ଚେହେରା ଯେତେ କଳା ହୋଇଥିଲେ ମଧ୍ୟ, ଏହି ଉପଚାର ଗୋଟିଏ ସପ୍ତାହ ମଧ୍ୟରେ କରିଦେବ ଆପଣଙ୍କୁ ଗୋରା ! କେବଳ ଏପରି କରନ୍ତୁ ବ୍ୟବହାର ।

Spread the love

ଗୋରା ରଙ୍ଗ ସମସ୍ତଙ୍କୁ ପସନ୍ଦ ଆସିଥାଏ । ଏଥିପାଇଁ ସମସ୍ତେ ଚାହଁନ୍ତି ଯେ, ସେ ମଧ୍ୟ କ୍ଷୀର ପରି ଧଳା ଦେଖାଯାନ୍ତୁ । ଏଥିପାଇଁ ସେମାନେ ବଜାରରୁ ମହଙ୍ଗା ମହଙ୍ଗା ପ୍ରଡକ୍ଟ ଗୁଡ଼ିକ କିଣନ୍ତି ଏବଂ ବ୍ୟବହାର କରନ୍ତି । କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ତାଙ୍କୁ ସେପରି ଗୋରା ରଙ୍ଗ ମିଳିପାରେ ନାହିଁ ଯାହା ସେମାନେ ପରିକଳ୍ପନା କରିଥାନ୍ତି । ପରିଶେଷରେ ସେମାନେ ନିରାଶ ହୋଇଯାନ୍ତି କି ସେ ଅନ୍ୟଙ୍କ ପରି ଗୋରା ଦେଖଯାଉ ନାହାଁନ୍ତି । ଆଜିର ଏହି ଅନୁଛେଦରେ ଆମେ ଆପଣଙ୍କୁ କହିବୁ ଶରୀର ବା ଚେହେରାକୁ କିପରି ଗୋରା କରିବା, ତା’ମଧ୍ୟ ପ୍ରକୃତିକ ଉପାୟରେ ! କୌଣସି ପାର୍ଶ୍ଵ ପ୍ରତିକ୍ରିୟା (Side Effect) ମଧ୍ୟ ଦେଖାଦେବ ନାହିଁ । ତେବେ ଆସନ୍ତୁ ଜାଣିବା ଆଜିର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ ରହିଛି ?

ଆପଣଙ୍କ ସୂଚନା ପାଇଁ ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ, ବଜାରର ଏହି ମହଙ୍ଗା ମହଙ୍ଗା ପ୍ରଡକ୍ଟ କିଛି ସମୟ ପାଇଁ ଗୋରା କରିପାରିବ କିନ୍ତୁ ସବୁଦିନ ପାଇଁ ଏହା ରହିବ ନାହିଁ ବରଂ ଏହାର ବ୍ୟବହାର ଦ୍ୱାରା ଆପଣଙ୍କ ତ୍ୱଚା କିଛି ସମୟ ପରେ ପୁନଶ୍ଚ ଖରାପ ହୋଇଯାଏ ଏବଂ ଆପଣଙ୍କ ତ୍ୱଚା ଉପରେ ଦାଗମାନ ଦେଖାଦେବ । ତେଣୁ ବଜାରେ ବିକ୍ରି ହେଉଥିବା ପ୍ରଡ଼କ୍ଟ ବ୍ୟବହାର କରିବା ପୂର୍ବରୁ ଥରଟିଏ ଚିନ୍ତା କରନ୍ତୁ ?

ଏଥିପାଇଁ ଯଦି ଆପଣ ମଧ୍ୟ ଗୋରା ତ୍ୱଚା ପାଇବା ପାଇଁ ଇଚ୍ଛୁକ ଅଛନ୍ତି; ତେବେ ଆପଣ ଘରୋଇ ଉପଚାର କରିପାରିବେ । ଏହା ଦ୍ୱାରା ଆପଣଙ୍କ ତ୍ୱଚାରେ ନିଖାର ଆସିବ ତା ସହିତ ଆପଣଙ୍କ ତ୍ଵଚ୍ଚା ଗୋରା ମଧ୍ୟ ଦେଖାଯିବେ । ଏହି ଘରୋଇ ଉପଚାର ଗୁଡ଼ିକର ବ୍ୟବହାର ଦ୍ଵାରା କିଛି ହାନି ମଧ୍ୟ ହୋଇ ନ ଥାଏ । ଆସନ୍ତୁ ଆଜି ଆମେ ଆପଣମାନଙ୍କୁ ସୂଚିତ କରି ଦେଉଛୁ ସେହି ଘରୋଇ ଉପଚାର ଗୁଡ଼ିକ ବିଷୟରେ ଯାହାର ବ୍ୟବହାର କରିବା ଦ୍ୱାରା ତ୍ୱଚା ଗୋରା ଦେଖାଯିବ । ଆମେ ଏଠାରେ ଆଲୋଚନା କରୁଛୁ ମଣ୍ଡିଆ ଚୂର୍ଣ୍ଣ ବା ଅଟା ବିଷୟରେ ଯେଉଁଥିରେ କ୍ୟାଲସିୟମ, ପ୍ରୋଟିନ, ଟ୍ରିପଟୋଫେନ, ଲୌହ, ମିଥିୟୋନିନ, ରେଶୋ, ଲେଶିଥିନ ପରି ପୋଷାକ ତତ୍ତ୍ୱ ଇତ୍ୟାଦି ଭାରପୂର ମାତ୍ରାରେ ରହିଛି । ଯାହା ତ୍ୱଚାକୁ ପୋଷକ ଦେବାରେ ସାହାଯ୍ୟ କରିଥାଏ । ଏହି ମଣ୍ଡିଆ ଚୂର୍ଣ୍ଣରେ ଏଣ୍ଟି ଏନଜିଙ୍ଗ ତତ୍ତ୍ୱ ମଧ୍ୟ ରହିଥାଏ ।

