ରାହୁଲ ଗାନ୍ଧୀଙ୍କ ନୂଆ ଯୋଜନା, ଲୋକସଭା ନିର୍ବାଚନରେ ମୋଦିଙ୍କୁ ଏଭଳି ହରେଇବେ ।

Spread the love

ଭୋପାଳ, ମଧ୍ୟପ୍ରଦେଶରେ ଗତ ୧୫ ବର୍ଷରୁ ବିଜେପିର ଶାସନ ଚାଲୁଛି । ବିଜେପି ସରକାରକୁ ହରେଇବାପାଇଁ କଂଗ୍ରେସ ଯେଉଁ ସଫଳ ନୀତି ଅପଣାଇ ଥିଲା, ପାର୍ଟୀର ରାଷ୍ଟ୍ରୀୟ ଅଦ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ସେହି ନୀତି ସାହାଯ୍ୟରେ କେନ୍ଦ୍ରରେ ମୋଦିଙ୍କ ସରକାରକୁ ହରେଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ମୋଦିଙ୍କ ସରକାରକୁ ସମ୍ପୁର୍ଣରୂପେ ହଟେଇବା ପାଇଁ କଂଗ୍ରେସ ଏବେ ଏକ ବଡ ଯୋଜନା କରୁଛି ।

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ରାହୁଲ ଗାନ୍ଧୀ ଯେଉଁଭଳି ଭିନ୍ନ-ଭିନ୍ନ ମର୍ଚ୍ଚାରେ ପାର୍ଟୀର ବଡ଼-ବଡ଼ ନେତାମାନଙ୍କୁ ଭିନ୍ନ-ଭିନ୍ନ ଦାୟିତ୍ୱ ଅର୍ପଣ କରିଥିଲେ, ସେହିଭଳି ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ବଡ଼-ବଡ଼ ନେତାମାନଙ୍କୁ ଭିନ୍ନ-ଭିନ୍ନ ଦାୟିତ୍ୱ ଦେବାର ଆରମ୍ଭ କରି ଦେଇଛନ୍ତି । ଅଳ୍ପ କିଛି ଦିନ ତଳେ ପୂର୍ବ-ଉତ୍ତରପ୍ରଦେଶରେ କଂଗ୍ରେସ ତରଫରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ସମ୍ଭାଳିବାକୁ ଦାୟିତ୍ୱ ଅର୍ପଣ କରିଥିଲେ, ଏହା ତାଙ୍କର ଯୋଜନାର ଗୋଟିଏ ଅଂଶ ଅଟେ ।

ଠିକ୍ ଏହିଭଳି କଂଗ୍ରେସ ସାଂସଦ ଓ ପାର୍ଟୀର ବଡ଼ ନେତା ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କୁ ଲୋକସଭା ନିର୍ବାଚନ ପାଇଁ ପଶ୍ଚିମ ଉତ୍ତରପ୍ରଦେଶକୁ ସମ୍ଭାଳିବା ପାଇଁ ଦାୟିତ୍ୱ ଦେଇ, ପାର୍ଟୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ସେହି ରଣନୀତିରେ କାମ କରିବାର ଦେଖାଯାଉଛି । ରାହୁଲ ଗାନ୍ଧୀ ମଧ୍ୟ ଜାଣିଛନ୍ତି, କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ହରେଇବା ପାଇଁ କଂଗ୍ରେସକୁ ଉତ୍ତର ପ୍ରଦେଶର ଭଲ ପ୍ରଦର୍ଶନ କରିବାକୁ ହେବ । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଯେଉଁଭଳି ରାହୁଲ ଗାନ୍ଧୀ, କଂଗ୍ରେସର କିଛି ଭୁଲ ବୁଝାମଣାକୁ ଦୁରକରି ସଭିଙ୍କୁ ଏକ ସୂତ୍ରରେ ବାନ୍ଧିବାକୁ ଯେଉଁ ଦାୟିତ୍ୱ ପୁର୍ବ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କୁ ଦେଇଥିଲେ । ଠିକ ସେହିଭଳି ଲୋକସଭା ନିର୍ବାଚନ ପାଇଁ ପାର୍ଟୀ ନିର୍ଵାଚ ପୂର୍ବରୁ ପୁଣିଥରେ ଦିଗବିଜୟ ସିଂହଙ୍କୁ ଦାୟୀତ୍ୱ ଦେଲେ ।

ଦିଗବିଜୟ ସିଂହ ଲୋକସଭା ନିର୍ବାଚନ ହେବା ଆଗରୁ ସେ ପୁଣିଥରେ ନିଜ ଭୂମିକାରେ ଥିବା ଦେଖାଯାଉଛି । ଭୋପାଳ ବିଜେପି ଆସନରେ ବରିଷ୍ଠ ନେତା ଓ ପୂର୍ବ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌରଙ୍କୁ ଟିକଟର ଅଫର ଦେଇ ଦିଗବିଜୟ ସିଂହ ବିଜେପିରେ କମ୍ପନର ବହ୍ନି ସୃଷ୍ଟି କରିଦେଲେ ।

ଋଣଛାଡ଼ ପରେ ଏବେ କୃଷକଙ୍କ ପାଇଁ ପେନସନ ପ୍ଲାନ !!

