ଏହି କଳା ପ୍ୟାକଟିକୁ ମୁହଁରେ ଲଗାଇ ଦେଖନ୍ତୁ, ସବୁ ମଇଳା କିଛି କ୍ଷଣ ମଧ୍ୟରେ ଚୁମ୍ବକ ପରି ବାହାରି ଆସିବ ।

Spread the love

ଆପଣ ଆପଣଙ୍କ ମୁହଁ ପାଇଁ ଅନେକ ପେଷ୍ଟ ବ୍ୟବହାର କରିଥିବେ କିନ୍ତୁ ଆପଣ ଜାଣି ନଥିବେ ଏହି ପେଷ୍ଟ ଗୁଡିକରେ କୋଇଲାର ବ୍ୟବହାର କରାଯାଇ ଥାଏ । କୋଇଲାର ଅନେକ ଗୁଣ ରହିଛି । ଏହା ଆପଣଙ୍କ ଚର୍ମର ସମସ୍ତ ଅସୁବିଧାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

ଆସନ୍ତୁ ଜାଣିବେ କିପରି କୋଇଲାର ବ୍ୟବହାର ଫଳରେ ନିଜ ଚେହେରାକୁ ସୁନ୍ଦର କରି ପାରିବେ :

ଏହା ପ୍ରକୃତ କୋଇଲା ନୁହେଁ । କାରଣ ପ୍ରକୃତ କୋଇଲା ଆପଣଙ୍କ ଚେହେରାକୁ କଳା କରି ଦେଇଥାଏ । ଏହା ହେଉଛି ଆକ୍ଟିବେଟେଡ୍ କୋଇଲା । ଏହି କୋଇଲାକୁ ଆପଣ ନିଜ ଚେହେରାରେ ସାବୁନ, ଫେସ ମାସ୍କ, ସ୍କ୍ରବ୍ ତଥା କିଂଜଳ ରୂପେ କରିପାରିବେ । ଏହାକୁ ଯଦି ଆପଣ ନିଜ ଚେହେରା ପାଇଁ ବ୍ୟବହାର କରନ୍ତି, ତେବେ ଏହା ଆପଣଙ୍କ ଚେହେରାର ମଇଳାକୁ ଚୁମ୍ବକ ପରି ଟାଣି ବାହାର କରି ଦେଇଥାଏ । ଏହାର ପ୍ୟାକକୁ ଆପଣ ମାର୍କେଟରୁ କିଣି ପାରିବେ । ଏହି ପ୍ୟାକ୍ ବଜାରରେ ଭିନ୍ନ ଭିନ୍ନ ବ୍ରାଣ୍ଡର ମିଳିଥାଏ ।

ଯଦି କୌଣସି ବ୍ୟକ୍ତିଙ୍କୁ ବ୍ଲାକହେଡ୍ସ (କାଳ ବ୍ରଣ)ର ସମସ୍ୟା ଥାଏ ତେବେ ସେହି ବ୍ୟକ୍ତିମାନେ ଏହି ପ୍ୟାକର ବ୍ୟବହାର କରିବା ନିହାନ୍ତି ଜରୁରୀ ଅଟେ ।

ଆକ୍ଟିବେଟେଡ୍ କୋଇଲାର ବ୍ୟବହାର ଫଳରେ ଆପଣଙ୍କ ଚେହେରାର କଳାଦାଗ ମଧ୍ୟ ଠିକ ହୋଇଥାଏ । ଆପଣ ପ୍ରତିଦିନ ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ମୁହଁର କଳାଦାଗ ଦୂର ହୋଇଯିବ ।

ଏହି କୋଇଲା, ଆପଣଙ୍କ ମୁହଁର ସମସ୍ତ ଅଂଶରେ ଥିବା ମଇଳାକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ଆପଣଙ୍କ ଚେହେରାର ମଇଳାକୁ ବାହାର କରି ଆପଣଙ୍କ ଚେହେରାକୁ ଚମକାଇ ଦେଇଥାଏ । ଯାହା ଫଳରେ ଆପଣଙ୍କ ମୁହଁର କଳାଦାଗ ଦୂର ହୋଇ ଯାଇଥାଏ ।

ଆପଣଙ୍କ ମୁହଁର ରନ୍ଦ୍ର ଗୁଡିକ ବେଳେବେଳେ ଖୋଲି ଯାଇଥାଏ ଯାହା ଆପଣଙ୍କ ଚେହେରାକୁ ଅସୁନ୍ଦର କରି ଦେଇଥାଏ । ଏହି ସମସ୍ୟାରୁ ଦୁରେଇବା ପାଇଁ ଆପଣ ନିୟମିତ ଏହି କୋଇଲାର ବ୍ୟବହାର କରନ୍ତୁ । ଶୀଘ୍ରରୁ ଅତି ଶୀଘ୍ର ହିଁ ଆପଣଙ୍କ ଏହି ତ୍ଵଚାର ରନ୍ଦ୍ର ଗୁଡିକ ଭରି ଯିବ ।