ମୋଦି ସରକାର କଲେ ବଡ଼ ଘୋଷଣା : ପ୍ରାଇଭେଟ ଚାକିରୀ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ମିଳିବ ୬ ଲକ୍ଷ

Spread the love

ନିର୍ବାଚନ ବର୍ଷ ହେବା କାରଣରୁ ମୋଦି ସରକାର ଅନ୍ତିମ ବଜେଟରେ ଚାକିରୀ ବେଉସା ଆଉ ଶ୍ରମିକ ମାନଙ୍କ ଉପରେ ବେସି ଜୋର ଦେଉଛନ୍ତି । ପ୍ରଭାରୀ ବଜେଟ ମନ୍ତ୍ରୀ ପିୟୁସ ଗୋଏଲ ନିଜର ପ୍ରଥମ ବଜେଟ ଭାଷଣରେ ଗ୍ରେଚ୍ୟୁଟି ଦାଖଲର ସୀମା ଡବଲ କରି ଦେଇଛନ୍ତି । ଗ୍ରେଚ୍ୟୁଟିର ସୀମା 10 ଲକ୍ଷ ରୁ ବଢ଼େଇ 20 ଲକ୍ଷ କରି ଦେଇଛନ୍ତି ।

ଏହାଛଡା ବଜେଟରେ 21 ହଜାର ଯାଏଁ ଦରମା ପାଉ ଥିବା ଲୋକଙ୍କର ମିନିମମ ବନୋସ 7000 ଟଙ୍କା କରାଯାଇଛି । ପିୟୁସ ଗୋଏଲ କହିଛନ୍ତି ଯେ 7ମ ବେତନ ଆୟୋଗର ସିଫାରିସ ପରେ ତାକୁ ଜଳଦି ଲାଗୁ କରି ଦିଆ ଯିବ । ବଜେଟ ଭାଷଣରେ ଗୋଏଲ ଏହା ଘୋଷଣା କରିଛନ୍ତି ଯେ ଯେଉଁ ଲୋକଙ୍କର ପ୍ରାଇଭେଟ ଚାକିରୀ ଅଛି ଆଉ ତାଙ୍କର ଡିପିଏଫ କଟି ଥାଏ , ତାଙ୍କୁ 6 ଲକ୍ଷ ଟଙ୍କାର ବୀମା ମାଗଣା ଦିଆ ଯିବ ।

ପ୍ରଭାରୀ ବିତ୍ତ ମନ୍ତ୍ରୀ 15 ହଜାର ମଜୁରୀ ପାଇଁ ନୂଆ ପେନସନ ” ପ୍ରଧାନମନ୍ତ୍ରୀ ଶ୍ରମୟୋଗି ମାନଧନ ” ଯୋଜନାର ଘୋଷଣା କରିଛନ୍ତି । ଯୋଜନା ଅନୁସାରେ 60 ବର୍ଷ ବୟସ ପରେ ଏହି ଶ୍ରମିକ ମାନଙ୍କୁ 3 ହଜାର ଟଙ୍କାର ମାସିକ ପେନସନ ଦିଆ ଯିବ । ଏଥିପାଇଁ ଶ୍ରମିକ ମାନଙ୍କୁ ମାସିକ କେବଳ 50 ଟଙ୍କା ଅଂଶ ଦାନ ଦେବାକୁ ପଡିବ । ଆଉ 50 ଟଙ୍କା ରାଶି କେନ୍ଦ୍ରସରକାର ଦେବ । ଏହି ଯୋଜନାରେ ପାଖା ପାଖି 10 କୋଟି ଶ୍ରମିକଙ୍କୁ ଲାଭ ମିଳିବ । ସରକାର ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ବେଲଫେୟର ଡେଭଲପମେଣ୍ଟ ବୋର୍ଡର ଗଠନ କରିବାର ଘୋଷଣା କରିଛନ୍ତି ।