ମଶାଣି ସହ ଜଡିତ ହୋଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯାଇଥିଲା । ଜାଣନ୍ତୁ କିପରି ?

Spread the love

ନିଜ ପରିଜନଙ୍କ ମୃତ୍ୟୁ ପରେ କୌଣସି ବ୍ୟକ୍ତି ସେହି ମୃତ ପରିଜନଙ୍କ ଅନ୍ତିମ ସଂସ୍କାର ନିମନ୍ତେ ମଶାଣି ଯାଇଥାନ୍ତି । ଏହିପରି ମଧ୍ୟ କୁହାଯାଇପାରେ ମନୁଷ୍ୟର ଶେଷ ସ୍ଥାନ ମଶାଣି ଅଟେ ଯେଉଁଠାରେ ମନୁଷ୍ୟର ମୃତ୍ୟୁ ପରେ ପରିଜନ ମାନେ ମୃତ ବ୍ୟକ୍ତିର ଶବ ସତ୍କାର କରିଥାନ୍ତି । କଣ କେବେ ଆପଣ ଚିନ୍ତା କରିଛନ୍ତି ମଶାଣି ଯେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିପାରିବ । ଏହିପରି କିଛି ଘଟିଛି ଆମ ସମସ୍ତଙ୍କ ପ୍ରିୟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ଷେତ୍ରରେ । ତେବେ ଆସନ୍ତୁ ବିନା ବିଳମ୍ବରେ ସମ୍ପୂର୍ଣ୍ଣ ଘଟଣାଟି ବିସ୍ତାରରେ ଜାଣିବା ।

Google

ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ପ୍ରତିଟି ବ୍ୟକ୍ତି ଜାଣନ୍ତି । ଦୁନିଆର ବଡ଼ ବଡ଼ ନେତାଙ୍କ ମଧ୍ୟରେ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିନ୍ନତମ । ଆଜି ଆମେ ଆପଣଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଏହିପରି ଏକ ତଥ୍ୟ ବିଷୟରେ କହିବୁ ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁନିଆର ଶକ୍ତିଶାଳୀ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରୁ ଜଣେ ଅଟନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସାକ୍ଷାତକାର ସମୟରେ କହିଥିଲେ ଯେତେବେଳେ ସେ ଶବଦାହ କ୍ଷେତ୍ରରେ ଉପସ୍ଥିତ ଥିଲେ ସେହି ସମୟରେ ମୋଦିଙ୍କୁ ଗୁଜରାଟର ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା ।

Google

ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଶାଣୀରେ ଉପସ୍ଥିତ ଥିଲେ । ପିଏମ ମୋଦିଙ୍କ ଅନୁସାରେ ୨୦୦୧ ମସିହାରେ ଯେତେବେଳେ ମାଧବ ରାଓ ସିନ୍ଧିୟାଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା ସେହି ସମୟରେ କିଛି ପତ୍ରକାରଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଥିଲା । ସେହି ପତ୍ରକାରଙ୍କ ମଧ୍ୟରେ ମୋଦିଙ୍କ ଜଣେ ନିକଟସ୍ଥ ବନ୍ଧୁ ମଧ୍ୟ ସାମିଲ ଥିଲେ ଯାହାଫଳରେ ବନ୍ଧୁଙ୍କ ମୃତ୍ୟୁବରଣ କାରଣରୁ ମୋଦି ଶବ ସତ୍କାର ନିମନ୍ତେ ମଶାଣିରେ ଉପସ୍ଥିତ ଥିଲେ । ସେଠାରେ ମୋଦିଙ୍କୁ ଅଟଳ ବିହାରୀ ବାଜପେୟୀଙ୍କ ଫୋନ ଆସିଥିଲା ଏବଂ ବାଜପେୟୀ ଜୀ ମୋଦିଙ୍କୁ ସନ୍ଧ୍ୟା ସମୟରେ ନିଜ ପାଖକୁ ଡାକିଥିଲେ ।

Google

ନରେନ୍ଦ୍ର ମୋଦି ଯେତେବେଳେ ବାଜପେୟୀ ଜୀଙ୍କ ନିକଟରେ ପହଞ୍ଚିଥିଲେ ସେହି ସମୟରେ ବାଜପେୟୀ ଜୀ ମୋଦିଙ୍କୁ କହିଥିଲେ ପଞ୍ଜାବୀ ଖାଦ୍ୟ ଖାଇ ତୁମେ ବହୁତ ମୋଟା ହୋଇଯାଇଛ ଏହି କାରଣରୁ ଦିଲ୍ଲୀ ତ୍ୟାଗ କରି ଚାଲିଯାଅ । ଏହି ବିଷୟ ଶୁଣିବା ପରେ ମୋଦି ଡରି ଯାଇଥିଲେ ଏହା ଦେଖି ଅଟଳ ବିହାରୀ ବାଜପେୟୀ କହିଥିଲେ ତୁମେ ଏଠାରୁ ଗୁଜରାଟ ଚାଲିଯାଅ ଏବଂ ଆଗାମୀ ନିର୍ବାଚନରେ ତୁମେ ଗୁଜରାଟରୁ ନିର୍ବାଚନ ଲଢ଼ିବ ।

Google

ଏହା ଏକ ଐତିହାସିକ ଘଟଣା ଅଟେ ଯେତେବେଳେ ମୋଦି ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢ଼ିଥିଲେ ଏବଂ ମୁଖ୍ୟମନ୍ତ୍ରୀ ପଦ ହାସଲ କରିଥିଲେ ପରେ ଲୋକସଭା ନିର୍ବାଚନ ଲଢ଼ି ପ୍ରଧାନମନ୍ତ୍ରୀ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ପୁଣିଥରେ ଅର୍ଥାତ ଦ୍ଵିତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ।