ଏହି ୫ଟି ଜିନିଷରୁ କୌଣସି ଏକ ଜିନିଷ ନିଜ ଖଟ ତଳେ ରଖିଦିଅନ୍ତୁ, ଭାଗ୍ୟ ବଦଳିଯିବ !

Spread the love

ଆପଣ ଶୋଉଥିବା ବିଛଣା ତଳେ ରଖିଦିଅନ୍ତୁ ଏହି ୫ଟି ଜିନିଷ । ଏହା କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଧୀରେ ଧୀରେ ବଦଳିବାକୁ ଲାଗିବ ଏବଂ ଧନର ବୃଦ୍ଧି ହେବ । ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ବହୁତ ମହତ୍ତ୍ୱ ରହିଛି । ଏହି ବାସ୍ତୁ ଆମ ଘରର ସକରାତ୍ମକ ଏବଂ ନକରାତ୍ମକ ଉର୍ଜ୍ଜାକୁ ନିୟନ୍ତ୍ରିତ କରିଥାଏ । ଅନ୍ୟ କକ୍ଷ ଭଳି ଶୟନ କକ୍ଷ ମଧ୍ୟ ବାସ୍ତୁ ଅନୁସାରେ ପ୍ରସ୍ତୁତ ହୋଇଥିବା ଆବଶ୍ୟକ, କାରଣ ଶୟନ କକ୍ଷରେ ଆମେ ଅଧିକ ସମୟ ବିତାଇ ଥାଉ । ଘରର ଶୟନ କକ୍ଷରେ ନିଶ୍ଚୟ ରୂପେ ବିଛଣା ଥାଏ । ଏହି ବିଛଣାରୁ ବାହାରୁଥିବା ଉର୍ଜ୍ଜା ଆପଣଙ୍କ ଜୀବନ ଉପରେ ପ୍ରଭାବ ପକାଇ ଥାଏ । ତେବେ ଚାଲନ୍ତୁ ଆଜି ଆମେ ସମ୍ପୂର୍ଣ୍ଣ ରୂପେ ଜାଣିବା ଯେ, କେଉଁ ଜିନିଷ ଗୁଡ଼ିକୁ ବିଛଣା ତଳେ ରଖିଲେ ଆମକୁ ଶୁଭ ଫଳ ମିଳିବ ଏବଂ ଯାହା ଦ୍ୱାରା ଭାଗ୍ୟ ବଦଳିବା ସହିତ ଧନର ବୃଦ୍ଧି ହୋଇଥାଏ ।

୧) ସୋରିଷ ଓ ଲୁଣ –

Google

ଗୋଟିଏ କାଗଜରେ କିଛି ଲୁଣ ଓ କିଛି ସୋରିଷ ପକାଇ ତାହାର ଏକ ପୁଡ଼ିଆ ତିଆରି କରିନିଅନ୍ତୁ । ଏବେ ଏହି କାଗଜର ପୁଡ଼ିଆକୁ ନେଇ ନିଜ ବିଛଣା ତଳେ ରଖିଦିଅନ୍ତୁ । ଏପରି କରିଲେ ଆପଣଙ୍କ ବୈବାହିକ ଜୀବନରେ କେବେବି କାହାର ନଜର ଲାଗିବ ନାହିଁ । ଯିଏ ଅବିବାହିତ ଅଛନ୍ତି, ସେମାନେ ଏହାକୁ ଯଦି ନିଜ ବିଛଣା ତଳେ ରଖିବେ ତେବେ ବହୁତ ଶୀଘ୍ର ସେମାନଙ୍କୁ ଜୀବନ ସାଥି ମିଳିଯିବ ।

