ସୁପ୍ରିମକୋର୍ଟଙ୍କ ଆଦେଶ : ଟଙ୍କା ନଥିଲେ ମଧ୍ୟ ଗରିବ ଲୋକଙ୍କୁ ଚିକିତ୍ସା କରିବାକୁ ମନା କରିପାରିବେ ନାହିଁ ଘରୋଇ ଡାକ୍ତରଖାନା !

Spread the love

ଯଦି କେହି ଗରିବ ଅଟନ୍ତି ଏବଂ ତାକୁ ଯଦି ଚିକିତ୍ସାର ତୁରନ୍ତ ଆବଶ୍ୟକତା ରହିଛି; ତେବେ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ମନା କରିପାରିବେ ନାହିଁ । ସୁପ୍ରିମକୋର୍ଟର ଏପରି ଆଦେଶ ଶୁଣାଇଥିଲା । ସୁପ୍ରିମକୋର୍ଟ ଦିଲ୍ଲୀର ଡାକ୍ତରଖାନା ମାନଙ୍କୁ ନେଇ ଏହି ନିଷ୍ପତ୍ତି ଶୁଣାଇଥିଲେ ।

କୋର୍ଟ ନିଜର ଏହି ନିଷ୍ପତ୍ତିରେ କହିଥିଲେ – ଯେତିକି ମଧ୍ୟ ବ୍ୟକ୍ତିଗତ ବା ଘରୋଇ ଡାକ୍ତରଖାନା ସରକାରଙ୍କ ଜାଗା ଉପରେ ତିଆରି ହୋଇଛି, ସେଥିପାଇଁ ସେମାନେ ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା କରିବାକୁ ପଡ଼ିବ । ଏହି ଆଦେଶ ଦେଶର ସବୁଠାରୁ ବଡ଼ ଅଦାଲତ ଦିଲ୍ଲୀର ମୂଳଚନ୍ଦ, ସେଣ୍ଟ ଷ୍ଟିଫନ୍ସ, ରକଲେଣ୍ଡ ଏବଂ ସୀତା ରାମ ଭରତୀୟା ଡାକ୍ତରଖାନା ଗୁଡ଼ିକର ପ୍ରସ୍ତାବ ଉପରେ ହିଁ ଦିଆଯାଇଛି ।

ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ ଯେ, ଘରୋଇ ଡାକ୍ତରଖାନାରେ ୧୦% ଖଟ ଗରିବ ମାନଙ୍କ ପାଇଁ ମାଗଣାରେ ଦିଆଯିବ । ଅନ୍ୟ କଥା କୁହାଗଲେ OPDରେ ସମ୍ପୂର୍ଣ୍ଣ ରୋଗୀ ମାନଙ୍କ ପାଇଁ ୨୫% ଗରିବ ମାନଙ୍କ ମାଗଣା ଚିକିତ୍ସା ପାଇଁ ସଂରକ୍ଷିତ ରହିବ । କେବଳ ଏତିକି ନୁହେଁ, ଯଦି ଏହି ଡାକ୍ତରଖାନା ଗୁଡ଼ିକରେ ଗରିବ ଲୋକମାନଙ୍କ ମାଗଣା ଚିକିତ୍ସା କରା ନ ଯାଏ, ତେବେ ତାଙ୍କର ଲାଇସେନ୍ସକୁ ରଦ୍ଦ କରାଯିବ ।

ସୁପ୍ରିମକୋର୍ଟ ଏହି ନିଷ୍ପତି ନେବା ସମୟରେ କହିଥିଲେ ଯେ, ଯେଉଁ ଡାକ୍ତରଖାନା ଗୁଡ଼ିକରେ ସରକାରଙ୍କ ଠାରୁ ସବ୍ସିଡ଼ିରେ ସ୍ଥାନ ନେଇଥିଲେ ତାଙ୍କୁ ଗରିବ ଲୋକଙ୍କ ମାଗଣା ଚିକିତ୍ସା ପାଇଁ ସୁବିଧା ସୁଯୋଗ ଦିଆଯିବ ଏବଂ ଯେଉଁ ଡାକ୍ତରଖାନା ଏହି ଆଦେଶକୁ ଗ୍ରହଣ କରିବେ ନାହିଁ, ସେହି ଅଦାଲତର ଅବମାନନାର ଦଣ୍ଡ ଭୋଗିବାକୁ ପଡ଼ିବ ଏବଂ ତାଙ୍କ ଲାଇସେନ୍ସକୁ ରଦ୍ଦ ମଧ୍ୟ କରି ଦିଆଯିବ । ସୁପ୍ରିମକୋର୍ଟର ଏହି ନିଷ୍ପତ୍ତି ମୂଳଚନ୍ଦ, ସେଣ୍ଟ ଷ୍ଟିଫନ୍ସ, ରକଲେଣ୍ଡ ଏବଂ ସୀତାରାମ ଭାରତୀୟା ପରି ଡାକ୍ତରଖାନା ମାନଙ୍କ ପାଇଁ ଅଟେ; ଯେଉଁମାନେ କି ରିହାତି ଦରରେ ସରକାରଙ୍କ ଠାରୁ ଜାଗା ନେଇଥିଲେ । ଆପଣମାନଙ୍କୁ ଜଣାଇ ଦେଉଛୁ ଯେ, ଏହି ଡାକ୍ତରଖାନା ଗୁଡିକ ଦିଲ୍ଲୀ ଅଦାଲତର ନିଷ୍ପତ୍ତି ବିପକ୍ଷରେ ସୁପ୍ରିମକୋର୍ଟରେ ଦରଖାସ୍ତ ଦେଇଥିଲେ । ଯଦିଓ ବର୍ତ୍ତମାନ ଦିଲ୍ଲୀ ସରକାର ମଧ୍ୟ ଘରୋଇ ଡାକ୍ତରଖାନା ଗୁଡ଼ିକୁ ଆଘାତ ଦେଇଛନ୍ତି ।

ଦିଲ୍ଲୀର କେଜରିୱାଲ ସରକାରଙ୍କ ତରଫରୁ ପ୍ରସ୍ତାବିତ ଏକ ପରାମର୍ଶ କୁହାଯାଇଥିଲା ଯେ, ଘରୋଇ ଡାକ୍ତରଖାନା, ରୋଗୀ ମାନଙ୍କ ଶବକୁ ତାଙ୍କ ପରିବାର ସଦସ୍ୟଙ୍କୁ ଦେବା ପାଇଁ ମଧ୍ୟ ମନା କରିପାରିବେ ନାହିଁ, ଯେଉଁମାନଙ୍କ ମୃତ୍ୟୁ ଉପଚାର ବା ଚିକିତ୍ସା ସମୟରେ ଡାକ୍ତରଖାନାରେ ହୋଇଥାଏ ଏବଂ ତାଙ୍କ ପରିଜନ ଅୟୋଷ୍ଟି ପୂର୍ବରୁ ତାଙ୍କ ବିଲ ପୂରଣ କରିବାରେ ଅସମର୍ଥ ଥିବେ । କିନ୍ତୁ ସରକାର ଏହା ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଏହି ପ୍ରସ୍ତାବର ତାତ୍ପର୍ଯ୍ୟ ଏହା ନୁହେଁ ଯେ ବିଲ କ୍ଷମା ହୋଇଗଲା । ଡାକ୍ତରଖାନା ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବେ, ଯେଉଁମାନେ କି ପରେ ମଧ୍ୟ ଯଦି ଏହି ବିଲର ଟଙ୍କାକୁ ନ ଦିଅନ୍ତି ।