ମହାଭାରତ ସମୟରେ କରାଯାଇଥିବା ଭବିଷ୍ୟବାଣୀ ଯାହା କଳିଯୁଗରେ ସତ୍ୟ ପ୍ରମାଣିତ ହେଉଛି ।

Spread the love

ଯଦି ଆମେ ହିନ୍ଦୁଧର୍ମର ଅନୁସାରେ ଦେଖିବା, ତେବେ ଏହି ଧର୍ମରେ ଅନେକ ବେଦ, ପୁରାଣ ଏବଂ ଗ୍ରନ୍ଥ ରହିଛି ଯାହାର ବହୁତ ମହତ୍ୱ ରହିଛି । ଏହି ସବୁ ଗ୍ରନ୍ଥରେ ଜୀବନର ବୃତ୍ତାନ୍ତ ବର୍ଣ୍ଣିତ କରାଯାଇଛି । କିନ୍ତୁ ଏମିତି କୌଣସି ବ୍ୟକ୍ତି ନାହାନ୍ତି ଯିଏ କେବେ ମଧ୍ୟ ଏହି ବେଦ ପୁରାଣ ଓ ଗ୍ରନ୍ଥକୁ ଖୋଲି ଦେଖି ନ ଥିବେ କିମ୍ବା କେହି ମଧ୍ୟ ଠିକ ରୂପେ ପଢ଼ି ନ ଥିବେ କି ଧ୍ୟାନ ଦେଇ ନ ଥିବେ ବା କେବେ ଏହାର ଅର୍ଥ ଜଣିବାକୁ ଚେଷ୍ଟା କରି ନଥିବେ କିନ୍ତୁ ଆପଣଙ୍କୁ କହିଦେଉଛୁ ଯେ, ଯେଉଁ ସବୁ ଏହି ଗ୍ରନ୍ଥରେ କୁହାଯାଇଛି, ତାହା ବର୍ତ୍ତମାନ ସମୟ ବା କଳିଯୁଗରେ ସତ୍ୟ ପ୍ରମାଣିତ ହେଉଛି । ମହାଭାରତରେ ଏମିତି ଅନେକ ଗୁମର ଲୁଚିଛି ଯାହା ବିଷୟରେ ଆପଣ ଜାଣିନଥିବେ । ମହାଭାରତରେ ଏମିତି ଅନେକ କଥା କୁହାଯାଇଛି, ଯାହା ପଢିଲା ପରେ ଆପଣ ଆପଣଙ୍କର ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ ଏବଂ ଆପଣଙ୍କର ସମସ୍ତ ସମସ୍ୟା ଆପେ ଆପେ ଦୂର ହୋଇଯିବ । ଆଜି ଆମେ ଏହି ଲେଖା ମାଧ୍ୟମରେ ମହାଭାରତର କିଛି ଏପରି ଭବିଷ୍ୟବାଣୀ ବିଷୟରେ କହିବୁ, ଯାହାକି ଆଜିର ଦିନରେ ପୂରାପୂରି ସତ୍ୟ ହେଉଛି ।

ଆସନ୍ତୁ ଜାଣିବା ମହାଭାରତର ଭବିଷ୍ୟବାଣୀ ବିଷୟରେ :

ମହାଭାରତରେ ଏହା ଉଲ୍ଲେଖ ହୋଇଛି ଯେ କଳିଯୁଗରେ ମହିଳା ଏବଂ ପୁରୁଷ ବିନା ବିବାହରେ ଏକା ସହିତ ନିଜ ଇଚ୍ଛାରେ ଗୋଟିଏ ଛାତ ତଳେ ରହିବେ ଏବଂ ଲୋକମାନଙ୍କୁ ନିଜ ବ୍ୟବସାୟରେ ସଫଳତା ଛନ୍ଦ କପଟ ଏବଂ ଶକ୍ତିର ପ୍ରୟୋଗରେ ମିଳିବ ଓ ଯିଏ କଳିଯୁଗରେ ସୂତା ଖଣ୍ଡେ ବା ପଇତା ଧାରଣ କରିବେ, ସିଏ ନିଜକୁ ବ୍ରାହ୍ମଣ କହିବେ । ମହାଭାରତରେ ଏହି କଥା ଉଲ୍ଲେଖ ଅଛି ଯେ, କଳିଯୁଗରେ ଯିଏ ଯେତେ ଧନବାନ ହେବେ ତାକୁ ସେତିକି ଗୁଣବାନ ବୋଲି କୁହାଯିବ । ନ୍ୟାୟାଳୟରେ ନ୍ୟାୟ କେବଳ ଧନ ବଳରେ ହେବ ।

ମହାଭାରତରେ ଏହି କଥାର ଉଲ୍ଲେଖ ଅଛି ଯେ, କଳିଯୁଗରେ ଯେଉଁ ବ୍ୟକ୍ତି ଲାଞ୍ଚ ଦେବାରେ ବା ଧନ ଖର୍ଚ୍ଚ କାରିବାରେ ସକ୍ଷମ ହେବ ନାହିଁ, ତାକୁ ଠିକ ନ୍ୟାୟ ମିଳିବ ନାହିଁ କିନ୍ତୁ ଯିଏ ଚତୁର ଓ ସ୍ୱାର୍ଥପର ହୋଇଥିବେ ତାକୁ ହିଁ ସବୁଠୁ ଅଧିକ ବିଦ୍ୱାନ ବୋଲି କୁହାଯିବ।

ମହାଭାରତରେ ଏହି କଥା ବର୍ଣ୍ଣନା କରାଯାଇଛି ଯେ, ଯିଏ ଚିନ୍ତା ଏବଂ ଦୁଃଖରେ ରହିବ ତାକୁ ଭୋକ ଓ ଶୋଷର ଚିନ୍ତା ଲାଗିଥିବ । କଳିଯୁଗରେ ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ରୋଗରେ ଚିନ୍ତିତ ରହିବେ ।

ମହାଭାରତରେ ଏହି କଥା କୁହାଯାଇଛି ଯେ, କଳିଯୁଗରେ ଲୋକମାନେ ନଦୀ ଝରଣାକୁ ତୀର୍ଥ ସ୍ଥାନ ରୂପେ ମାନିବେ ଏବଂ ବ୍ୟକ୍ତି ନିଜ ପିତା-ମାତାଙ୍କ ସହ ତର୍କବିତର୍କ କରିବେ । ବ୍ୟକ୍ତି ନିଜ ମୁଣ୍ଡରେ ବଡ଼ ବଡ଼ ବାଳ ରଖି ନିଜକୁ ଅଧିକ ସୁନ୍ଦର ମନେ କରିବ । କଳିଯୁଗରେ ସମସ୍ତଙ୍କ କେବଳ ଗୋଟିଏ ଉଦ୍ଧେଶ୍ୟ ହେବ ‘ପେଟ ପୁରେଇବା’ । ମହାଭାରତରେ ଏହା ମଧ୍ୟ ଉଲ୍ଲେଖ ହୋଇଛି ଯେ, କଳିଯୁଗରେ ଯାହାପାଖରେ ଧନ ନାହିଁ ତାକୁ ଅପବିତ୍ର, ଅଧର୍ମୀ ଏବଂ ନିକମା ବୋଲି କୁହାଯିବ । କଳିଯୁଗରେ ବିବାହ କେବଳ ଦୁଇଜଣଙ୍କ ବୁଝାମଣା ହୋଇ ରହିଯିବ । କଳିଯୁଗରେ ଲୋକ ସ୍ନାନ କଲା ପରେ ନିଜେ ନିଜକୁ ଶୁଦ୍ଧ ଭାବିବେ ।