ଏହି ଅଭିନେତ୍ରୀଙ୍କ ସହ ଯୋଡି ହୋଇଯାଇଥିଲା ରବି ଶାସ୍ତ୍ରୀଙ୍କ ନାମ । ଏହି ଖବରକୁ ନେଇ ଅନେକ ସଫେଇ ଦେବାକୁ ପଡିଛି ।

Spread the love

ତାରକାଙ୍କ ଜୀବନରେ ନିଜସ୍ୱ କିଛି ନ ଥାଏ । ମିଡ଼ିଆ ସର୍ବଦା ତାରକାଙ୍କ ଜୀବନ ଉପରେ ଅନେକ ମନ୍ତ୍ୟବ ଦେଇଥାଏ । ସେମାନଙ୍କ ନିଜସ୍ୱ ଜୀବନ ଯେପରି ପ୍ରେମ ସମ୍ପର୍କକୁ ନେଇ ତାରକାମାନେ ଚର୍ଚ୍ଚାରେ ରୁହନ୍ତି । ବାଲିଉଡ଼ ଅଭିନେତ୍ରୀ ଏବଂ କ୍ରିକେଟରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଘଟଣା ବହୁ ପୁରାତନ ଅଟେ । ଏହା ବର୍ତ୍ତମାନ ନୁହେଁ ବହୁ ଦଶକରୁ ଚାଲି ଆସୁଛି । ଅନେକ କ୍ରିକେଟର ଏବଂ ଅଭିନେତ୍ରୀଙ୍କ ପ୍ରେମର ଖବର ଶୁଣିବା ପାଇଁ ମିଳିଛି । କିଛି କ୍ରିକେଟର ଏବଂ ଅଭିନେତ୍ରୀ ବିବାହ କରିଥିବା ବେଳେ କିଛି କ୍ରିକେଟର ଏବଂ ଅଭିନେତ୍ରୀଙ୍କ ସମ୍ପର୍କରେ ପୂର୍ଣଛେଦ ପଡି ଯାଇଛି । ଆଜି ଆମେ ଭାରତୀୟ କ୍ରିକେଟ ଦଳର ପ୍ରସିଦ୍ଧ କୋଚ ରବି ଶାସ୍ତ୍ରୀଙ୍କ ବିଷୟରେ କହିବା ପାଇଁ ଚାହୁଁଛୁ । ଏହି ଅଭିନେତ୍ରୀ ମାନଙ୍କ ସହ ଯୋଡି ହୋଇଥିଲା ରବି ଶାସ୍ତ୍ରୀଙ୍କ ନାମ ।

ଏହି ଅଭିନେତ୍ରୀ ମାନଙ୍କ ସହ ଯୋଡି ହୋଇଥିଲା ରବି ଶାସ୍ତ୍ରୀଙ୍କ ନାମ :

୨୭ ମଇ ୧୯୬୨ରେ ଜନ୍ମିତ ପ୍ରସିଦ୍ଧ ଭାରତୀୟ କ୍ରିକେଟ ଦଳର କୋଚ ରବି ଶାସ୍ତ୍ରୀ ବଲିଉଡର ଅଭିନେତ୍ରୀଙ୍କ ସହ ଡେଟ କରିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଗତ ବର୍ଷ ରବି ଶାସ୍ତ୍ରୀ ଏବଂ ନିମରତ କୌରଙ୍କ ସମ୍ପର୍କ ଖୁବ୍ ଚର୍ଚ୍ଚା ସାଉଁଟି ଥିଲା । ପୁଣେ ମିରରର ଏକ ରିପୋର୍ଟ ଅନୁସାରେ ରବି ଶାସ୍ତ୍ରୀ ଏବଂ ନିମରତ କୌର ବିଗତ ଦୁଇ ବର୍ଷ ହେବ ଦୁହେଁ ଦୁହିଁଙ୍କୁ ଡେଟ କରି ଆସୁଥିଲେ ଏବଂ ଦୁହିଁଙ୍କ ପ୍ରଥମ ସାକ୍ଷାତ ୨୦୧୫ରେ ଜର୍ମାନର ଏକ କାର ଲଂଚିଙ୍ଗ ସମୟରେ ହୋଇଥିଲା ।

ଏହାପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇ ଯାଇଥିଲା ଏବଂ ଦୁହେଁ ଦୁହିଁଙ୍କୁ ଡେଟ କରିବା ଆରମ୍ଭ କରି ଦେଇଥିଲେ । ପରେ ନିମରତ କୌର ଏହି କଥାକୁ ଭୁଲ୍ କହିଥିଲେ । ନିମରତ ନିଜ ଟୁଇଟ୍ ଆକାଉଣ୍ଟରେ ଲେଖିଛନ୍ତି ସତ୍ୟତା ଏହା ଯେ, ମୁଁ ପ୍ରସିଦ୍ଧି ଲାଭ କରିବା ପାଇଁ ଚାହୁଁଛି ଏବଂ ବର୍ତ୍ତମାନ ମୋ ବିଷୟରେ ଅନେକ କିଛି ମିଡିଆରେ ଛପା ଯାଉଛି । କିଛି ସତ୍ୟତା ଏହିଭଳି ରହିଛି ଯାହା ମୋତେ ବହୁତ ଦୁଃଖ ଦେଉଛି ।