୨) ଷ୍ଟିଲ୍ ର ଛୁରୀ –

Google

ଯେଉଁ ଲୋକଙ୍କୁ ରାତ୍ରରେ ଖରାପ ସ୍ଵପ୍ନ ଆସିଥାଏ, ତେବେ ନିଜ ଶୟନ କରୁଥିବା ବିଛଣା ତଳେ ଷ୍ଟିଲ୍ ର ଛୁରୀ ରଖିଲେ, ଖରାପ ଶକ୍ତି ପାଖକୁ ଆସି ନଥାଏ ଓ ଖରାପ ସ୍ବପ୍ନ ଆସିବା କମ ହୋଇଯାଇଥାଏ । ଏହାର ଦ୍ୱିତୀୟ ଫାଇଦା ହେଉଛି, ଏହା କୌଣସି ପ୍ରକାରର ଯାଦୁ, ତନ୍ତ୍ର, ଏବଂ ମନ୍ତ୍ରକୁ କାର୍ଯ୍ୟକାରୀ କରିବାକୁ ଦିଏନାହିଁ । ଯଦି ସନ୍ଦେହ ହେଉଛି , ଆପଣଙ୍କୁ କେହି ତନ୍ତ୍ର କରୁଛି ତେବେ ଏହି ଛୁରୀକୁ ତକିଆ ତଳେ ରଖି ଶୁଅନ୍ତୁ । ଦେଖିବେ ତନ୍ତ୍ର ମନ୍ତ୍ରର କୌଣସି ପ୍ରଭାବ ଆପଣଙ୍କ ଉପରେ ପଡିବ ନାହିଁ ।

 

୩) ଗୋଲାପ ଫୁଲ –

Google

ବୁଧବାର ଦିନ ଗଣେଶ ଭଗବାନଙ୍କୁ ଗୋଲାପ ଫୁଲ ଅର୍ପଣ କରନ୍ତୁ ଏବଂ ଗଣେଶଙ୍କ ଚାଲିଶା ଜପ କରନ୍ତୁ । ଏହାପରେ ଏହି ଫୁଲ କୁ ନିଜ ବିଛଣା ତଳେ ରଖିଦିଅନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଖୋଲିବାକୁ ଲାଗିବ ଏବଂ ଆସୁଥିବା ଅଘଟଣ ସବୁ ଦୁରେଇ ଯିବ ।

୪) ମୟୁର ପଙ୍ଖ –

Google

ଯଦି ଆପଣଙ୍କ ଘରେ କଳି ଝଗଡ଼ା ଲାଗିରହୁଛି, ତେବେ ଘରର ପ୍ରତ୍ୟେକ ଲୋକଙ୍କ ବିଛଣା ତଳେ ମୟୁର ପଙ୍ଖ ରଖିଦିଅନ୍ତୁ । ମୟୁର ପଙ୍ଖ ରେ ସକରାତ୍ମକ ଉର୍ଜ୍ଜା ଭରି ରହିଥାଏ । ଯାହାଦ୍ୱାରା ଘରର ପରିବେଶ ସକରାତ୍ମକ ଉର୍ଜ୍ଜା ରେ ଭରିରହିବ ଏବଂ କଳି ଝଗଡ଼ା ହେବନାହିଁ ।

୫) ଶୁଖିଲା ଲେମ୍ବୁ –

Google

ଘରର ପୂଜା ସ୍ଥାନରେ ଗୋଟିଏ ଲେମ୍ବୁ ରଖିଦିଅନ୍ତୁ ଏବଂ ସବୁଦିନ ସିନ୍ଦୁର ଓ ଚାଉଳ ଦେଇ ପୂଜା ମଧ୍ୟ କରନ୍ତୁ ଯାହାଦ୍ୱାରା ତାହା ଶୁଖି ନ ଯାଉ । ଯେତେବେଳେ ତାହା ଶୁଖିଯିବ ତେବେ ତାହାକୁ ବିଛଣା ତଳେ ରଖିଦିଅନ୍ତୁ । ଏହି ଶୁଖିଲା ଲେମ୍ବୁ ଏକ ସୁରକ୍ଷା କବଚ ଭଳି କାମ କରିଥାଏ । ଏହାକୁ ରଖିଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣଙ୍କ ସହ ହେବାକୁଯାଉଥିବା ଅଘଟଣ ସବୁ ମଧ୍ୟ ଧୀରେ ଧୀରେ ଦୁରେଇ ଯିବାକୁ ଲାଗିବ ।