :

ସ୍ମିତାଙ୍କ ଠାରୁ ରାଜ ବବ୍ବରଙ୍କୁ ଗୋଟେ ପୁତ୍ର ଓ ନାଦିରାଙ୍କ ଠାରୁ ଗୋଟେ ପୁତ୍ର ଏବଂ ଗୋଟେ ପୁତ୍ରୀ ଜନ୍ମ ହୋଇଥିଲା । ଅର୍ଥାତ ରାଜ ବବ୍ବରଙ୍କର ତିନୋଟି ସନ୍ତାନ ଯଥା ପ୍ରତୀକ, ଆର୍ଯ୍ୟ ଏବଂ ଜୁହି ଅଟନ୍ତି । ଏହି ତିନିଜଣଙ୍କ ସହ ରାଜ ବବର ନାଦୀରାଙ୍କ ପାଖରେ ରହୁଛନ୍ତି ଏବଂ ନାଦିରାଙ୍କୁ ନିଜର ପତ୍ନୀ ବୋଲି ସ୍ଵୀକାର କରୁଛନ୍ତି । ସ୍ମିତାଙ୍କ ମୃତ୍ୟୁ ପରେ ସେ ନାଦିରାଙ୍କୁ ସହୃଦୟରେ କ୍ଷମା ମାଗିଥିଲେ ଏବଂ ନାଦିରାଙ୍କ ସହ ରହିବାକୁ ଲାଗିଲେ ।