ପ୍ରେମିକ ସହିତ ବିବାହ କରିବା ପାଇଁ କଲା ଲିଙ୍ଗ ପରିବର୍ତ୍ତନ ଆଉ ତାପରେ ହେଲା କିଛି ଏମିତି….

Spread the love

କେରଳର ଜଣେ ମହିଳା ପୁରୁଷ ହେବା ପାଇଁ ନିଜର ଲିଙ୍ଗ ପରିବର୍ତ୍ତନ କରାଇଲେ ଯାହା ଫଳରେ ସେ ଅନ୍ୟ ଏକ ମହିଳା ଙ୍କୁ ବିବାହ କରି ପାରିବେ ।ତାଙ୍କର କହିବା କଥା ଯେ ତାଙ୍କର ଗାର୍ଲଫ୍ରେଣ୍ଡ ଏବେ ସମ୍ପର୍କ ବନେଇବା ଠାରୁ ପଛ ଘୁଞ୍ଚା ଦେଉଛନ୍ତି । 23 ବର୍ଷୀୟ ଦିପୁ ଆର ଦର୍ଶନ ( ପ୍ରଥମେ ଅର୍ଚ୍ଚନା ରାଜ) ପେରୁବନ୍ନମଝି ଦୁଇ ମାସ ପୂର୍ବରୁ ନିଜର ଲିଙ୍ଗ ପରିବର୍ତ୍ତନ କରାଇ ଥିଲେ । ସୋମବାର ଦିନ ମେଡିଆ କର୍ମୀଙ୍କ ସାମ୍ନାରେ କହିଲେ ଯେ ସେ ଏବେ ଲୋକମାନଙ୍କ ପାଇଁ ହସ ର ଏକ କାରଣ ବନି ଯାଇଛନ୍ତି ।  ସେ ଚେନ୍ନାଇ ର ଏକ ହସ୍ପିଟାଲ ରେ 2 ଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରେମିକା ସହିତ ବିବାହ କରିବା ପାଇଁ ନିଜର ଲିଙ୍ଗ ପରିବର୍ତ୍ତନ କରାଇ ଥିଲେ । ତାଙ୍କର ପ୍ରେମୀ ବଡାକାର ରେ ରୁହନ୍ତି ଏବଂ ତାଙ୍କର ସହଯୋଗୀ ଥିଲେ । ଦିପୁ ଅଭିଯୋଗ କରିଛନ୍ତି ଯେ ସେ ନିଜର ସର୍ଜରୀ ପରି 22 ବର୍ଷୀୟ ମହିଳା ସହିତ କୌଣସି ପ୍ରକାର ର ସମ୍ପର୍କ ରଖିବା ପାଇଁ ବିଫଳ ହୋଇଛନ୍ତି ।

ତଲାକସୁଦା ଦିପୁ କହିଲେ ଯେ , ଆମେ ଦୁହେଁ ସାଥିରେ ରହିବା ପାଇଁ ସଂଯୁକ୍ତ ଭାବରେ ନିଷ୍ପତ୍ତି ନେଇ ଥିଲେ ଯେ ମୁଁ ମୋର ଲିଙ୍ଗ ପରିବର୍ତ୍ତନ କରିବି ଯାହା ଫଳରେ ଆମେ ବିବାହ କରି ପାରିବା ।କିନ୍ତୁ 25 ଅକ୍ଟୋବର ଦିନ ସର୍ଜରୀ କରି ସାରିବା ପରେ ସେ ମୋ ପାଖକୁ ଆସିବାକୁ ମନା କରି ଦେଲା ଆଉ ଏବେ ତାର ବିବାହ ବଡାକାର ରେ ରହୁ ଥିବା ଜଣେ ଲୋକ ସହିତ ହେବାକୁ ଯାଉଛି । ଦିପୁ ତାଙ୍କର ପ୍ରେମିକା ର ମଙ୍ଗେତର ସହିତ କଥା ହେଲେ କିନ୍ତୁ ସେ ୟାଙ୍କୁ ଧମକାଇ କହିଲେ ସେ ତାଙ୍କୁ ପ୍ରେମ କରନ୍ତି ତେଣୁ ପଛକୁ ହଟି ଯାଅ ।

ଦିପୁ ଙ୍କର କହିବା କଥା ଯେ ସେ ପେରୁବନ୍ନମଝି ପୋଲିସ ସହିତ ସମ୍ପର୍କ କଲେ କିନ୍ତୁ ମହିଳା ନିଜର ଷ୍ଟେଣ୍ଡ କୁ ଦୋହରାଇ କହିଲା ଯେ ସେ ମାନସିକ ସ୍ତରରେ ଅସ୍ଥିର ଅଛନ୍ତି । ତେଣୁ ଏବେ ସେ ଉଚ୍ଚ ନ୍ୟାୟାଳୟ ରେ ବନ୍ଦୀ ପ୍ରତ୍ୟକ୍ଷ କରନ ର ଯାଚିକା ଦାଖଲ କରିଛନ୍ତି । ମହିଳାଙ୍କର କହିବା କଥା ଯେ ତାଙ୍କର ଆଗ ମାସ ବିବାହ ହେବାର ଅଛି । ଏବେ ଦିପୁ ସେ ମହିଳା ବିରୋଧରେ ଧକା ଧଡି ର କେସ ଦାଖଲ କରିବାରେ ଲାଗି ପଡିଛନ୍ତି କାରଣ ତାଙ୍କର ପ୍ରେମିକା କହିବା ପରେ ହିଁ ସେ ନିଜର ଲିଙ୍ଗ ପରିବର୍ତ୍ତନ କରି ଥିଲେ ।