ବେକଲେସ ଶାଢ଼ୀକୁ ବଲଗର କହୁଥିବା ଲୋକଙ୍କୁ ଏକ ଶକ୍ତ ଉତ୍ତର ଦେଲେ, ପ୍ରିୟଙ୍କା ବିନା ବ୍ଲାଉଜର ଶାଢ଼ୀ ପିନ୍ଧିଥିଲେ ।

Spread the love

ନିକଟରେ ପ୍ରିୟଙ୍କା ଚୋପ୍ରାଙ୍କ ଏକ ଫୋଟ ଶୁଟ ବହୁତ ଭାଇରଲ ହୋଇଛି; ଯେଉଁଥିରେ ସେ ବିନା ବ୍ଲାଉଜର ଶାଢ଼ୀ ପିନ୍ଧିଥିଲେ ।

ପ୍ରିୟଙ୍କା ଚୋପଡା ଆଜି ବଲିଉଡର ଏକ ଉଚ୍ଚକୋଟୀର ଅଭିନେତ୍ରୀ ଅଟନ୍ତି । ବର୍ତ୍ତମାନ ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଲୋକେ ଜାଣି ସାରିଲେଣି । ସେ ହଲିଉଡ଼ର ଅନେକ ସିରିଜ ଏବଂ ଫିଲ୍ମରେ ଅଭିନୟ କରି ସାରିଲେଣି । ବିଗତ ବର୍ଷ ଯୋଧପୁରର ଉମେଦ ଭବନରେ ରାଜକୀୟ ଶୈଳୀରେ ପ୍ରିୟଙ୍କା ଚୋପଡା ଏବଂ ନିକ୍ ଜୋନସଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା । ଏହି ବିବାହ ଖ୍ରୀଷ୍ଟିୟାନ ନୀତି-ନିୟମରେ ଏବଂ ହିନ୍ଦୁ ନୀତି-ନିୟମରେ ହୋଇଥିଲା । ନିକ୍ ଜୋନସ ଆମେରିକାର ଲୋକପ୍ରିୟ ପପ ସିଙ୍ଗର ଅଟନ୍ତି । ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସଙ୍କ ପ୍ରକୃତ ବିବାହ ଉତ୍ସବ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା । ନିକଟରେ ଏକ ମ୍ୟାଗେଜିନ ପ୍ରିୟଙ୍କାଙ୍କ ଉପରେ ଦୋଷାରୋପ ଲଗାଇଥିଲା ଯେ, ଲୋକପ୍ରିୟ ହେବା ପାଇଁ ପ୍ରିୟଙ୍କା ନିକଙ୍କ ସହ ବିବାହ କରିଥିଲେ । ମ୍ୟଗାଜିନରେ ଲଗାଯାଇଥିବା ଦୋଷାରୋପ ଯୋଗୁଁ ପ୍ରିୟଙ୍କା ଚର୍ଚ୍ଚାରେ ଆସି ଯାଇଥିଲେ । ବର୍ତ୍ତମାନ ପୁଣି ପ୍ରିୟଙ୍କା ନିଜର ନିର୍ଭୀକ ଫୋଟ ଶୁଟ ଯୋଗୁଁ ଚର୍ଚ୍ଚାରେ ଆସିଛନ୍ତି । ଯେଉଁଥିରେ କିଛି ଲୋକଙ୍କୁ ପ୍ରିୟଙ୍କାଙ୍କ ଏହି ଫୋଟଶୁଟର ଶୈଳୀ ପସନ୍ଦ ଆସିଲା କିନ୍ତୁ ଅନ୍ୟ କିଛି ଲୋକ ପ୍ରିୟଙ୍କାଙ୍କୁ ସମାଲୋଚନା କରିବାକୁ ଲାଗିଲେ ।

ପ୍ରିୟଙ୍କା ବହୁତ ସୌନ୍ଦର୍ଯ୍ୟପୂର୍ଣ ଫୋଟଶୁଟ କରିଥିଲେ :

ପ୍ରକୃତରେ ପ୍ରିୟଙ୍କା ଏକ ଅନ୍ତଃରାଷ୍ଟ୍ରୀୟ ପତ୍ରିକା ପାଇଁ କଭର ଫୋଟଶୁଟ କରାଇଥିଲେ, ଯେଉଁଥିରେ ସେ ଅର୍ଦ୍ଧନଗ୍ନ ଏବଂ ବେକଲେସ ଭଙ୍ଗୀରେ ଫୋଟ ଶୁଟ କରିଥିଲେ । ଏହି ଫୋଟଶୁଟରେ ପ୍ରିୟଙ୍କା ଏକ ସୁନ୍ଦର ଶାଢ଼ୀ ପିନ୍ଧିଥିଲେ । କିନ୍ତୁ ସେ ଏହି ଶାଢ଼ୀକୁ ବିନା କୌଣସି ବ୍ଲାଉଜରେ ପିନ୍ଧିଥିଲେ ଏବଂ ଏହି ବିଷୟ ଲୋକଙ୍କୁ ପସନ୍ଦ ହେଲାନାହିଁ ଏବଂ ସେମାନେ ପ୍ରିୟଙ୍କାଙ୍କୁ ସମାଲୋଚନା କରିବା ଆରମ୍ଭ କରି ଦେଇଥିଲେ ।

