ଭାରତର ପ୍ରଧାନମନ୍ତ୍ରୀ ହେବା ଦୌଡ଼ରେ ସାମିଲ ହେବାକୁ ଚାହୁଁଛନ୍ତି ପ୍ରିୟଙ୍କା ଚୋପ୍ରା, କହିଲେ ନିକକ୍ ହେବେ ରାଷ୍ଟ୍ରପତି ।

Spread the love

ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ସବୁବେଳେ ମିଡ଼ିଆର ଚର୍ଚ୍ଚାରେ ରହନ୍ତି । ପ୍ରିୟଙ୍କା ଏକ ସ୍ଵତନ୍ତ୍ର ଓ ଆତ୍ମବିଶ୍ବାସ ପୂର୍ଣ୍ଣ ମହିଳା । ସେ ସବୁବେଳେ ଜୀବନରେ ଆଗକୁ ବଢିବାକୁ ବିଶ୍ୱାସ ରଖନ୍ତି ।ଫିଲ୍ମି ପରିବାରରୁ ନ ହୋଇ ମଧ୍ୟ ଆଜି ସେ ଯେଉଁ ଜାଗା ହାସିଲ କରିଛନ୍ତି, ସେଥିପାଇଁ ସେ ପ୍ରଶଂସାର ପାତ୍ର । ପ୍ରିୟଙ୍କା ପ୍ରଥମେ ‘ମିସ ୱାର୍ଲଡ଼’ର ଶିରୋନାମା ନିଜ ନାମରେ କରି ଭାରତର ନାମକୁ ଗୌରବନିତ୍ୱ କରିଥିଲେ । ଏହା ପରେ ସିନେମାରେ ନିଜର ପରିଚୟ ସୃଷ୍ଟି କଲେ । ପରେ ସେ ହୋଲିଉଡ଼ ଜଗତକୁ ଯାଇ ବିଦେଶ ମାଟିରେ ମଧ୍ୟ ଭାରତର ଛାତିକୁ ଗର୍ବରେ ଚଉଡ଼ା କରି ଦେଇଛନ୍ତି ।ନିକକ୍ ଜୋନ୍ସଙ୍କ ସହ ବିବାହାପରେ ସେ ଏକ ଅନ୍ତର୍ଜାତୀୟ ତାରକା ହୋଇ ଯାଇଛନ୍ତି । କିନ୍ତୁ ଏତିକିରେ ପ୍ରିୟଙ୍କା ସନ୍ତୁଷ୍ଠ ହେବେ ନାହିଁ । ନିକଟରେ ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି ଯେ, ଭବିଷ୍ୟତରେ ସେ ଭାରତର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି । ଖାଲି ଏତିକି ହିଁ ନାହିଁ, ସେ ଆଭାସ ଦେଇ କହିଲେ ସ୍ୱାମୀ ନିକକ ଆମେରିକାର ରାଷ୍ଟ୍ରପତି ହେବା ଉଚିତ । ଆସନ୍ତୁ ଏହି ପୁରା ଘଟଣାକୁ ଭଲ ରୂପେ ଜାଣିବା ।

ପିପୁଲସ ଡ଼ଟ୍ କମ୍ ଅନୁସନ୍ଧାନରୁ ମିଳିଥିବା ସୂଚନା ଅନୁସାରେ ପ୍ରିୟଙ୍କା ନିକଟରେ ‘ଦି ସଣ୍ଡେ ଟାଇମ୍ସ’ ମେଗାଜିନର ଏକ ଇଣ୍ଟରଭ୍ୟୁରେ, ସେ ତାଙ୍କର ରାଜନୈତିକ ମହତକାଂକ୍ଷାକୁ ସେୟାର କରିଥିଲେ । ପ୍ରୟାଙ୍କ କହିଲେ, ମୁଁ ଭାରତର ପ୍ରଧାନମନ୍ତ୍ରୀ ହେବାର ନିଶ୍ଚିତ ବିଶ୍ୱାସ ରଖିଛି । ମୁଁ ସର୍ବଦା ନିଜକୁ ରାଜନୀତି ଠାରୁ ଦୂରରେ ରହିଛି । କାରଣ ମୁଁ ମନୋରଞ୍ଜନ ଦୁନିଆ ସହ ଜଡ଼ିତ ଅଛି । ରାଜନୀତିରେ ଏମିତି କିଛି ଜିନିଷ ଅଛି ଯାହାକୁ ମୁଁ ପସନ୍ଦ କରୁନାହିଁ କିନ୍ତୁ ଏହାପରେ ମଧ୍ୟ ଦେଶକୁ ମଜବୁତ କରିବା ପାଇଁ ମୁଁ ପ୍ରଧାନମନ୍ତ୍ରୀ ଦୌଡ଼ ସାମିଲ ହେବା ପାଇଁ ନିଶ୍ଚୟ ଚାହିଁବି । ମୁଁ ଆଉ ନିକକ୍ ଦେଶର ଭଲ ପାଇଁ କିଛି ଭଲ ପରିବର୍ତ୍ତନ ଚାହୁଁଛୁ । ସେଥିପାଇଁ ମୁଁ ନିକକ୍ ଙ୍କୁ ମଧ୍ୟ କହିଲି ଯେ, ଭବିଷ୍ୟତରେ ସେ ମଧ୍ୟ ଆମେରିକାର ରାଷ୍ଟ୍ରପତି ହେବା ଦୌଡ଼ରେ ସାମିଲ ହୁଅନ୍ତୁ । ତାଙ୍କ ଭିତରେ ଜଣେ ଭଲ ନେତା ହେବାର ଗୁଣ ରହିଛି ।

