କୋରନା ଲକ୍ଡ଼ାଉନ୍ / ପୁଅର ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିଲେ ନାହିଁ ହାବିଲଦାର ପିତା ଯିଏ ବର୍ଡରରେ କାର୍ଯ୍ୟରତ ଅଛନ୍ତି । “ଭିଡିଓ କଲ୍ ଜରିଆରେ ଅନ୍ତିମ ଦର୍ଶନ କଲେ ଏବଂ କହିଲେ ପୁଅ ମୋତେ କ୍ଷମା କରିଦେ” !

Spread the love

● ଦନ୍ତେବାଡ଼ର ଏକ ଫୌଜି ପିତା ନେପାଳର ବର୍ଡରରେ ଉପସ୍ଥିତ ଥିଲେ । ଲକ୍ଡ଼ାଉନ୍ ପାଇଁ ପୁଅର ଅନ୍ତିମ ସଂସ୍କାରରେ ମଧ୍ୟ ହୋଇ ପାରିଲେ ନାହିଁ ସାମିଲ ।

● ପିତା ରାଜ କୁମାର, ଭାସ୍କରଙ୍କୁ କହିଲେ ଯେ- ମୁଁ ପୁଅକୁ ଅନ୍ତିମ ଥର ଦେଖି ପାରିଲି ନାହିଁ ! ଜୀବନ ସାରା ଏହି କଥା ମନେ ରହିବ !

ଛତିଶଗଡ଼ :- ବହୁତ ଦୂରରେ ଅବସ୍ଥିତ ପରିବାର ଏବଂ ଦେଶର ବର୍ଡରରେ ଠିଆ ହୋଇଛନ୍ତି ହାବିଲଦାର ପିତା । କୋରନା ଓ ଲକ୍ ଡାଉନ୍ ଯୋଗୁଁ ସେ ନିଜ ପୁଅର ଅନ୍ତିମ ସଂସ୍କାର ମଧ୍ୟ ଦେଖି ପାରିଲେ ନାହିଁ ଏବଂ ଅନ୍ତିମ ଯାତ୍ରାରେ ମଧ୍ୟ ସାମିଲ ହୋଇପାରିଲେ ନାହିଁ । ସେ ଭିଡିଓ କଲ୍ ଜରିଆରେ ଶେଷ ଥର ପାଇଁ ପୁଅକୁ ଦେଖିଲେ । କହିଲେ “ଲଭ ୟୁ ବେଟା, ମୋତେ କ୍ଷମା କରିଦେ, ମୁଁ ତୁମ ସହିତ ଭେଟିବା ପାଇଁ ଆସି ପାରିଲି ନାହିଁ”

bhaskar

ଘୋଟେପାଲ ଗାଁରେ ରହୁଥିବା ରାଜକୁମାର ନେତାମ ଏସଏସବି ହାବିଲଦାର ଅଟନ୍ତି । ସେ ଏହି ଦିନ ମାନଙ୍କରେ ନେପାଳର ବର୍ଡରରେ କାର୍ଯ୍ୟ କରୁଛନ୍ତି । ସେ ୧୪ ବର୍ଷ ନିଜ ପରିବାର ଠାରୁ ଦୁରରେ ରହି ଦେଶର ସେବା କରୁଛନ୍ତି । ତାଙ୍କର ଦୁଇଟି ଝିଅ ଅଟନ୍ତି ଏବଂ ଗୋଟିଏ ପୁଅ ଆଦିତ୍ୟ ଯିଏ ୧ ବର୍ଷର ଅଟନ୍ତି । ସେ ତାଙ୍କର ଏକମାତ୍ର ପୁଅ ଏବଂ ପୁଅ ଆଦିତ୍ୟ କିଛି ମାସ ହେଲା ଟ୍ୟୁମର ସମସ୍ୟାରେ ଅଛନ୍ତି । ପିତା ଜାନୁଆରୀରେ ଆଦିତ୍ୟର ଚିକିତ୍ସା ପାଇଁ ଆସିଥିଲେ ଏବଂ ତାଙ୍କୁ ନେଇ ହାଇଦ୍ରାବାଦ ଯାଇଥିଲେ । ଆଦିତ୍ୟ ଠିକ୍ ହୋଇଯାଇଥିଲେ କିନ୍ତୁ ହଠାତ୍ ବୁଧବାର ଦିନ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା । ପରିବାର ଲୋକେ ତାଙ୍କୁ ଜିଲ୍ଲା ମେଡ଼ିକାଲ ନେଇଥିଲେ ଓ ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ଯେତେବେଳେ ରାଜ କୁମାର ପୁଅର ଏଭଳି ସ୍ଥିତି ବାବଦରେ ଜାଣିଲେ, ତେବେ ସେ ଘରକୁ ଆସିବାକୁ ଚାହୁଁଥିଲେ କିନ୍ତୁ ଦେଶରେ ଲକ୍ ଡାଉନ୍ ପାଇଁ ସେ ନିଜ ଗାଆଁକୁ ଆସିପାରି ନଥିଲେ ଓ ତା’ ପରଦିନ ସକାଳେ ପୁଅ ଆଦିତ୍ୟର ମୃତ୍ୟୁ ଖବର ପାଇଥିଲେ ।

“ଶେଷ ଥର ପାଇଁ ପୁଅକୁ ଦେଖି ପାରିଲି ନାହିଁ”

bhaskar

ଭାସ୍କର, ରାଜ କୁମାରଙ୍କର ସହିତ ଫୋନରେ କଥା ହେଲେ; ସେ କହିଲେ:- “ଶେଷ ଥର ପାଇଁ ପୁଅକୁ ଦେଖି ପାରିଲି ନାହିଁ । ଦେଶର ସେବା ଏବଂ ସୁରକ୍ଷା ମୋର ପ୍ରଥମ କର୍ତ୍ତବ୍ୟ ଅଟେ । ମୁଁ ଅଧିକାରୀଙ୍କୁ ଜଣେଇଥିଲି ଓ ସମସ୍ତେ ସମର୍ଥନ କରିଥିଲେ । ମୁଁ ଯଥାସମ୍ଭବ ଗାଁରେ ପହଞ୍ଚି ପାରିବି ବୋଲି ଆଶା କରିଥିଲି କିନ୍ତୁ ଲକ୍ ଡାଉନ୍ ପାଇଁ ମୁଁ ଯାଇପାରିଲି ନାହିଁ । ମୋତେ ମୋର ଜୀବନ ସାରା ଏହା ମନେ ରହିବ । ଯେବେ ମଧ୍ୟ ପରିସ୍ଥିତିରେ ସୁଧାର ଆସିବ ଓ ମୁଁ ଘରକୁ ଯିବି ତଥାପି ନିଜ ପୁଅକୁ ଦେଖି ପାରିବି ନାହିଁ । ମୁଁ ଯେଉଁଠି କାର୍ଯ୍ୟ କରୁଛି ସେଠାରେ ନେଟୱାର୍କର ମଧ୍ୟ ଅସୁବିଧା ଅଛି । ଏମିତିରେ ମଧ୍ୟ ଖରାପ ନେଟୱାର୍କ ପରେ ମଧ୍ୟ ମୁଁ ଭିଡିଓ କଲ୍ କରି ପୁଅର ଅନ୍ତିମ ଯାତ୍ରାର ଦର୍ଶନ କରିପାରିଥିଲି” ।

ସୌଜନ୍ୟ : bhaskar.com