ପ୍ରକାଶ ପାଇଲା ପ୍ରିୟଙ୍କାଙ୍କ ଗୋପାନୀୟ କଥା ! କହିଲେ ୧୬ବର୍ଷ ବୟସରେ ମତେ ପୁଅମାନଙ୍କ ପ୍ରତି ରୁଚି ଥିଲା କିନ୍ତୁ ୧୭ ବର୍ଷ ବୟସ

Spread the love

ପ୍ରକାଶ ପାଇଲା ପ୍ରିୟଙ୍କାଙ୍କ ଗୋପାନୀୟ କଥା ! କହିଲେ ୧୬ବର୍ଷ ବୟସରେ ମତେ ପୁଅମାନଙ୍କ ପ୍ରତି ରୁଚି ଥିଲା କିନ୍ତୁ ୧୭ ବର୍ଷ ବୟସ ପରଠାରୁ କିଛି ଏମିତି ଘଟିଲା…

ପ୍ରିୟଙ୍କା ଚୋପଡ଼ା ବର୍ତ୍ତମାନ ବଲିଉଡ଼ର ଟୋପ ଅଭିନେତ୍ରୀ ଅଟନ୍ତି । ବର୍ତ୍ତମାନ ତାଙ୍କୁ ଇଣ୍ଟର ନ୍ୟାସନାଲ ଲେବେଲରେ ମଧ୍ୟ ଲୋକେ ଜାଣି ସାରିଲେଣି । ସେ ହଲିଉଡ଼ର ଅନେକ ସିରିଜ ଏବଂ ଫିଲ୍ମରେ ନଜର ଆସି ଯାଇଛନ୍ତି । ଗୋଟିଏ ବର୍ଷ ପୂର୍ବରୁ ଯୋଧପୂରର ଉମେଦ ଭବନରେ ପ୍ରିୟଙ୍କା ଏବଂ ନିକ ଜନସଙ୍କ ବିବାହ ଧୂମଧାମରେ ସମ୍ପନ୍ନ ହୋଇଥିଲା । ଏହି ବିବାହ ଖ୍ରୀଷ୍ଟୀୟାନ ରୀତିନୀତି ଏବଂ ହିନ୍ଦୁ ରୀତିନୀତି ଭାବରେ ସମ୍ପନ୍ନ ହୋଇଥିଲା । ଆପଣଙ୍କୁ ଜଣାଇ ଦେଉଛୁ ଯେ, ନିକ ଜନସ ଆମେରିକାର ଫେମସ ପୋପ ସିଙ୍ଗର ଅଟନ୍ତି । ଯେବେ ଠାରୁ ପ୍ରିୟଙ୍କା ଏବଂ ନିକଙ୍କ ବିବାହ ହୋଇଛି, ସେହିଦିନ ଠାରୁ ପ୍ରିୟଙ୍କା କୌଣସି ନା କୌଣସି କାରଣ ପାଇଁ ମିଡିଆରେ ଚର୍ଚ୍ଚିତ ରହିଥାନ୍ତି । କାମ ବିଷୟରେ କଥା ହେବା ଯଦି ତେବେ ବର୍ତ୍ତମାନ ପ୍ରିୟଙ୍କା ନିଜର ଆଗାମୀ ଫିଲ୍ମ ‘ସ୍କାଇ ଇଜ୍ ପିଙ୍କ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ଫରହାନ ଅଖତର ଏବଂ ଜାୟରା ବସିମ ମଧ୍ୟ ଅଛନ୍ତି । ଆଜିକାଲି ପ୍ରିୟଙ୍କା ଜୋରଯାରରେ ନିଜର ଫିଲ୍ମର ପ୍ରୋମସନ ପାଇଁ ଲାଗିଛନ୍ତି ।

କିଛି ଦିନ ପୂର୍ବରୁ ପ୍ରିୟଙ୍କା ଏକ ଇଣ୍ଟରଭ୍ୟୁ ଦେଇଥିଲେ, ଯେଉଁଠାରେ ସେ ୧୬ ବର୍ଷର ପର୍ଯ୍ୟାବରଣ କାର୍ଯ୍ୟକର୍ତ୍ତା ଗ୍ରେଟ ଥାନବର୍ଗର ପ୍ରଶଂସା କରିବାକୁ ଯାଇ କହିଥିଲେ, ଆଜିକାଲିର ପିଲାମାନଙ୍କ ଠାରୁ ତାଙ୍କୁ ପ୍ରେରଣା ମିଳୁଛି । ପ୍ରିୟଙ୍କା କହିଥିଲେ କି ଆଜିର ଟିନ ଏଜର (Teenage) ତାଙ୍କର ଭବିଷ୍ୟତକୁ ନେଇ ଅଧିକ ସଚେତ ରହିଥାନ୍ତି । ସେ ଗ୍ରେଟଙ୍କ ବିଷୟରେ କହିଥିଲେ, “ଧନ୍ୟବାଦ ନିଜ ପିଢ଼ିର ମୁହଁ ଉପରେ ଏକ ଯୋରଜାର ମୁଥ ମାରିବା ପାଇଁ ଯାହାଦ୍ଵାରା କି ସେମାନେ ହୋସକୁ ଆସିପାରିବେ ଏବଂ ବୁଝିପାରିବେ କି ଆମେ ଯେତିକି ସବୁ ଜାଣିଛୁ, ଆମକୁ ତାଠାରୁ ଅଧିକ ଜାଣିବା ଉଚିତ୍ ।”