ରବି ଶାସ୍ତ୍ରୀ କଦାପି କୌଣସି ଅଭିନେତ୍ରୀଙ୍କ ସହ ବିବାହ କରିବା ପାଇଁ ଚାହୁଁ ନ ଥିଲେ । ଏହା ଆମେ ନୁହେଁ ରବି ନିଜେ ହିଁ ସ୍ୱୀକାର କରିଛନ୍ତି । ୧୯୮୬ ରେ ଦେଇଥିବା ଏକ ସାକ୍ଷାତକାରରେ ରବି ଶାସ୍ତ୍ରୀ କହିଛନ୍ତି, ଅମୃତା ସିଂହଙ୍କ ସହ ନିଜର ନିର୍ବନ୍ଧର ଖବରରେ ନିଜର ମୌନତା ଭାଙ୍ଗି ରବି ଶାସ୍ତ୍ରୀ କହିଥିଲେ, ”ମୁଁ କଦାପି କୌଣସି ଅଭିନେତ୍ରୀଙ୍କୁ ପତ୍ନୀ କରିବା ପାଇଁ ଚାହେଁ ନାହିଁ ।“ ମୁଁ ଜଣେ କ୍ରାନ୍ତିକାରୀ ଅଟେ ଏବଂ ମୋ ପତ୍ନୀଙ୍କ ପ୍ରାଥମିକତା ଘର ହେବା ଦରକାର । ୮୦ ଦଶକରେ ରବିଙ୍କୁ କ୍ରିକେଟ ଜଗତର ”ପୋଷ୍ଟର ବୟ” ରୂପେ ସମ୍ବନ୍ଧିତ କରାଯାଉଥିଲା । ରବି ଶାସ୍ତ୍ରୀଙ୍କ ମହିଳା ପ୍ରଶଂସକ ଅନେକ ଥିଲେ । ବିବାହ ପୂର୍ବରୁ ରବି ଏବଂ ଅମୃତା ସିଂହଙ୍କ ନାମ ଅନେକ ଥର ଚର୍ଚ୍ଚା ହୋଇ ଆସୁଥିଲା । ଦୁହେଁ ଏକ ମ୍ୟାଗଜିନର କଭରରେ ଦେଖିବା ପାଇଁ ମିଳିଥିଲେ । ଏହା ପରେ ରବି ଶାସ୍ତ୍ରୀଙ୍କୁ ଏହି କଥା ସ୍ୱୀକାର କରିବା ପାଇଁ ପଡିଥିଲା ।

ଏହା ପ୍ରଥମ ଘଟଣା ନୁହେଁ, ଯେଉଁଠି ପ୍ରଥମ ଥର ରବି ଶାସ୍ତ୍ରୀଙ୍କ ନାମ କୌଣସି ଅଭିନେତ୍ରୀଙ୍କ ସହ ଯୋଡି ହୋଇଛି । ଏହା ପୂର୍ବରୁ ଅମୃତା ସିଂହ, ଦିମ୍ପଲ କପାଡ଼ିଆଙ୍କ ସହ ମଧ୍ୟ ରବି ଶାସ୍ତ୍ରୀଙ୍କ ନାମ ଯୋଡି ହୋଇଥିଲା । ୮୦ ଦଶକରେ ଦୁହିଁଙ୍କୁ ଗୋଟିଏ ପାର୍ଟିରେ ଦେଖିବା ପାଇଁ ମିଳିଥିଲା ଏବଂ ଏହା ପରେ ଦୁହିଁଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । କିନ୍ତୁ ଏହି କଥାକୁ ରବି ଶାସ୍ତ୍ରୀ ସର୍ବଦା ଖଣ୍ଡନ କରି ଆସୁଛନ୍ତି ଏବଂ କହିଛନ୍ତି, ସେ ଯଦି କୌଣସି ଅଭିନେତ୍ରୀଙ୍କ ସହ ସମ୍ପର୍କରେ ରହିଛନ୍ତି; ତେବେ ତାହା ପ୍ରେମ ସମ୍ପର୍କ ନୁହେଁ ସେ ସେହି ଅଭିନେତ୍ରୀଙ୍କ ଭଲ ବନ୍ଧୁ ଅଟନ୍ତି ।