ଜ୍ୟୋତିଷାଙ୍କର ଶୁଭ -ଅଶୁଭ ସଂକେତ, ଯାହାକୁ ଗର୍ଭବତୀ ମହିଳାମାନେ ଭୁଲରେ ବି କରନ୍ତୁ ନାହିଁ ଅଣଦେଖା

Spread the love

ସମସ୍ତ  ମାତା ପିତାଙ୍କର ଇଛା ଥାଏ ଯେ, ତାଙ୍କର ଜନ୍ମ ହେବା ପିଲା ଗୁଣବାନ, ଶ୍ରେୟସ୍କର, ବଳବାନ, ଆରୋଗ୍ୟବାନ ଏବଂ ଦୀର୍ଘାୟୁ ହୁଅନ୍ତୁ। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଜନ୍ମରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ସଂସ୍କାର ବିଷୟରେ କୁହାଯାଇଛି । ସେସବୁ ଭିତରୁ ପ୍ରଥମ ସଂସ୍କାରଟି ଗର୍ଭଧାରଣକୁ ବୋଲି ସ୍ୱୀକାର କରାଯାଇଛି । ଜ୍ୟୋତିଷବିତ୍-ମାନେ ଗର୍ଭାସ୍ଥା ସମୟରେ କିଛି ଉପାୟ କହିଛନ୍ତି ଯାହାକୁ ଧ୍ୟାନ  ରଖିଲେ ଜନ୍ମ ଗ୍ରହଣ କରିବା ପିଲା ଗୁଣବାନ, ସଂସ୍କାର, ଶ୍ରେୟସ୍କର  ହେବ।

ଗର୍ଭବତୀ ମହିଳାମାନେ ନିଶ୍ଚିତ ଭାବେ ଏହି କାର୍ଯ୍ୟ କରିବେ :-

  •  ଗର୍ଭବତୀ ମହିଳାଙ୍କ କୋଠରୀରେ ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟ ସ୍ୱରୂପ ଫଟୋ କିମ୍ବା ମୂର୍ତ୍ତି ନିଶ୍ଚିତ ରଖିବେ । ଗର୍ଭସ୍ଥା ସମୟରେ କୋଠରୀରେ   ବାଲ୍-ଗୋପାଳଙ୍କ ଫଟୋ ବାରମ୍ବାର ଦେଖିଲେ ଗର୍ଭବତୀ ମହିଳାଙ୍କ ମନ ପ୍ରସନ୍ନ ରହେ ଏବଂ ପିଲା ମଧ୍ୟ ସୁନ୍ଦର ହୁଏ ।
  • ଗର୍ଭାବସ୍ଥା ସମୟରେ ପିଲାକୁ ନକରାଆତ୍ମା ଶକ୍ତିରୁ ବଞ୍ଚାଇବା ପାଈଁ ଘରର ପ୍ରତ୍ୟେକ କୋଠରୀରେ ମୟୁରପଙ୍ଖ ରଖିବା ଶୁଭ ମାନାଯାଏ ।
  •  ନକରାଆତ୍ମା ଶକ୍ତିରୁ ବଞ୍ଚାଇବା ପାଈଁ ଗର୍ଭାବସ୍ଥା ସମୟରେ ହଳଦୀ ଚାଉଳକୁ ଘର ସାରା ଛିଞ୍ଚିବା ଉଚିତ । ଜ୍ୟୋତିଷଙ୍କ ମତ ଅନୁସାରେ ହଳଦୀ ଚାଉଳକୁ ମଙ୍ଗଳ ଦାୟକ  ବୋଲି ସ୍ୱୀକାର କରାଯାଇଥାଏ , ଏମିତି କଲେ ପିଲା ଏବଂ ମା ପ୍ରତି ନକରାତ୍ମା ଶକ୍ତିର ପ୍ରଭାବ ପୋଡି ପାରେ ନାହିଁ ।
  • ଗର୍ଭାବସ୍ଥା ସମୟରେ ଗର୍ଭବତୀ ମହିଳାଙ୍କ କୋଠରୀର କାନ୍ଥରେ  ଧଳା ଏବଂ ହାଲୁକା ରଙ୍ଗ (ଚୁନା) ବ୍ୟବହାର କରିବା ଅଧିକରୁ ଅଧିକ ଭଲ । ଧଳା ରଙ୍ଗକୁ ସୁଖ- ସମୃଦ୍ଧି ଏବଂ ଶାନ୍ତିର ପ୍ରତୀକ ବୋଲି ମାନାଯାଏ ।  ହାଲୁକା ରଙ୍ଗ ଗର୍ଭବତୀ ମହିଳାଙ୍କ ମନ ଏବଂ ଦେହ ଉପରେ ସକରାତ୍ମାକ ପ୍ରଭାବ ପଡି ଥାଏ ଏବଂ ସୁସ୍ଥ ପିଲା ଜନ୍ମ ଗ୍ରହଣ କରିଥାଏ ।
  • ଏମିତି ମାନାଯାଏ ଯେ ଗର୍ଭାବସ୍ଥା ସମୟରେ ନକରାତ୍ମାକ ଶକ୍ତି ଉଭୟ  ମା ଏବଂ ପିଲା ଉପରେ ସବୁଠୁ ଅଧିକ ପ୍ରଭାବ ପକାଇଥାଏ, ସେଥିପାଇଁ ଏଥିରୁ ବଞ୍ଚିବା ପାଈଁ ଗର୍ଭବତୀ ମହିଳାମାନେ ତମ୍ବା କିମ୍ବା ଲୁହା ଜିନିଷ ନିଜ ପାଖରେ  ନିଶ୍ଚୟ ରଖିବେ ।

ଗର୍ଭବତୀ ମହିଳା ମାନେ ଭୁଲରେ ଏହି କାମ କରିବେ ନାହିଁ :-

  • ଜ୍ୟୋତିଷବିତ୍ ଙ୍କ ମତ ଅନୁସାରେ ଗର୍ଭାବସ୍ଥା ସମୟରେ ନଅ ମାସ ପର୍ଯ୍ୟନ୍ତ ସ୍ୱାମୀ ସ୍ତ୍ରୀ ଦୁହେଁ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବେ। ଦକ୍ଷିଣ ଦିଗକୁ ପାଦ କରି ଶୋଇଲେ ଅଶୁଭ ହୋଇଥାଏ ।
  • କୋଠରୀ ରେ କୌଣସି ହିଂସ୍ର ଫୋଟୋ ରଖିବେ ନାହିଁ । ଏପରିକି  ମହାଭାରତର ମଧ୍ୟ କୌଣସି ଫଟୋ ରଖିବେ ନାହିଁ  କିମ୍ଭା  କୌଣସି ଜନ୍ତୁର ଫଟୋ ରଖିବା ଉଚିତ ନୁହେଁ ।
  • ଗର୍ଭାବସ୍ଥା ସମୟରେ ମହିଳା ମାନେ ନିଜ ବାଳ ଖୋଲା ଛାଡିବା ଉଚିତ ନୁହେଁ । ଖାସ୍ କରି ଶୋଇବା ସମୟରେ ।

ଗର୍ଭାସ୍ଥା ସମୟରେ ଯେଉଁ କୋଠରୀରେ ମହିଳା ଶୁଅନ୍ତି ସେହି କୋଠରୀର ବେଡ୍ ବା ଶଯ୍ୟା ତଳେ ଖଣ୍ଡିଆ ଫଟା କିମ୍ଭା  ପୁରୁଣା ଜିନିଷ ଜମା କରି ରଖିବେ ନାହିଁ ।