ଭାଗ୍ୟରେ ପରିବର୍ତ୍ତନ ହେବା ଆଗରୁ ମା ଲଷ୍ମୀ ଦେଇଥାନ୍ତି କିଛି ଏଭଳି ଶୁଭ ସଙ୍କେତ ।

Spread the love

ଏହି ଦୁନିଆରେ ସଭିଁଙ୍କୁ ସୁଖ-ଶାନ୍ତି ଭରା ଜୀବନ ପାଇଁ ଧନର ଆବଶ୍ୟକ ହୋଇଥାଏ । ଯେଉଁଥି ପାଇଁ ସେ ଦିନରାତି ପରିଶ୍ରମ କରିଥାନ୍ତି । ଏହା ଛଡା ସମସ୍ତେ ଚାହିଁଥାନ୍ତି, ମା ଲଷ୍ମୀଙ୍କ କୃପା ତାଙ୍କ ଉପରେ ସବୁବେଳେ ରହୁ । ଯାହା ଦ୍ୱାରାକି ସେମାନଙ୍କୁ ଜୀବନରେ କେବେ ଧନର ଅଭାବ ପଡ଼ିବନାହିଁ ଓ ଜୀବନ ସବୁବେଳେ ଖୁସିରେ ବିତିବ । ଆପଣ ଜାଣନ୍ତି କି, ଯେତେବେଳେ ମା ଲଷ୍ମୀଙ୍କ କୃପା ଆମ ଉପରେ ହେବାକୁ ଯାଉଥିବ, ସେତେବେଳେ କିଛି ଖାସ୍ ସଙ୍କେତ ଦେଖିବାକୁ ମିଳେ; ଯାହା ଦ୍ୱାରା ଭାଗ୍ୟକୁ ବଦଳା ଯାଇଥାଏ । କାରଣ ଏହି ସଙ୍କେତ ସ୍ୱୟଂ ମା ଲଷ୍ମୀ ଦେଇଥାନ୍ତି । ଯାହାଦ୍ୱାରା ଜଣା ପଡିଯାଇ ଥାଏ, ମା ଲଷ୍ମୀଙ୍କ ବିଶେଷ କୃପା ଆମ ଉପରେ ହବାକୁ ଯାଉଛି । ଆସନ୍ତୁ ମା ଲଷ୍ମୀ ଆମକୁ କେଉଁ ସଙ୍କେତ ଦେଇଥାନ୍ତି, ସେହି ବିଷୟରେ ସମ୍ପୁର୍ଣ ରୂପେ ଜାଣିବା ।

ଶାସ୍ତ୍ର ଅନୁସାରେ ଯଦି ଘରରୁ ବାହାରିବା ତୁରନ୍ତ ଧଳା ରଙ୍ଗର ଗାଈ ସମ୍ନାରେ ଦେଖାଯାଏ, ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ସଙ୍କେତ ଅଟେ ।

ଯଦି କୌଣସି ଲୋକ ଘରରୁ ବାହାରୁଥିବା ସମୟରେ ବା କୌଣସି ଯାତ୍ରା କରିବା ସମୟରେ ପେଚା ଦେଖନ୍ତି, ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ପାଇଁ ଆସୁଥିବା ସମୟ ବହୁତ ଲାଭକାରୀ ହେବାକୁ ଯାଉଛି । ଆପଣଙ୍କ ଉପରେ ଲଷ୍ମୀ ମାଙ୍କ ବିଶେଷ କୃପା ହେଉଅଛି । ଏହାଛଡା ଆପଣଙ୍କ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ମଧ୍ୟ ଆସିବା ।

ଯଦି ଆପଣ ଉଠିବା ତୁରନ୍ତ କୌଣସି ମନ୍ଦିରର ଘଣ୍ଟି ବା ଶଙ୍ଖର ଧ୍ୱନି ଶୁଣା ଯାଏ, ତେବେ ଏହାର ଅର୍ଥ ହଉଛି ଆପଣଙ୍କୁ ଆସୁଥିବା ସମୟ ବହୁତ ଶୁଭ ହେବାକୁ ଯାଉଛି ।

ଯଦି ଆପଣ ସକାଳେ ଉଠିବା ତୁରନ୍ତ ଦହି ବା କ୍ଷୀର କୌଣସି ପାତ୍ରରେ ଭର୍ତ୍ତି ହୋଇଥିବା ଦେଖନ୍ତି, ତେବେ ଏହାର ଅର୍ଥ ହୋଇଥାଏ କି, ଆପଣଙ୍କ ଉପରେ ଲଷ୍ମୀ ମାଙ୍କ କୃପା ନିଶ୍ଚୟ ହେବାକୁ ଯାଉଛି ଓ ଆପଣଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଯାହାଦ୍ୱାରା ଆପଣଙ୍କ ଜୀବନରେ କେବେ ଧନର ଅଭାବ ରହିବ ନାହିଁ ।

ଭକ୍ତିର ସହ ଲେଖନ୍ତୁ ଜୟ ମାଆ ଲକ୍ଷ୍ମୀ !