ବିବାହର ଦୁଇ ଦିନ ପୂର୍ବରୁ ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ପ୍ରେମରେ ବୁଡି ରହିଥିଲେ ରୈନା ! ନାମ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ମୁମ୍ବାଇ – ଭାରତୀୟ କ୍ରିକେଟ ଦଳର ଦୃତ ଗତିରେ ରନ୍ ସଂଗ୍ରହ କରିବା ଖେଳାଳି ମାନଙ୍କ ମଧ୍ୟରେ ସୁରେଶ ରୈନାଙ୍କ ନାମ ମଧ୍ୟ ରହିଛି । ଏହା ସଙ୍ଗେ ସଙ୍ଗେ ଚେନ୍ନାଇ ସୁପର କିଙ୍ଗରେ ମଧ୍ୟ ସୁରେଶ ରୈନାଙ୍କ ଭଲ ପ୍ରଦର୍ଶନ ଉଭୟ ବ୍ୟାଟିଙ୍ଗ ଓ ଫିଲଡିଙ୍ଗରେ ଦେଖିବାକୁ ମିଳୁଛି । ଆଜି ଆମେ ସୁରେଶ ରୈନାଙ୍କ ବିଷୟରେ କିଛି ତଥ୍ୟ ପ୍ରଦାନ କରିବୁ, ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ବର୍ତ୍ତମାନ ସୁରେଶ ରୈନା ବିବାହିତା କିନ୍ତୁ ବଲିଉଡର ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ସହ ତାଙ୍କର ଥିଲା ଆଫେୟାର । ଆସନ୍ତୁ ଜାଣିବା, ସେହି ଅଭିନେତ୍ରୀ ଜଣକ କିଏ ଥିଲେ । ଆପଣଙ୍କୁ ଜଣାଇ ଦେଉଛୁ ଯେ ରୈନା ଗ୍ରାଉଣ୍ଡ ବାହାରରେ ମଧ୍ୟ ନିଜର ବ୍ୟକ୍ତିଗତ ଜୀବନ କୁ ନେଇ ଅଧିକ ଚର୍ଚ୍ଚାରେ ରହିଥାନ୍ତି । ସୁରେଶ ରୈନା ଏବଂ ଶୃତି ହାସନଙ୍କ ଆଫେୟରର ଖବର ଆପଣ ମଧ୍ୟ ଶୁଣି ଥିବେ ।

ହଁ ଆଜ୍ଞା, ଏହା ବିଲକୁଲ ସତ୍ୟ ଅଟେ କି ସୁରେଶ ରୈନା ବାହାଘର ପୂର୍ବରୁ କମଲ ହାସନଙ୍କ ଝିଅ ଶ୍ରୁତି ହାସନଙ୍କୁ ଡେଟ କରୁଥିଲେ । ଆପଣଙ୍କୁ ଜଣାଇ ଦେଉଛୁ ଯେ, କମଲ ହାସନ ସାଉଥର ସୁପର ଷ୍ଟାର ଭାବେ ପରିଚିତ ଥିଲେ । ସେ ଏକ ଭଲ ଅଭିନେତା ଥିଲେ ଏବଂ ତାଙ୍କର ଫିଲ୍ମକୁ ନା କେବଳ ଦେଶରେ ବରଂ ବିଦେଶରେ ମଧ୍ୟ ଲୋକେ ବହୁତ ପସନ୍ଦ କରୁଥିଲେ । କମଲ ହାସନଙ୍କ ଝିଅ ଶ୍ରୁତି ହାସନ ମଧ୍ୟ ସାଉଥ ଏବଂ ବଲିଉଡ ଫିଲ୍ମରେ ଗୋଟିଏ ଭଲ ଅଭିନେତ୍ରୀ ହିସାବରେ ପରିଚିତ ଅଟନ୍ତି ।

