ପୁଲଓ୍ଵାମା ପ୍ରତିଶୋଧ ସ୍ୱରୂପ : ଭାରତ ପାକିସ୍ତାନକୁ ବନ୍ଦ ହେଲା ସତ୍ଲେଜ୍, ରବି ଓ ବିସ୍ ଓ ନଦୀର ଜଳ

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବୃୟାରୀ ୧୪ ତାରିଖରେ ଜୈଶ-ଏ-ମହମ୍ମଦ ସଂଗଠନ କାଶ୍ମୀରର ପୁଲଓ୍ଵାମାରେ ଆତଙ୍କବାଦୀ ହାମ୍ଲା କରିଥିଲା ।ଏହି ଆକ୍ରମଣରେ ୪୦ ସିଆର୍ପିଏଫ୍ ଯବାନଙ୍କୁ ଶହୀଦ ହୋଇଥିଲେ । ସମଗ୍ର ବିଶ୍ୱ ଏହି ଆତଙ୍କବାଦୀ ହମଲାକୁ ନେଇ ଦୁଃଖ ପ୍ରକାଶ କରିଥିଲେ ଏବଂ ପାକିସ୍ଥାନକୁ ନିନ୍ଦିତ କରିଥିଲେ । ଏହାଛଡା ପାକିସ୍ଥାନର ଏହିପରି ନାରକୀୟ କାଣ୍ଡର ଉଚିତ ଜବାବ ଦେବା ପାଇଁ ସେହି ଦିନ ହିଁ ଅର୍ଥାତ୍ ଫେବୃୟାରୀ ୧୪ ତାରିଖ ଦିନ ହିଁ ଭାରତ ପ୍ରଧାନ ମନ୍ତ୍ରୀ ସମେତ ଦେଶବାସୀ ସ୍ଥିର କରିଥିଲେ । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଭାରତରୁ ପାକିସ୍ତାନ ମଧ୍ୟକୁ ପ୍ରବାହିତ ହେଉଥିବା ସତ୍ଲେଜ୍, ରବି ଓ ବିସ୍ ନଦୀର ଜଳକୁ ଆଜିଠାରୁ ପାକିସ୍ତାନ ମଧ୍ୟକୁ ପ୍ରବାହିତ ହେବା ବନ୍ଦ କରି ଦେଇଛି ଭାରତ ।
ବନ୍ଦ ହେଲା ପାକିସ୍ଥାନକୁ ତିନୋଟି ନଦୀର ଜଳ ପ୍ରବାହ :
କେନ୍ଦ୍ରୀୟ ମନ୍ତ୍ରୀ ନୀତେଶ ଗୋଡ଼ାକର ପୂର୍ବରୁ ଟ୍ୱଇଟ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମର ସରକାର ପାକିସ୍ତାନକୁ ନିଜ ଭାଗର ପାଣିକୁ ଅଟକାଇବାକୁ ନିଷ୍ପତି ନେଇଛନ୍ତି । ଏହି ତିନିଟି ନଦୀ ସତ୍ଲେଜ୍, ରବି ଓ ବିସ୍ ଦ୍ୱାରା ପାକିସ୍ତାନ ମଧ୍ୟକୁ ୦.୫୩ ମିଲିୟନ ଏକର ଫିଟ୍ ଜଳକୁ ଆଜି ଠାରୁ ଭାରତ ସରକାର ବନ୍ଦ କରି ଦେଇଛନ୍ତି ବୋଲି ରାଜସ୍ଥାନର ବିକାନିର ଠାରେ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅର୍ଜୁନ୍ ମେଘଓ୍ଵାଲ । ତେବେ, ଭାରତ ସରକାରଙ୍କର ଏ ପ୍ରକାରର ନିଷ୍ପତ୍ତି ଭାରତ- ପାକ୍ ମଧ୍ୟରେ ହୋଇଥିବା ଇନ୍ଦସ୍ ଜଳ ଚୁକ୍ତିକୁ ମଧ୍ୟ ଉଲ୍ଲଂଘନ କରୁ ନ ଥିବା ସ୍ପଷ୍ଟ କରି ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅର୍ଜୁନ୍ ମେଘଓ୍ଵାଲ ।
ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘଓ୍ଵାଲ କହିଛନ୍ତି ଯେ ପୂର୍ବରୁ ସତ୍ଲେଜ୍, ରବି ଓ ବିସ୍ ଓ ନଦୀ ଦେଇ ପାକିସ୍ତାନ ମଧ୍ୟକୁ ପ୍ରବାହିତ ୦.୫୩ ମିଲିୟନ ଏକର ଫିଟ୍ ଜଳକୁ ଆଜି ଠାରୁ ବନ୍ଦ କରି ଦିଆଯିବା ପରେ ଏହାକୁ ଏବେ ଦେଶ ମଧ୍ୟରେ ସଞ୍ଚିତ କରି ରଖାଯାଉଛି । ରାଜସ୍ଥାନ ଓ ପଞ୍ଜାବର ଆବଶ୍ୟକତା ସମୟରେ ଏହି ସଞ୍ଚିତ ଜଳକୁ ବ୍ୟବହାର କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘଓ୍ଵାଲ।