ନିଜର ଭବିଷ୍ୟତକୁ ହାତରେ ନେବାକୁ ଚାହୁଁଛନ୍ତି ପିଲାମାନେ :

ପ୍ରିୟଙ୍କା କହିଥିଲେ,”ଆଜିକାଲିର ପିଲାମାନେ ଜାଗୃତ ଅଟନ୍ତି ଏବଂ ସେମାନେ ନିଜ ଭବିଷ୍ୟତକୁ ନିଜ ହାତରେ ନେବାକୁ ଚାହୁଁଛନ୍ତି” । ଜଣେ ବ୍ୟକ୍ତି ରୂପରେ ମତେ ପ୍ରେରଣା ମିଳୁଛି । ତଥ୍ୟ ଏହା ଯେ, ସେ ଏକ ବିକଳ୍ପ ଏବଂ ସ୍ୱର ଚାହୁଁଛନ୍ତି ଏବଂ କହୁଛନ୍ତି ମୁଁ ଏମିତି ଭବିଷ୍ୟତରେ ରହିବାକୁ ଚାହୁଁଛି, ମୁଁ ଏମିତି ବ୍ୟକ୍ତି ହେବାକୁ ଚାହୁଁଛି” ।

୧୬ବର୍ଷ ବୟସରେ ଫ୍ୟାସନର ରୁଚି ଥିଲା :

ପ୍ରିୟଙ୍କା ଆଗକୁ କହିଲେ ଆଜିକାଲିର ପିଲାମାନେ କମ ବୟସରେ ହିଁ ଅଧିକ ସୂଚନା ପ୍ରାପ୍ତ କରିନିଅନ୍ତି । ସେଥିପାଇଁ ତାଙ୍କୁ ସମାଜ ପ୍ରତି ଥିବା ଦ୍ୱାୟିତ୍ୱର ଅନୁଭବ ହୋଇଯାଇଥାଏ । ପ୍ରିୟଙ୍କା ନିଜ ବିଷୟରେ କଥା ହେବାକୁ ଯାଇ କହିଥିଲେ କି “ଯେତେବେଳେ ମୁଁ ୧୬ବର୍ଷର ଥିଲି, “ମତେ ସେତେବେଳେ ପୋଷାକ ଏବଂ ପୁଅମାନଙ୍କ ପ୍ରତି ରୁଚି ଥିଲା । ମୋତେ ଦାୟିତ୍ଵବୋଧର ତିଳେ ମଧ୍ୟ ଅନୁଭବ ହେଉନଥିଲା । ଯେତେବେଳେ ମୁଁ ୧୭ବର୍ଷର ହୋଇଗଲି ଏବଂ ମିସ ୱାର୍ଲ୍ଡ ହୋଇଥିଲି, ସେତେବେଳେ ଦୁନିଆ ପ୍ରତି ଅବଗତ ହେଲି ।

୩୦ବର୍ଷ ପରେ ଜଣା ପଡ଼ିଥିଲା :

ପ୍ରିୟଙ୍କା କହିଥିଲେ କି, “ଆଜିର ପିଲାମାନେ ଏବଂ ଟିନଏଜର (Teenage) ନିଜ କାନ୍ଧ ଉପରେ ଅନେକ ଦାୟିତ୍ଵ ନେଇଥାନ୍ତି । ଯେତେବେଳେ ମୁଁ ଛୋଟ ଥିଲି ସେତେବେଳେ ମତେ ଜଣା ନଥିଲା କି, ଏହାପରି କିଛି କରିବାର ମୋ ପାଖରେ ସାହସ ଅଛି କି ? ୩୦ବର୍ଷ ପରେ ମୁଁ ଯେତେବେଳେ ଏହି ଜିନିଷ ସହ ସାକ୍ଷାତ ହେଲି ତୋ ମତେ ବହୁତ ପ୍ରେରଣା ଦାୟକ ଲାଗିଥିଲା” । ଜଣାଇ ଦେଉଛୁ, ଶୀଘ୍ର ହିଁ ପ୍ରିୟଙ୍କା ଫରହାନ ଅଖତର ଏବଂ ଯାୟରା ବସିମ ଷ୍ଟାରର ଫିଲ୍ମ “ସ୍କାଇ ଇଜ୍ ପିଙ୍କ”ରେ ଦେଖା ଦେବେ । ଏହି ଫିଲ୍ମ ଯୋଗୁଁ ସେ ବର୍ତ୍ତମାନ ଭାରତରେ ରହୁଛନ୍ତି । ଫିଲ୍ମର ଡାଇରେକ୍ଟର ସୋନାଲି ବୋଷ ଅଟନ୍ତି । ଫିଲ୍ମ ୧୧ ଅକ୍ଟବରରେ ସିନେମା ଗୃହରେ ରିଲିଜ ହେବ । ଜଣାଇ ଦେଉଛି, ବିବାହ ପରେ ପ୍ରିୟଙ୍କାଙ୍କ ଏହା ପ୍ରଥମ ହିନ୍ଦୀ ଫିଲ୍ମ ଅଟେ । ଏମିତିରେ ଦର୍ଶକ ଏହି ଫିଲ୍ମ ପାଇଁ ଅନେକ ଅପେକ୍ଷାରେ ରହିଛନ୍ତି ।

ସୌଜନ୍ୟ : https://www.newstrend.news