ଏହାର ପ୍ରୟୋଗ କରିବା ଦ୍ୱାରା ତ୍ୱଚା ସର୍ବଦା ଉଜ୍ଜ୍ୱଳ ଦେଖାଯାଏ । ଏହାକୁ ଗୋଲାପ ଜଳରେ ମିଶାଇ ଫେସପେକ ପ୍ରସ୍ତୁତି କରି ଲଗେଇବା ଦ୍ୱାରା ସ୍କିନ ବା ତ୍ୱଚା ହାଇଡ୍ରେଟେଡ଼ ରହିଥାଏ ଏବଂ ଆପଣଙ୍କ ତ୍ୱଚା ଉଜ୍ଜ୍ଵଳ ଦେଖାଯାଏ । ଏହା ତ୍ୱଚାର ରଙ୍ଗରେ ନିଖାର ଆଣିବାରେ ସାହାଯ୍ୟ କରିଥାଏ । ଏଥିରେ ରହିଥିବା ଏମିନୋ ଏସିଡ଼ ସ୍କିନ ବା ତ୍ୱଚାର ଟିସୁ ମାନଙ୍କୁ ସୁସ୍ଥ ରଖିଥାଏ । ଯେଉଁଥି କାରଣରୁ ତ୍ୱଚାରେ ଝୁରିୟା ମଧ୍ୟ ଦେଖଯାଇ ନ ଥାଏ । ଏହା ସହିତ ଏଥିରେ ମିଳୁଥିବା ବଲ୍ଲୀଚିଂ ପ୍ରପର୍ଟି ତ୍ୱଚାର ରଙ୍ଗରେ ନିଖାର ଆଣିଥାଏ ।

ଏଥିପାଇଁ ଆପଣ ଅଧ କପ ମଣ୍ଡିଆ ଅଟାକୁ ଅଧ କପ ଓଟସ ଏବଂ କ୍ଷୀରକୁ ସାଥିରେ ମିଶାଇ ଚେହେରା ଏବଂ ହାତ ଏବଂ ଗୋଡ଼ରେ ଲଗାନ୍ତୁ ଏବଂ ଏହାକୁ ୨୦ ମିନିଟ ପାଇଁ ରହିବାକୁ ଦିଅନ୍ତୁ । ଏହା ପରେ ହାତରେ ଧୀରେ ଧୀରେ ମାଲିସ କରନ୍ତୁ ଏବଂ ଏହାକୁ ହଟାଇ ଦିଅନ୍ତୁ । ଏହି ପ୍ରକ୍ରିୟା ସପ୍ତାହରେ ଦୁଇଥର କରିବା ଦ୍ୱାରା ଆପଣଙ୍କ ତ୍ୱଚାର ରଙ୍ଗ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥାଏ । ମଣ୍ଡିଆରେ ଭିଟାମିନ-ଡ଼ି ରହିଥାଏ ।

ଏଥିପାଇଁ ଏହା ତ୍ୱଚା ପାଇଁ ବହୁତ ଲାଭଦାୟକ ଅଟେ । ଏହାକୁ ତ୍ୱଚାରେ ଲଗାଇବା ଦ୍ୱାରା କଳା ଦାଗ, ବ୍ରଣ ଇତ୍ୟାଦି ସମସ୍ୟାରୁ ଶିଘ୍ର ଦୂର ହୋଇଥାଏ । ଏହାକୁ ଆପଣ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ପ୍ରତିଦିନ ବ୍ୟବହାର କରନ୍ତୁ ପରେ ଆପଣ ଏହାର ଚମତ୍କାର ଅବଶ୍ୟ ଦେଖାଯିବ । ଏଠାରେ ଆପଣଙ୍କୁ ଜଣାଇ ଦେଉଛୁ ଯେ, ମଣ୍ଡିଆରେ କେବଳ ତ୍ୱଚା ପାଇଁ ନୁହେଁ ବରଂ ଶରୀର ପାଇଁ ମଧ୍ୟ ଅଧିକ ଲାଭଦାୟକ ଅଟେ । କାରଣ ଏହା ଲୌହର ମୁଖ୍ୟ ସୋତ୍ର ଅଟେ । ଯଦି ମଣ୍ଡିଆକୁ ଖାଇବା ତେବେ ରକ୍ତରେ ଥିବା ହିମୋଗ୍ଲୋବିନର ମାତ୍ରା ଅଧିକ ହୋଇଥାଏ ।

ମଣ୍ଡିଆ ମେଟାବ୍ଲଜିମକୁ ଶୀଘ୍ର ପାଚନ କରେଇବାରେ ସାହାଯ୍ୟ କରିଥାଏ । ଏହାର ସେବନ ଦ୍ୱାରା ହଜମ କ୍ରିୟା ଠିକ ରହେ ଏବଂ ଏହା ପେଟରେ ଚର୍ବିକୁ ସଞ୍ଚିତ ହେବାକୁ ମଧ୍ୟ ଦିଏ ନାହିଁ । ମଣ୍ଡିଆରେ ପ୍ରଚୁର ପରିମାଣରେ ଭିଟାମିନ ଏବଂ ୟୁଟ୍ରିସନ୍ସ ରହିଥାଏ । ଏହା ଗର୍ଭବତୀ ମହିଳାମାନଙ୍କ ପାଇଁ ବହୁତ ଭଲ ଅଟେ । କାରଣ ଏହା କ୍ଷୀରର ମାତ୍ରାକୁ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।