ସକାଳେ ଉଠି ଏହି ମନ୍ତ୍ରକୁ ୩ ଥର ଜପ କରିଲେ, ଆପଣଙ୍କ ଆର୍ଥିକ ଜନିତ ସମସ୍ୟା ଦୂରେ ହୋଇଥାଏ ଓ ଜୀବନରେ ହସଖୁସିର ଲହରୀ ଖେଳି ଉଠେ ।

Spread the love

ସକାଳେ ଏହି ମନ୍ତ୍ରକୁ ୩ଥର ଜପ କରନ୍ତୁ –

ଆଜିକାଲି ଦୁନିଆରେ ସମସ୍ତେ ଅଧିକ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି, କିନ୍ତୁ ସମସ୍ତଙ୍କ ଭାଗ୍ୟ ଟଙ୍କା ରୋଜଗାରର ସୌଭାଗ୍ୟ ନ ଥାଏ । କେତେକ ଲୋକମାନଙ୍କୁ ବିନା ପରିଶ୍ରମର ଜୀବନରେ ବହୁତ କିଛି ମିଳିଥାଏ ତ’ କେତେକ ଲୋକମାନଙ୍କୁ ଜୀବନରେ ଅନେକ ପରିଶ୍ରମ କରିବା ସତ୍ତ୍ୱେ ମଧ୍ୟ ଧନର ଅଭାବ ଦୁରେଇ ନଥାଏ । ହିନ୍ଦୁ ଧର୍ମର ଶାସ୍ତ୍ରରେ ସକାଳେ ଉଠି କିଛି ବିଶେଷ କାମ କରିବାକୁ କୁହାଯାଇଛି । ଏହି କାର୍ଯ୍ୟ କରିଲେ ଘରେ ସର୍ବଦା ସୁଖ ଓ ଶାନ୍ତିରେ ଦିନ ବିତିଥାଏ ବୋଲି ମାନ୍ୟତା ରହିଛି । କୁହାଯାଏ କି, ଯେଉଁ ଲୋକମନେ ଏହି କାର୍ଯ୍ୟକୁ ସ୍ୱଚ୍ଛ ମନରେ ଧ୍ୟାନପୂର୍ବକ ସକାଳେ ଉଠି କରିଥାନ୍ତି, ସେମାନଙ୍କୁ ଜୀବନରେ କେବେ ମଧ୍ୟ ଧନର ଅଭାବ ହୋଇନଥାଏ ଓ ସେମାନଙ୍କ ଉପରେ ସର୍ବଦା ମାତା ଲଷ୍ମୀଙ୍କ କୃପା ରହିଥାଏ । ବୈଦିକ ଶାସ୍ତ୍ରରେ ଏହା ସ୍ପଷ୍ଠରେ ଲେଖା ହୋଇଛି ଯେ, ଆମେ ଯେଉଁ କକ୍ଷରେ ଶୟନ କରୁ ସେଠାରେ କୌଣସି ଏକ ଭଗବାନଙ୍କ ଫୋଟ ରଖିବା ଆବଶ୍ୟକ । କାରଣ ଏହା ଦ୍ୱାରା ଯେତେବେଳେ ଆମେ ସକାଳେ ଉଠିଥାଉ, ତେବେ ଭଗବାନଙ୍କ ଦର୍ଶନ ହୋଇଥାଏ । ସକାଳେ ଉଠିବା ତୁରନ୍ତ ଭଗବାନଙ୍କ ଦର୍ଶନ ହେଲେ ଦିନ ବହୁତ ଖୁସିରେ ବିତିବ । ଏଭଳି କରିବା ବହୁତ ଶୁଭ ବୋଲି କୁହାଯାଏ ।

ଏହାଛଡା ସକାଳେ ଉଠି ନିଜର ଦୁଇ ହାତକୁ ଦେଖିବା ମଧ୍ୟ ଶୁଭ ବୋଲି ମାନ୍ୟତା ରହିଛି । ଏଭଳି ମାନ୍ୟତା ଅଛି ଯେ, ସକାଳେ ଉଠି ଆମ ହାତକୁ ଦେଖିଲେ ଆମ ଶୁଭ ଭାଗ୍ୟ ବୃଦ୍ଧି ହୋଇଥାଏ । କୁହାଯାଏ କି, ଏଭଳି କରିଲେ ଶରୀରକୁ ସକରାତ୍ମକ ଉର୍ଜ୍ଜା ଆସିଥାଏ । ଏହା ସହ ଆପଣ ଗୋଟିଏ ମନ୍ତ୍ରକୁ ଜପ କରିଲେ ଅନେକ ଫାଇଦା ମଧ୍ୟ ମିଳିଥାଏ । ଦୁଇ ହାତକୁ ଦେଖି ଏହି ମନ୍ତ୍ର ଜପ କରିଲେ, ନିଜ ଭାଗ୍ୟକୁ ପରିବର୍ତ୍ତନ କରି ହୁଏ । ଏହି ମନ୍ତ୍ର ଜପ କରିଲେ ବହୁତ ଶୁଭ ଓ ଦିନଟି ମଙ୍ଗଳମୟ ହୋଇପାରିବ । ତେଣୁ ପ୍ରତ୍ୟେକ ଦିନ ସକାଳେ ଉଠି ଦୁଇ ହାତକୁ ଦେଖି ଏହି ମନ୍ତ୍ରକୁ ଜପ କରନ୍ତୁ ।

