ପୁଲୱାମା ଏନକାଉଣ୍ଟର- ୪ ଜବାନ ମୃତ, ୨-୩ ଜଣ ଜେସ ମିଲିଟଣ୍ଟ ଫସିଛନ୍ତି, ଗୁଳି ବର୍ଷଣ ଚାଲୁ ରହିଛି ।

Spread the love

ଶ୍ରୀନଗର : ଆଜି ସକାଳୁ ଫୁଣିଥରେ ପୁଲ୍‌ଓ୍ଵାମା ଜିଲ୍ଲା ଅନ୍ତର୍ଗତ ପିଙ୍ଗ୍‌ଲାନ୍‌ ଅଞ୍ଚଳରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ୪ ଜଣ ଜବାନ ଯାହାଙ୍କ ମଧ୍ୟରେ ଏକ ମେଜର ମଧ୍ୟ ସାମିଲ ଅଛନ୍ତି, ଆହତ ହୋଇଛନ୍ତି । ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାର ରବିବାର ରାତିରେ ସେନାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟର ଯୋଗୁ ଏପରି ହୋଇଛି । ଏମାନଙ୍କ ମଧ୍ୟରୁ ଜଣେ ଜବାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଓ ତାଙ୍କ ସ୍ଥିତି ମଧ୍ୟ ଗୁରୁତର ଅବସ୍ଥାରେ ।

ଆଜି ସକାଳୁ ଫୁଣିଥରେ ପୁଲ୍‌ଓ୍ଵାମା ଜିଲ୍ଲା ଅନ୍ତର୍ଗତ ପିଙ୍ଗ୍‌ଲାନ୍‌ ଅଞ୍ଚଳରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଶହୀଦ ମାନେ 55 ରାଷ୍ଟ୍ରୀୟ ଫାଇଲ ସୁରକ୍ଷା କର୍ମୀ ରୁ ଅଟନ୍ତି ।

ସୂଚନା ଅନୁଯାୟୀ ଏକ ସାଧାରଣ ବ୍ୟକ୍ତି ମଧ୍ୟ ଏଥିରେ ପ୍ରାଣ ହରାଇଛନ୍ତି କିନ୍ତୁ ଏହା ସତ୍ୟ କି ନାହିଁ ଏ ପର୍ଯ୍ୟନ୍ତ ଜଣା ପଡିନି। ବର୍ତ୍ତମାନ ସେହି ସ୍ଥାନରେ ସେନାବାହିନୀ ଙ୍କ ଘେରା ରେ ଅଛି ଏବଂ କାର୍ଯ୍ୟକ୍ରମ ଚାଲି ରହିଛି।

Zee ନ୍ୟୁଜ ଅନୁଯାରେ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଦୁଇ ତିନି ଜଣ ଆତଙ୍କବାଦୀ ସେନାବାହିନୀଙ୍କ ଘେରାରେ ଏନକାଉଣ୍ଟର ସାଇଟ ପୁଲୱାମାର ପିଙ୍ଗଲନ ନାମକ ସ୍ଥାନରେ ଆସିଛନ୍ତି ।

ରିପୋର୍ଟ ଅନୁସାରେ ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଭାବେ ଜଣାପଡ଼ି ଥିବା ଅବଦୁଲ ରସିଦ ଘାଜି ମିଲିଟଣ୍ଟମାନଙ୍କ ସହ ଗୋପନୀୟ ଭାବେ ଥିବାର ଜଣା ଯାଉଛି ।

ଘାଜି, ଜଣେ ଆଫଗାନର ଯୁଦ୍ଧ ପ୍ରବୀଣ ଓ ଆଇ ଇ ଡି ଏକ୍ସପର୍ଟ ଅଟନ୍ତି । ସେ ସହକାରୀ ସେନାଦକ୍ଷ ମସୁଦ ଅଜାହରଙ୍କ ବିଶ୍ୱସ୍ତ ଥିଲେ ଏବଂ ପୁଲୱାମାର ପାହାଡରେ ରହି ବିଭିନ୍ନ ପ୍ରକାରର ଆତଙ୍କ ବାଦୀ ହମଲା ରେ ହାତ ଥିବାର ଜଣାଯାଏ ।

ଏନକାଉଣ୍ଟର ବନ୍ଦ ହୋଇଯାଇଥିଲା । କିନ୍ତୁ ପୁଣି ଥରେ ସର୍ଚ୍ଚ ଅପରେସନ ଚାଲିଥିବା ସମୟରେ ଆତଙ୍କୀ ମାନଙ୍କ ଦ୍ୱାରା ଗୁଳି ବିନିମୟ ଚାଲୁ ହେବାରୁ ପୁଣିଥରେ ଏହା ଚାଲୁ ହୋଇଥିଲା ।

ବର୍ତ୍ତମାନ ହୋଇଥିବା ୪ ଜଣ ଜବାନଙ୍କ ମୃତ୍ୟୁ ଯୋଗୁ ମୃତ୍ୟୁ ସଂଖ୍ୟା ୪୫ ହୋଇଯାଇଛି।