ରାହୁଲ ଗାନ୍ଧୀ ପରୋକ୍ଷରେ ସମାଲୋଚନା କରିଛନ୍ତି : ଗଙ୍ଗା କାନ୍ଦୁଛି, ମୋଦୀଙ୍କ ପାଇଁ !

Spread the love

ଦେଶରେ କରୋନାର ଭୟାବହତ ମଧ୍ୟରେ ସର୍ବସାଧାରଣଙ୍କ ମଧ୍ୟ ବର୍ତ୍ତମାନ ସୁଦ୍ଧା ସଚେତନା ସୃଷ୍ଟି ହୋଇପାରୁନି । କେବଳ ସ୍ଵଛ ଭାରତର ନାରା ଦେଇ ଦେଶକୁ ଜନତାଙ୍କୁ ଭୂଆଁ ବୁଲାଯାଉଛି । ଗଙ୍ଗା ନଦୀରେ ଶବ ଭାସିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି, “ଯିଏ କହୁଥିଲା ଯେ ଗଙ୍ଗା ଡାକିଛନ୍ତି, ସେ ମାତା ଗଙ୍ଗାଙ୍କୁ କନ୍ଦାଇଛନ୍ତି ।” ରାହୁଲ ମୋଦୀଙ୍କ ନାମ ନ ନେଇ ବି ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରିଛନ୍ତି । ରାହୁଲ ଗାନ୍ଧୀ ମଧ୍ୟ ଏହି ଟୁଇଟ୍ ସହ ଏକ ଖବର ସେୟାର କରିଛନ୍ତି । ଯେଉଁଥିରେ ଦାବି କରାଯାଇଛି ଯେ ଗଙ୍ଗା କୂଳରେ ୧୧୪୦ କିଲୋମିଟରରେ ୨ ହଜାରରୁ ଅଧିକ ମୃତଦେହ ମିଳିଛି । ଏହା ମଧ୍ୟ କୁହାଯାଇଛି ଯେ, କାନପୁରର ଶେରେଶ୍ୱର ଘାଟରେ ଅଧା କିଲୋମିଟର ଅଞ୍ଚଳରେ ୪୦୦ଟି ଶବ ପୋତି ଦିଆଯାଇଛି ।

ଏହାର ଗୋଟିଏ ଦିନ ପୂର୍ବରୁ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଟ୍ୱିଟ୍ କରି କହିଥିଲେ ଯେ, “ବଲିଆ ଏବଂ ଗାଜୀପୁରରେ ଗଙ୍ଗା ନଦୀରେ ମୃତଦେହ ଭାସୁଛି । ଉନ୍ନାଓରେ ନଦୀ କୂଳରେ ବହୁ ଶବ ପୋତି ଦିଆଯାଇଥିବା ଖବର ମିଳିଛି । ଲୌକ୍ଷ୍ନ, ଗୋରଖପୁର, ଝାନ୍ସୀ ଏବଂ କାନପୁରରେ ଯେତିକି ସରକାରୀ ସଂଖ୍ୟା କୁହାଯାଉଛି ତାହା ସଠିକ ନୁହେଁ” ।

ପ୍ରକୃତରେ, ଉତ୍ତରପ୍ରଦେଶର ଅନେକ ଅଞ୍ଚଳରେ ଗଙ୍ଗା ନଦୀରେ ମୃତଦେହ ଭାସୁଥିବା ଦେଖାଯାଉଛି । ନିକଟରେ ଗଙ୍ଗା ନଦୀ ତଥା ବାରାଣାସୀର ଚାନ୍ଦଲି ଜିଲ୍ଲାରୁ ଆଂଶିକ ପୋଡିଯାଇଥିବା ଶବ ସମେତ ଆଉ ୭ଟି ମୃତଦେହ ଉଦ୍ଧାର କରାଯାଇଛି । ଗୁରୁବାର ଦିନ ବାରାଣାସୀର ସୁଜାବାଦ ଅଞ୍ଚଳ ଏବଂ ଚାନ୍ଦୁଲି ଜିଲ୍ଲାର ଧାନାପୁର ଅଞ୍ଚଳରେ ୬ଟି ମୃତଦେହ ମିଳିଛି । ୬ଟି ମୃତଦେହ ଏବଂ ଗୋଟିଏ ଆଂଶିକ ଜଳିଯାଇଥିବା ଶରୀରକୁ ଅଣାଯାଇ ଶବଦାହ କରାଯାଇଥିଲା । ଅନ୍ୟପଟେ ବିହାରର ଅଧିକାରୀମାନେ ଦାବି କରିଛନ୍ତି ଯେ ଉତ୍ତରପ୍ରଦେଶରୁ ୭୧ ମୃତଦେହ ରାଜ୍ୟକୁ ଭାସିଆସିଛି । ଏହାପରେ କର୍ତ୍ତୃପକ୍ଷ ନଦୀରେ ଜାଲ ଲଗାଇଛନ୍ତି । ସେହିପରି ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଟୁଇଟ୍ କରି କହିଛନ୍ତି, “ଗଙ୍ଗାରେ ଭାସୁଥିବା ଶବଗୁଡ଼ିକ କେବଳ ସଂଖ୍ୟା ନୁହେଁ, ସେମାନେ କାହାର ବାପା, ମା, ଭାଇ ଏବଂ ଭଉଣୀ । ସରକାରଙ୍କର ଉତ୍ତରଦାୟିତ୍ୱ ରହିବା ଉଚିତ୍ ।”