ପ୍ରାଇଭେଟ ଚାକିରୀ କରୁଥିବା ଲୋକଙ୍କ ପାଇଁ ବଡ଼ ଖବର , ଏବେ କମ୍ପାନୀ ଚାକିରୀରୁ ବାହାର କରି ପାରିବ ନାହିଁ

Spread the love

ମୋଦୀ ସରକାର ଲୋକସଭା ନିର୍ବାଚନ ପୁର୍ବରୁ ପ୍ରାଇଭେଟ ଚାକିରି କର୍ମଚାରୀଙ୍କୁ ନିଜ ପ୍ରତି ଓ ନିଜ ଦଳ ପ୍ରତି ଆକର୍ଷିତ କରିବା ପାଇଁ ଶ୍ରମ କାନୁନରେ ସୁଧାର ଆଣିଛନ୍ତି । ଏହି ସୁଧାରରେ ପ୍ରାଇଭେଟ ଚାକିରି କରିବା ଲୋକଙ୍କୁ ବହୁତ ଲାଭ ମିଳିବ । ସରକାର କର୍ମଚାରି ମାନଙ୍କୁ ଚାକିରିରୁ ବାହାର କରିବା ଏବଂ କଂପାନୀ ବନ୍ଦ କରିବା ପିଅନ ମଞ୍ଜୁରୀ ପ୍ରଦାନ କରିବା ନିୟମରେ କିଛି କିଛି ପରିବର୍ତ୍ତନ ଆଣିଛନ୍ତି । ଏହି ନିୟମ ବଳରେ ଘରୋଇ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ କମ୍ପାନୀରୁ ଅଥବା କର୍ମଚାରୀଙ୍କ ପଦବୀରୁ ବାହାର କରି ପାରିବ ନାହିଁ ।

ସୂତ୍ର ଅନୁସାରେ, ଯେଉଁ ପ୍ରାଇଭେଟ କଂପାନୀରେ 100 ରୁ ଅଧିକ କର୍ମଚାରୀ ଥିବେ, ସେ କଂପାନୀକୁ ଯେ କୌଣସି କାର୍ଯ୍ୟ କରିବା ପୁର୍ବରୁ ସରକାରଙ୍କ ମତ ନେବା ଅନିର୍ବର୍ଯ୍ୟ ବୋଲି ସରକାର ଘୋଷଣା କରିଛନ୍ତି । ଯାହାର ପରିଣତି ସ୍ୱରୂପ, ଯେଉଁ କଂପାନୀ ଗୁଡିକରେ 100 ରୁ ଅଧିକ କର୍ମଚାରୀ ଥିବା ପ୍ରାଇଭେଟ କଂପାନୀ ବନ୍ଦ କରିବା ସହଜ ସାଧ୍ୟ ହେବ ନାହିଁ । କଂପାନୀ ଗୁଡ଼ିକ କର୍ମଚାରୀ ମାନଙ୍କୁ ବାହାର କରିବା ପୁର୍ବରୁ ସରକାରଙ୍କ ମଞ୍ଜୁରୀ ନେବା ଆବଶ୍ୟକ ଅଟେ ।

କେନ୍ଦ୍ରସରକାର ଶ୍ରମ କାନୁନରୁ ଏହି ବିବାଦସ୍ପଦ କାନୁନ କୁ ହଟେଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ସରକାର କ୍ଲୋଜରେ ବି କିଛି ପରିବର୍ତ୍ତନ କରିଛନ୍ତି । ସରକାର କୋର୍ଡ ଅଫ ଇଣ୍ଡଷ୍ଟ୍ରିଆଲ ଅନୁସାରେ ନୂଆ ପରିବର୍ତ୍ତନ କରିଛନ୍ତି । ସରକାର ଡ୍ରାଫ୍ଟ ବିଲ ରେ କର୍ମଚାରୀଙ୍କ ସଂଖ୍ୟା 100 ରୁ 300 କରି ଦେଇଛନ୍ତି ।

କମ୍ପାନୀ କୁ ନେବାକୁ ହେବ ସରକାରଙ୍କର ଅନୁମତି:-

◆ 100 ରୁ ଅଧିକ କର୍ମଚାରୀ ଥିବା କଂପାନୀରେ କଂପାନୀ ଗୁଡ଼ିକ ବନ୍ଦ କରିବା ସହଜ ନୁହେଁ ।

◆ କର୍ମଚାରୀ ମାନଙ୍କୁ ବାହାର କରିବା ପାଈଁ ସରକାରଙ୍କ ମଞ୍ଜୁରୀ ନେବା ଆବଶ୍ୟକ ।

◆ ଶ୍ରମ କାନୁନ ପାଖରୁ ବିବାଦସ୍ପୋଦ୍ କ୍ଳୋଜକୁ ବାହାର କରିବାର ସରକାର ଘୋଷଣା କରିଛନ୍ତି ।

◆ Closure, Layoff_Retrenchment କ୍ଳୋଜ୍ ରେ କରାଯାଇ ଥିଲା ଅଲଗା ।

◆ କୋଡ଼ ଆନ ଇଣ୍ଡସ୍ଟ୍ରି ଲ ଭଳିଆ ନୂଆ ପରିବର୍ତ୍ତନ କରାଯାଇଥିଲା

◆ ଡ଼୍ରାଫ୍ ବିଲର କର୍ମଚାରୀ ମାନଙ୍କ ସଂଖ୍ୟା 100 ରୁ 300 କରାଯାଇଛି ।

◆ ଏଥିରେ 300 ରୁ କମ ଥିବା କର୍ମଚାରୀ କଂପାନୀ ମନମାନି କରି ପାରୁଥିଲେ ।

◆ ଟ୍ରେଡ଼ ୟୁନିୟନଙ୍କ ଦବାଵରେ ସରକାର କଡ଼ା ସୁଧାର ପଦକ୍ଷେପ ନେଇଛନ୍ତି ।

◆ ସୋଂସଧିତ୍ ଡ଼୍ରାଫ୍ଟ ବିଲ ସରକାର କେବିନେଟଙ୍କ ପାଖରେ ମଞ୍ଜୁରୀ ପାଈଁ ପଠେଇଥିଲେ ।

◆ ଦୁଇ ରୁ ତିନି ସପ୍ତାହ ମଧ୍ୟରେ ସରକାର ନୁଆ କୋଡ଼କୁ ମଞ୍ଜୁରୀ ଦେଇପାରିବେ ।