ପୁଲୱାମା ଘଟଣାକୁ ନେଇ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ,

Spread the love

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶବାସୀଙ୍କୁ କ୍ଷୁବ୍ଧ କରିଦେଇଛି । ଏହି ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିବା ବେଳେ ଏବେବି ୪୦ରୁ ଅଧିକ ଯବାନ ଗୁରୁତର ଭାବରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଜାମ୍ମୁ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣଙ୍କୁ ବିଶ୍ୱ ସ୍ତରରେ ସମସ୍ତ ଦେଶ ପାକିସ୍ଥାନକୁ ଦାୟୀ କରିଛନ୍ତି । ଏବଂ ଆମେରିକା, ରୁଷ ସମେତ ଅନ୍ୟ ଦେଶମାନେ ଭାରତକୁ ପୂର୍ଣ୍ଣ ସମର୍ଥନ ଜଣାଇବା ସଂଗେ ସଂଗେ କରହିଛନ୍ତି ଯେ, ଆମେ ସର୍ବଦା ଭାରତର ପକ୍ଷଭୁତ ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ପରିବର୍ତ୍ତନ କରି ଦେଇଛନ୍ତି ସରକାର । ଏବଂ ଭାରତ ସରକାରଙ୍କ ତରଫରୁ ପାକିସ୍ଥାନକୁ ଜବାବ ଦେବା ପାଇଁ ଅନ୍ତରାଷ୍ଟୀୟ ସ୍ତରରେ ହଲଚଲ କରିବାକୁ ଭିନ୍ନ ଭିନ୍ନ ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ଅନ୍ୟପଟେ, ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରକ୍ତ ବଦଳରେ ରକ୍ତ ପାଇଁ କରାଯାଉଛି ଘନ ଘନ ବୈଠକ । ଭାରତୀୟ ବୀର ଯବାନଙ୍କର ବଳିଦାନ ଯେଭଳି ବ୍ୟର୍ଥ ଯିବନି ସେଥିପାଇଁ ନରଭକ୍ଷୀ ଆତଙ୍କୀମାନଙ୍କୁ ଗୋଟି ଗୋଟି କରି ମାରିବା ପାଇଁ କରାଯାଉଛି ଏହି ବୈଠକରେ ଷଡଯନ୍ତ୍ର ।

ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସଂସଦର ଲାଇବ୍ରେରୀ ପ୍ରକୋଷ୍ଠରେ ଏକ ସର୍ବଦଳୀୟ ବୈଠକ ବସିଛି । ଏହି ବୈଠକରେ ଅଧ୍ୟକ୍ଷତା କରୁଥିବା ଗୃହ ମନ୍ତ୍ରୀ ରାଜନାଥ ସିଂ ଅନ୍ୟ ରାଜନୈତିକ ଦଳ ଗୁଡ଼ିକୁ ପରିସ୍ଥିତି ସମ୍ପର୍କରେ ଅବଗତ କରାଇବେ । ସୁରକ୍ଷା ସମ୍ପର୍କୀତ କ୍ୟାବିନେଟ୍ ବୈଠକରେ ପାକିସ୍ତାନର ମୋଷ୍ଟ ଫେଭରଡ୍ ନେସନ ମାନ୍ୟତା ପ୍ରତ୍ୟାହାର କରି ନେବା ପାଇଁ ସ୍ଥିର ହୋଇଛି ଏବଂ ପାକିସ୍ଥାନକୁ ଅନ୍ତରାଷ୍ଟ୍ରୀୟ ସ୍ତରରୁ ଏକ ଘୋରିଆ କରିବା ପାଇଁ ଭାରତ ସରକାର ଯୋଜନା ପ୍ରସ୍ତୁତ କରିବା ।

ଅନ୍ୟ ପଟେ ସର୍ବଦଳୀୟ ବୈଠକ ପୂର୍ବରୁ ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଗୃହ ସଚିବ ରାଜୀବ ଗୁଆବ୍, ଗୁଇନ୍ଦା ବିଭାଗ ଅଧିକାରୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ । ଗତକାଲି ରାଜନାଥ ଶ୍ରୀନଗର ଯାଇଥିଲେ । କୂଟନୈତିକ କ୍ଷେତ୍ରରେ ପାକିସ୍ତାନଙ୍କୁ ବିଶ୍ୱରେ ଏକ ଘରିକିଆ କରିବାକୁ ମଧ୍ୟ ନୂଆ ଦିଲ୍ଲୀ ଚେଷ୍ଟା କରୁଛି ।