ଆତଙ୍କବାଦୀଙ୍କୁ ଦଣ୍ଡ ଦେବା ପାଇଁ ପୂର୍ଣ୍ଣ ସ୍ୱାଧୀନ ଦିଆଗଲା : ଆମ ଦେଶର ଯବାନଙ୍କୁ

Spread the love

୧୪ ଫେବୃଆରୀ ଜମ୍ମୁ-କାଶ୍ମୀରର ପୁଲୱାମା ଠାରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣରେ ଭାରତର ୪୨ ଯବାନ ସହିଦ ହୋଇଥିଲେ । ଏନେଇ ସମଗ୍ର ଭାରତର ଜନତା ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସଂଗେ ସଂଗେ ପାକିସ୍ଥାନ ସମସ୍ତ ଭାରତୀୟ କ୍ଷୁବ୍ଧ ପ୍ରକାଶ କରିଛନ୍ତି । ଭାରତବାସୀ ସେହି ଅପରାଧୀ ମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ କହୁଛନ୍ତି । ଏହି ଘଟଣା ହେବା ପରେ ସହିଦ ହୋଇଥିବା ଯବାନଙ୍କ ଘରର ସଦସ୍ୟ ପୁରା ଦୁଃଖରେ ଭାଙ୍ଗି ପଡିଛନ୍ତି ।

ଆଜି ଯବତମାଲ, ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଲେ, ଯବାନ ମାନଙ୍କୁ ଏବେ ପୂର୍ଣ୍ଣରୂପେ ସ୍ୱାଧୀନ କରାଗଲା ।

ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀକୁ ସାନ୍ତ୍ୱନା ଦେଇ କହିଲେ, ଧୌର୍ଯ୍ୟର ସହ ଅପେକ୍ଷା କରନ୍ତୁ ଓ ନିଜ ଯବାନମାନଙ୍କ ଉପରେ ବିଶ୍ୱାସ ରଖନ୍ତୁ । ପୁଲୱାମା ଘଟଣାର ଅପରାଧୀ ମାନଙ୍କୁ କିଭଳି ଦଣ୍ଡ ଦିଆଯିବ, କେଉଁଠାରେ ଦିଆଯିବ,କେତେବେଳେ ଦିଆଯିବ, କିଏ ଦେବେ, କେଉଁ ପାଖରେ ଦଣ୍ଡ ଦିଆଯିବ ଓ କେଉଁ ପ୍ରକାରର ଦଣ୍ଡ ଦିଆଯିବ ଏ ସବୁ ଆମ ଯବାନମାନେ ନିର୍ଣ୍ଣୟ କରିବେ ।

ପୁଲୱାମାରେ ଯାହା କିଛି ବି ହେଲା ତାହାକୁ ନେଇ ଓ ଆତଙ୍କବାଦୀଙ୍କ ଏହି ଭଳି କାମକୁ ନେଇ, ତୁମ କ୍ରୋଧକୁ ମୁଁ ବୁଝିପାରୁଛି, ଏଠାର ମହାରାଷ୍ଟ୍ରର ମଧ୍ୟ ଦୁଇ ବୀରପୁତ୍ର ଦେଶର ସେବା କରୁଥିବା ସମୟରେ ନିଜ ପ୍ରାଣର ଆହୁତି ଦେଲେ । ଯେଉଁ ପରିବାରର ନିଜ ସନ୍ତାନଙ୍କୁ ହରାଇଛନ୍ତି ମୁଁ ସେମାନଙ୍କ ପୀଡାକୁ ଭଲ ରୁପେ ଅନୁଭବ କରି ପାରୁଛି ।

ଆମ ସମସ୍ତଙ୍କର ସମ୍ବେଦନ ସେମାନଙ୍କ ସହିତ ଅଛି । ମୁଁ ଗତକାଲି କହିଥିଲି ଓ ଆଜି ମଧ୍ୟ କହୁଛି ଏହି ସହିଦଙ୍କ ବଳିଦାନ ବ୍ୟର୍ଥରେ ଯିବାନାହିଁ । ଆତଙ୍କ ସଂଘଟନ ଯେଉଁ ଭୁଲ୍ କରିଲେ, ସେମାନେ ସମସ୍ତେ ଯେତେ ମଧ୍ୟ ଲୁଚିବାକୁ ପ୍ରୟାସ କରିଲେ ବି ସେମାନଙ୍କୁ ଦଣ୍ଡ ନିଶ୍ଚୟ ଦିଆଯିବ ।