ମଧ୍ୟପ୍ରଦେଶରେ ବିଜେପିର ହାରିବାର ମୁଖ୍ୟ ଭୂମିକା ହେଉଛି ଋଣଛାଡ଼ ଯାହାକି ରାହୁଲ ଗାନ୍ଧୀ ନିର୍ବାଚନ ନ ହେବା ଆଗରୁ କହିଥିଲେ । ଏହା ବି କୃଷକଙ୍କ ହେଉଥିବା ଆନ୍ଦୋଳନରେ କହିଥିଲେ । ଏହିଭଳି ତିନୋଟି ରାଜ୍ୟମାନଙ୍କରେ ବିଧାନସଭା ନିର୍ବାଚନର ପ୍ରଚାର ସମୟରେ କୃଷକ ମାନଙ୍କୁ ଏହି ଭରସା ଦେଇଥିଲେ କି କଂଗ୍ରେସ ସରକାର ଜିତିବା ତୁରନ୍ତ ଚାଷୀ ମାନଙ୍କର ସବୁ ଋଣ ଛାଡ଼ ହେବ । ବିଜୟ ହେବା ପରେ ଯାହା କଥା ଦେଇଥିଲେ ସେହି ତିନୋଟି ରାଜ୍ୟ ମାନଙ୍କରେ ତାହା କରିଥିଲେ ।

ଏବେ ପାର୍ଟି ଲୋକସଭା ନିର୍ବାଚନ ପାଇଁ ସବୁ ଚାଷୀ ମାନଙ୍କର ଭୋଟ ହାସଲ କରିବାପାଇଁ ଚାଷୀମାନଙ୍କୁ ପେନସନ ଦେବାପାଇଁ ଯୋଜନା ଚାଲୁଛି । ଏବେ ପାର୍ଟିରେ ଏହି ଯୋଜନକୁ ରୂପରେଖା ଦେବା ପାଇଁ କାମ ମଧ୍ୟ ଆରମ୍ଭ ହେବାକୁ ଲାଗିଲା । ଲୋକସଭା ନିର୍ବାଚନ ହେବା ଠିକ ଆଗରୁ, ଫେବୃଆରୀ ମାସର ପ୍ରଥମ ସପ୍ତାହରେ ଭୋପାଳରେ କଂଗ୍ରେସ ସରକାର ଚାଷୀ ମାନଙ୍କ ପାଇଁ ଗୋଟିଏ ବଡ଼ ସମ୍ମିଳନ କରିବାକୁ ଯାଉଛନ୍ତି । ଯେଉଁଥିରେ ପାର୍ଟିର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସାମିଲ ହେବାକୁ ଆସୁଛନ୍ତି ।

ସୂତ୍ର ଅନୁସାରେ ସେହି ସମ୍ମିଳନୀରେ ରାହୁଲ ଗାନ୍ଧୀ ଚାଷୀ ମାନଙ୍କ ପାଇଁ ପେନସନ ଦେବାପାଇଁ କଥା କହିପାରନ୍ତି । ଲୋକସଭା ନିର୍ବାଚନ ହେବା ଆଗରୁ ରାହୁଲ ଗାନ୍ଧୀ ଚାଷୀ ମାନଙ୍କ ପାଇଁ ପେନସନ ଲାଗୁ କରିଦେଇ ପାରନ୍ତି । ଏହା ଦ୍ୱାରା ସେମାନଙ୍କ ଲୋକପ୍ରିୟ ବଢିବାର ସମ୍ଭାବନା ବଢିଯିବ । ସୂତ୍ର କହୁଅଛି କି କମଳ ନାଥ ସରକାର ୧ ଏପ୍ରିଲ ୨୦୧୯ ରୁ ୬୦ ବର୍ଷରୁ ଉର୍ଦ୍ଧ ଲୋକମାନଙ୍କୁ ମାସକୁ ୧୦୦୦ ଟଙ୍କା ପେନସନ ଦେବାପାଇଁ ଆରମ୍ଭ କରୁଛନ୍ତି ।

ସରକାରଙ୍କ ଏହି ଯୋଜନାରେ ପ୍ରଦେଶର ୧୦ ଲକ୍ଷ ଚାଷୀ ମାନଙ୍କୁ ଫାଇଦା ମିଳିବ । ସେଠାରେ ସରକାରଙ୍କ ସମ୍ପତ୍ତିରେ ବାରଶହ କୋଟି ଟଙ୍କାର ଭାର ଯିବ । ଲୋକସଭା ନିର୍ବାଚନ ହେବା ଆଗରୁ ଚାଷୀ ମାନଙ୍କୁ ପେନସନର ସୁବିଧା ଦେଲେ ଲୋକସଭା ନିର୍ବାଚନ ସମୟନେ ସବୁ ଚାଷୀ ମାନଙ୍କର ସବୁ ଭୋଟ ନିଜ ଆଡକୁ ଟାଣିବାକୁ ଚାହୁଁଛନ୍ତି ।