ଲୋକମାନେ ବହୁତ ଖରାପ କମେଣ୍ଟ କରିଥିଲେ :

ଯେମିତି ପ୍ରିୟଙ୍କା ନିଜ ଇନଷ୍ଟଗ୍ରାମରେ ଏହି ଫୋଟକୁ ପୋଷ୍ଟ କରିଲେ, ସେତେବେଳେ ତାଙ୍କର ଅନୁସରଣକାରୀ ମାନେ ପ୍ରିୟଙ୍କାଙ୍କୁ ସମାଲୋଚନା କରିବା ଆରମ୍ଭ କରି ଦେଇଥିଲେ । ଲୋକମାନେ ତାଙ୍କ ପୋଷ୍ଟରେ ବହୁତ ଖରାପ କମେଣ୍ଟ କରିଥିଲେ । କିଛି ଲୋକ ତାଙ୍କୁ ଉପଦେଶ ଦେବାର ଦେଖାଯାଇଥିଲା । ଜଣେ ବ୍ୟକ୍ତି ଲେଖିଥିଲେ ଯେ- “ଦେଶୀ ଗାର୍ଲ ଠିକ ଅଛି କିନ୍ତୁ ବିନା ବ୍ଲାଉଜର ଶାଢ଼ୀ କିଏ ପିନ୍ଧୁଛି ? ପ୍ରିୟଙ୍କା ଜୀ ଆପଣ ଭାରତୀୟ ନାରୀର ଛବିକୁ ଖରାପ କରୁଛନ୍ତି ।”

ଭିଡିଓ ଜରିଆରେ ସମାଲୋଚକରୀଙ୍କୁ ଶକ୍ତ ଉତ୍ତର ଦେଲେ :

ବର୍ତ୍ତମାନ ସେହି ସମାଲୋଚକରୀଙ୍କୁ ପ୍ରିୟଙ୍କା ଉତ୍ତର ଦେଇଛନ୍ତି । ପ୍ରିୟଙ୍କା ନିଜର ଇନଷ୍ଟଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ନିଜ ପ୍ରଶଂସକଙ୍କ ସହ ଜୀବନର ୫ଟି ମହତ୍ଵପୂର୍ଣ୍ଣ ଶିକ୍ଷା ସେୟାର କରିଥିଲେ । ପ୍ରିୟଙ୍କା ଜୀବନର ଯେଉଁ ମହତ୍ଵପୂର୍ଣ୍ଣ ଶିକ୍ଷାକୁ ଏମିତି ହାଲୁକା ଭାବରେ ସେୟାର କରିଥିଲେ, ତାହା ପ୍ରକୃତରେ ପ୍ରଶଂସାର ପାତ୍ର ଅଟେ । ସେଥିମଧ୍ୟରୁ ଗୋଟିଏ ଶିକ୍ଷା, ସେହି ଶାଢ଼ୀକୁ ନେଇ ଯାହାକୁ ସେ ଫୋଟଶୁଟରେ ପିନ୍ଧି ସମାଲୋଚିତ ହୋଇଥିଲେ ।

“ସ୍କାଏ ଇଜ ପିଙ୍କ”ର ସୁଟିଙ୍ଗ ଶେଷ କରିଲେ” :

ଏହି ଭିଡ଼ିଓ ମାଧ୍ୟମରେ ସେ ସମାଲୋଚକ ମାନଙ୍କୁ ଉଚିତ ଉତ୍ତର ଦେଇଛନ୍ତି ଏବଂ ସେ ପ୍ରମାଣ କରିଦେଲେ ଯେ, ତାଙ୍କୁ ସମାଲୋଚନାରେ କୌଣସି ଭୟ ନାହିଁ । ଭିଡ଼ିଓରେ ସେ “ଶାଢ଼ୀ, ନଟ ସାରୀ”, କହିବାର ଦେଖା ଯାଇଥିଲା । ପ୍ରଶଂସକଙ୍କୁ ପ୍ରିୟଙ୍କାଙ୍କ ଏହି ଢଙ୍ଗ ବହୁତ୍ ପସନ୍ଦ ଆସିଛି । ଫରହାନ ଆଖତର, ଯାଏରା ବସିମ ତାରକାଙ୍କ ସହ “ଦ ସ୍କାଏ ଇଜ ପିଙ୍କ”ର ସୁଟିଙ୍ଗ ଶେଷ କରି ପ୍ରିୟଙ୍କା ନ୍ୟୁୟର୍କ ପହଞ୍ଚିଛନ୍ତି ।