ପ୍ରିୟଙ୍କା ସବୁବେଳେ ନିଜର କଥାକୁ ଅନ୍ୟ ସମ୍ନାରେ ବିନା ଦ୍ବିଧାରେ କହନ୍ତି । ସେ ସମାଜ ସହ ଜଡ଼ିତ ଘଟଣା ଉପରେ ମଧ୍ୟ ନିର୍ଭୟର ସହ କହନ୍ତି । ବର୍ତ୍ତମାନ କୌଣସି ଫିଲ୍ମ ତାରକା ରାଜନୀତିକୁ ଆସିବା କିଛି ନୁଆ କଥା ନାହିଁ । ଗତ ନିର୍ବାଚନରେ ମଧ୍ୟ ଅନେକ ଫିଲ୍ମ ତାରକା ରାଜନୈତିକ ଦଳର ପ୍ରଚାର କରିଥିଲେ । ଏମିତିରେ ପ୍ରିୟଙ୍କା ମଧ୍ୟ ଯଦି ଏହି ଫିଲଡ଼କୁ ଆସନ୍ତି, ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଅନ୍ୟ ପଟେ ପ୍ରିୟଙ୍କାଙ୍କ ଲୋକପ୍ରିୟତା ଦେଖି ଜଣାପଡୁଛି ଯେ, ସେ ସହଜରେ ପ୍ରଧାନମନ୍ତ୍ରୀ ପଦର ନିର୍ବାଚନ ଜିତିଯିବେ । ବର୍ତ୍ତମାନ ଦେଖିବା ଯେ, ସେ ଜୀବନର କେଉଁ ମୁହୂର୍ତ୍ତରେ ଏହି ପଦକ୍ଷେପ ନେବେ । ବର୍ତ୍ତମାନ ସେ ବଲିଉଡ ଓ ହୋଲିଉଡ଼ରେ ସେ ଅଧିକ ଧ୍ୟାନ ଦେଉଛନ୍ତି ।

ଅନ୍ୟପକ୍ଷରେ କହିବାକୁ ଗଲେ ଅନେକ ଦିନ ହେଲା ବଲିଉଡରେ ପ୍ରିୟଙ୍କାର ଫିଲ୍ମ ରିଲିଜ ହୋଇ ନାହିଁ । ପ୍ରଥମେ ସେ ସଲମାନ ଖାନଙ୍କ ‘ଭାରତ’ କରିଥାନ୍ତେ କିନ୍ତୁ ଯେବେ ଠାରୁ ସେ ଏହି ଫିଲ୍ମ ଛାଡିଛନ୍ତି, ସେହି ଦିନଠାରୁ କିଛି ନା କିଛି ବିବାଦରେ ଘେରି ହୋଇ ଯାଉଥିଲେ । ପରେ ସଲମାନ ତାଙ୍କ ଉପରେ ରାଗି କୈଟ୍ରିନାଙ୍କୁ ନେଇଥିଲେ । ବର୍ତ୍ତମାନ ପ୍ରିୟଙ୍କା ‘ଦି ସ୍କାଇ ଇଜ ପିଙ୍କ’ ନାମକ ଫିଲ୍ମରେ ବ୍ୟସ୍ତ ଅଛନ୍ତି ।