କ୍ୱାରେଣ୍ଟିନ୍ ସେଣ୍ଟରରେ ନିୟମ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କୁ ମିଳିବ ଶାସ୍ତି….

Spread the love

ଭୁବନେଶ୍ୱର: କ୍ୱାରେଣ୍ଟିନ୍ ସେଣ୍ଟରରେ ରହୁଥିବା କୌଣସି ବ୍ୟକ୍ତି ଯଦି ନିୟମ ଉଲ୍ଲଂଘନ କିମ୍ବା ନିୟମ ଅମାନ୍ୟ କରନ୍ତି ତେବେ ସେହି ଅମାନ୍ୟକାରୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କ୍ୱାରେଣ୍ଟିନ୍ ସେଣ୍ଟରରେ ରହୁଥିବା ଲୋକଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଟ୍ୱିଟ୍‌ କରି ଏହି ବାର୍ତ୍ତା ସ୍ଵୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, “ରାଜ୍ୟକୁ ଫେରୁଥିବା ପ୍ରତ୍ୟେକ ଓଡ଼ିଆ ଆମ ସମସ୍ତଙ୍କ ନିଜର ଅଟନ୍ତି । ବର୍ତ୍ତମାନ ସମୟରେ ସାମାନ୍ୟ ଅସାବଧାନତା ରାଜ୍ୟବାସୀଙ୍କୁ ବିପଦରେ ପକାଇ ପାରେ । ପ୍ରତ୍ୟେକଟି ଜୀବନର ସୁରକ୍ଷା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହ କ୍ୱାରେଣ୍ଟିନର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଓଡ଼ିଶା କାରୋନା ଭଳି ମହାମାରୀର ଉଚିତ ମୁକାବିଲା କରିବାରେ ସଫଳ ହୋଇଛି । ଏଥିପାଇଁ ଲକ୍ଷ ଲକ୍ଷ ପୋଲିସ କର୍ମୀ ଏବଂ ଡାକ୍ତରୀ ଦଳ ଦିନରାତି ନିରନ୍ତର କାର୍ଯ୍ୟ କରୁଛନ୍ତି । ବହୁ ଓଡ଼ିଆ ନିଜ କର୍ମରୁ ଉର୍ଦ୍ଧ୍ୱକୁ ଯାଇ ତ୍ୟାଗ ମନୋଭାବ ନେଇ ଏହି ଅଦ୍ଭୂତପୂର୍ବ ପରିସ୍ଥିତିକୁ ସାମ୍ନା କରୁଛନ୍ତି । ଯେଉଁମାନେ ଓଡ଼ିଶା ଫେରୁଛନ୍ତି ସେମାନେ ମଧ୍ୟ ସେହି ତ୍ୟାଗ ସହ ନିଜ ଦାୟିତ୍ୱ ନିର୍ବାହ କରନ୍ତୁ ।”

ମୁଖ୍ୟମନ୍ତ୍ରୀ କହିଛନ୍ତି, “ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆ ମାନେ ନିଜର ତଥା ନିଜ ପରିବାରର ଜୀବନର ସୁରକ୍ଷା ପାଇଁ କ୍ୱାରେଣ୍ଟିନରେ ରହିବା ସହ ସରକାରଙ୍କ ସମସ୍ତ ନିୟମ କଡ଼ାକଡ଼ି ପାଳନ କରନ୍ତୁ । ଏହାର ଉଲ୍ଲଂଘନ କାଲେ ସରପଞ୍ଚ ମାନେ ତୁରନ୍ତ ପ୍ରଶାସନକୁ ଅବଗତ କରିବେ ଏବଂ ସରକାର ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।”