କରାଗ୍ରେ ବଶତେ ଲକ୍ଷ୍ମୀଃ କରମଧ୍ୟେ ସରସ୍ୱତୀ ।

କରମୂଳେ ତୁ ଗୋବିନ୍ଦଃ ପ୍ରଭାତେ କରଦର୍ଶନମ୍ ।।

ଏହି ମନ୍ତ୍ରର ଅର୍ଥ ହେଉଛି –

ହାତର ଅଗ୍ର ଭାଗରେ ଦେବୀ ଲଷ୍ମୀ, ମଧ୍ୟରେ ବିଦ୍ୟାଦାତ୍ରୀ ମାଆ ସରସ୍ୱତୀ ଓ ମୂଳରେ ଭଗବାନ ବ୍ରହ୍ମାଙ୍କ ବାସ କରନ୍ତି । ଏଥିପାଇଁ ମୁଁ ମୋ ହାତକୁ ଦର୍ଶନ କରିଥାଏ ।

ଏହି ମନ୍ତ୍ର ଜପ କରିବା ଦ୍ୱାରା ଆମ ଆର୍ଥିକ ସମସ୍ୟାର ସମାଧାନ ହୋଇଥାଏ । ଯଦି ଆପଣଙ୍କ ଧନ ସମ୍ବନ୍ଧୀୟ ସମସ୍ୟା ଗୁଡ଼ିକୁରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ଓ ସର୍ବଦା ନିଜ ପାଖରେ ଯଥେଷ୍ଟ ଧନ ରଖିବା ପାଇଁ ଚାହୁଁଛନ୍ତି, ତେବେ ଆପଣ ମଧ୍ୟ ଏହି ମନ୍ତ୍ରଟି ପ୍ରତ୍ୟେକ ଦିନ ସକାଳେ ଉଠି ନିଜର ଦୁଇ ହାତକୁ ଦେଖି କହି ପାରିବେ । ଆପଣ ସ୍ୱୟଂ ଏହାର ପରିଣାମକୁ ଅନୁଭବ କରି ପାରିବେ । ଏହି ମନ୍ତ୍ରକୁ ଅଧିକାଂଶ ଲୋକମାନେ ଚମତ୍କାର ମନ୍ତ୍ର ମଧ୍ୟ କହିଥାନ୍ତି ।

କିନ୍ତୁ ଗୋଟିଏ କଥାକୁ ବିଶେଷ ରୂପେ ଧ୍ୟାନ ରଖିବେ; ଏହି ମନ୍ତ୍ର ଜପ କରିବା ସମୟରେ ନିଜ ଦୁଇ ହାତ ଉପରେ ହିଁ ନିଜ ଦୃଷ୍ଟି ରହିବା ଆବଶ୍ୟକ । ଏହି ମନ୍ତ୍ରକୁ ତିନିଥର ଜପ କରିବା ପରେ ଦୁଇ ହାତର ପାପୁଲିକୁ ସାମାନ୍ୟ ମନ୍ଥନ କରି ନିଜ ଚେହେରାରେ ସ୍ପର୍ଶ କରିବେ । ଏଭଳି କରିବା ଦ୍ଵାରା ଆପଣଙ୍କୁ ସମସ୍ତ ଦେବାବେବୀଙ୍କ ଆଶୀର୍ବାଦ ମିଳିଥାଏ ଓ ଆପଣଙ୍କର ସାରା ଦିନ ଶୁଭ ହୋଇ ରହିବ । ଏହି ମନ୍ତ୍ର ଜପ କରିଲେ ଆପଣଙ୍କ ଶରୀରରେ ସକରାତ୍ମକ ଉର୍ଜ୍ଜା ବଢ଼ିଥାଏ ।