କିନ୍ତୁ, ୨୦୧୩ ମସିହାରେ ସୁରେଶ ରୈନା ଏବଂ ଶ୍ରୁତି ହାସନଙ୍କ ଆଫେୟରର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥିଲା । ସେହି ସମୟରେ ସୁରେଶ ରୈନା ଖେଳୁଥିବା ସମସ୍ତ ଆଇପିଏଲ ମ୍ୟାଚରେ ଶ୍ରୁତି ହାସନ ରୈନାଙ୍କ ଟିମକୁ ଚିୟର କରିବାର ଷ୍ଟାଡିୟମରେ ନଜର ଆସୁଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ହୋଇଥିଲା ଏହାପରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ଜଣାଇ ଦେଉଛୁ ଯେ ଶ୍ରୁତି ସାଉଥ ପରେ ବଲିଉଡରେ ନିଜର ଖାସ ସ୍ଥାନ ସୃଷ୍ଟି କରିଥିଲେ । ଶ୍ରୁତି ଏବଂ ତାଙ୍କର ପରିବାର ଅଧିକାଂଶରେ ନିଜର ବୋଲ୍ଡ ପାଇଁ ଚର୍ଚ୍ଚାରେ ରହିଥାନ୍ତି ।

ଏହା ଜଣାଇ ଦେଉଛୁ ଯେ, ରୈନାଙ୍କ ସହ ଆଫେୟର ରଖିବା ପୂର୍ବରୁ ଶ୍ରୁତିଙ୍କ ଆଫେୟାର “ରଙ୍ଗ ଦେ ବାସନ୍ତୀ”ର ଅଭିନେତା ସିଦ୍ଧାର୍ଥ ସହିତ ଥିଲା । ଯଦିଓ, ୨୦୧୧ ମସିହାରେ ଦୁହିଁଙ୍କ ବ୍ରେକଅପ ହୋଇ ଯାଇଥିଲା । ଏହାପରେ ଶ୍ରୁତିଙ୍କ ଲାଇଫରେ ରୈନାଙ୍କ ଏଣ୍ଟ୍ରି ହୋଇଥିଲା । କୁହାଯାଏ କି ଦୁହିଁଙ୍କ ସାକ୍ଷାତ ତାଙ୍କ ବନ୍ଧୁଙ୍କ ଜରିଆରେ ହୋଇଥିଲା । ଶ୍ରୁତି, ସୁରେଶ ରୈନାଙ୍କୁ ଖେଳ ପଡିଆରେ ଦେଖିବାକୁ ବହୁତ ପସନ୍ଦ କରୁଥିଲେ । ଏହି କାରଣ ଯୋଗୁଁ ସେ ୨୦୧୩ରେ ଆଇପିଏଲ ସିଜନ ସମୟରେ ରୈନାଙ୍କ ସମସ୍ତ ମ୍ୟାଚ ଦେଖିବାକୁ ଷ୍ଟାଡିୟମକୁ ଯାଉଥିଲେ ।

ହୁଏତ ଦୁହେଁ ନିଜର ରିଲେସନ କଥାକୁ ମିଡ଼ିଆ ଆଗରେ ସ୍ଵୀକାର କରିନାହାନ୍ତି । କିନ୍ତୁ, ଦୁହିଁଙ୍କୁ ଅନେକ ଥର ବାହାରେ ବୁଲିବାର ଦେଖିବାକୁ ମିଳିଥିଲା । ଆଇପିଏଲ ପରେ ମଧ୍ୟ ଦୁହେଁ ଦୁହିଁଙ୍କ ସହ ମିଶିବାର ଦେଖିବାକୁ ମିଳିଥିଲା । କିନ୍ତୁ, ଯେମିତି କି ଅଧିକାଂଶରେ ବଲିଉଡ ଅଭିନେତ୍ରୀ ଏବଂ କ୍ରିକେଟର୍ସଙ୍କ ପ୍ରେମର ପରିଣତି ହୋଇଥାଏ ଠିକ୍ ସେହିପରି ପରିଣତି ଏମାନଙ୍କର ମଧ୍ୟ ହୋଇଥିଲା । କୌଣସି କାରଣ ପାଇଁ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଗଲେ ।

ଏହାପରେ ସୁରେଶ ରୈନା ୨୦୧୫ ମସିହା ଏପ୍ରିଲ ୩ରେ ପ୍ରିୟଙ୍କା ଚୌଧୁରୀଙ୍କୁ ବିବାହ କରିଥିଲେ । ରୈନା ବର୍ତ୍ତମାନ ନିଜର ପରିବାର ଉପରେ ଅଧିକ ଫକୋସ୍ କରୁଛନ୍ତି । ରୈନା ଅଧିକାଂଶରେ ପରିବାର ସାଥିରେ ନିଜର ଫୋଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ରୈନାଙ୍କ ଝିଅର ନାମ ଗ୍ରୋସିୟା ଅଟେ ।