ଘରେ ଲଗାନ୍ତୁ ଏହି ଅଦ୍ଭୁତ ଫୋଟ, ଆପଣଙ୍କର ଭାଗ୍ୟ ବଦଳିଯିବ ।

Spread the love

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଘରେ କେଉଁ ଫୋଟ ଲଗାଇବା ଦ୍ୱାରା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ଆସିବା ଏବଂ ଆପଣଙ୍କ ଘରକୁ ଧନର ଆଗମନ ହେବା ସହିତ ସୁଖ ଓ ସମୃଦ୍ଧି ବୃଦ୍ଧି ମଧ୍ୟ ପାଇବ ।

ପ୍ରତ୍ୟେକ ବ୍ୟକ୍ତି ନିଜ ଘରକୁ ସୁନ୍ଦର ରଖିବା ପାଇଁ କିଛି ନା କିଛି ସଜାଇ ରଖିଥାନ୍ତି । ଘରକୁ ସଜାଇ ସୁନ୍ଦରରେ ରଖିବା ପାଇଁ କେତେକ ଲୋକମାନେ କମ ଖର୍ଚ୍ଚ କରି ଘରକୁ ସୁନ୍ଦରରେ ରଖନ୍ତି ତ କେତେକ ଲୋକ ଘରକୁ ସଜାଇ ସୁନ୍ଦରରେ ରଖିବା ପାଇଁ ଅଧିକ ଖର୍ଚ୍ଚ କରନ୍ତି । କେତେକ ଲୋକ ପେଣ୍ଟିଙ୍ଗ ଫୋଟ ଓ କେତେକ ଲୋକ ସୁନ୍ଦର ଗଛ ଗୁଡ଼ିକୁ ରଖିଥାନ୍ତି । କିନ୍ତୁ ଏହିସବୁ ଜିନିଷ ବାସ୍ତୁ ଅନୁସାରେ ଏହା ମଣିଷ ଜୀବନ ଉପରେ ଭଲ ପ୍ରଭାବ ପକାଇଥାଏ ନା ଖରାପ ପ୍ରଭାବ ପକାଇଥାଏ; ତାହା ଅଧିକାଂଶ ଲୋକମାନେ ଜାଣି ନାହାଁନ୍ତି । ତେଣୁ ଆପଣ ଯଦି ଘରେ ଫୋଟ ରଖିବାକୁ ଚାହୁଁଛନ୍ତି, ତେବେ ତାହାକୁ ବାସ୍ତୁ ଅନୁସାରେ ରଖିବା ଜରୁରୀ ଅଟେ । କାରଣ ଏହା ଦ୍ୱାରା ଘରେ ସକରାତ୍ମକ ଉର୍ଜ୍ଜା ଆଗମନ ହୋଇଥାଏ । ଫଳରେ ଘରେ ସୁଖ ସମୃଦ୍ଧିର ପରିବେଶ ରହିଥାଏ । ତେବେ ଘରେ କେଉଁ ଫୋଟ ଲଗାଇବା ଶୁଭ ହୋଇଥାଏ, ଏବେ ଆମେ ଜାଣିବା ଆସନ୍ତୁ ।

୧) ପରିବାରର ଫୋଟ –

ଘରେ ପରିବାରର ସଦସ୍ୟଙ୍କ ଫୋଟ ଲଗାଇଲେ, ଘରକୁ କେବେ କୌଣସି ଅସୁବିଧା ଆସିନଥାଏ ଏବଂ ଘର ପାଇଁ ବହୁତ ଶୁଭ ହୋଇଥାଏ ।

୨) ଦେବୀ ଦେବତା –

ବାସ୍ତୁଶାସ୍ତ୍ର ଅନୁସାରେ ଦେବୀ ଦେବତାଙ୍କ ଫୋଟ ଘରେ ଲଗାଇବା ଦ୍ୱାରା ପରିବାରର କୌଣସି ସଦସ୍ୟଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡି ନ ଥାଏ । ଘରେ ସବୁବେଳେ ସୁଖ ଶାନ୍ତିର ବାତାବରଣ କାଏମ ରହିବ ।

୩) ଘଡା ଦୌଡୁଥିବା ଫୋଟ –

ସମୁଦ୍ର ବେଳାରେ ୭ଟି ଘଡା ଦୌଡୁଥିବା ଫୋଟ ଘରେ ଲଗାଇବା ଦ୍ୱାରା ବହୁତ ଶୁଭ ହୋଇଥାଏ । ଏହି ଫୋଟ ଘରେ ଲଗାଇବା ଦ୍ୱାରା କେବେ ବି ନକରାତ୍ମକ ଉର୍ଜ୍ଜା ଘର ଭିତରକୁ ପ୍ରବେଶ କରି ନ ଥାଏ ।

୪) ହଂସର ଫୋଟ –

ଘରର ଡ୍ରୱିଙ୍ଗ କକ୍ଷ (Room)ରେ ଉଡୁଥିବା ହଂସର ଫୋଟକୁ ଲଗାଇଲେ ପରିବାରର ସଦସ୍ୟ ମାନଙ୍କ ଉପରେ ସବୁବେଳେ ସକରାତ୍ମକ ଉର୍ଜ୍ଜା ପଡ଼ିଥାଏ । ଏହାଦ୍ୱାରା ଘରର ଆର୍ଥିକ ପରିସ୍ଥିତିର ସୁଧାର ଆସିଥାଏ ।

ଉପରୋକ୍ତ ଫୋଟଗୁଡିକ ଘରେ ଲଗାଇବା ଦ୍ଵାରା ଆପଣଙ୍କର ଭାଗ୍ୟ ବଦଳିଯାଇ ଥାଏ । ନିମ୍ନରେ ପ୍ରଦତ୍ତ ଫୋଟ ଗୁଡ଼ିକ ଘରେ ଲଗାନ୍ତୁ ନାହିଁ …

ଘରେ ସିଂହ, ମାଙ୍କଡ଼, ସାପ, କୁମ୍ଭୀର ଓ ପେଚାର ଆଦିର ଫୋଟ ଗୁଡ଼ିକୁ ଘରେ ଲଗାଇବା ଅନୁଚିତ ଅଟେ । ବାସ୍ତୁ ଅନୁସାରେ ଏହି ଫୋଟ ଗୁଡ଼ିକୁ ଲଗାଇବା ଦ୍ଵାରା ପରିବାରର ସଦସ୍ୟଙ୍କ ମଧ୍ୟରେ ହିଂସା ଭାବ ସୃଷ୍ଟି ହୋଇଥାଏ ।

ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିଦିଅନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।