ଅବପାତର ରୂପ ନେଲା ଲଘୁଚାପ: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବଙ୍ଗୋପସାଗର ଅଞ୍ଚଳ ରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତ ର ରୂପ ନେଇଛି । ଉତ୍ତର ପୂର୍ବ ଏବଂ ପାର୍ଶ୍ୱବର୍ତ୍ତି ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଅବପାତ ସୃଷ୍ଟି ହୋଇଛି । ଏହି ଅବପାତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ 6 ଘଣ୍ଟା ଅଧିକ ଘନିଭୂତ ହୋଇ ଗଭୀର ଅବପାତ ରେ ପରିଣତ ହୋହିଛି । ତେବେ ଆଜି ସଂନ୍ଧ୍ୟା ରେ ବାଲେଶ୍ୱର ଏବଂ ସାଗର ଆଇରଲ୍ୟାଣ୍ଡ ଦେଇ ଗତି କରିବ । ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡିଶା ଦେଇଯିବ ।

ପଶ୍ଚିମବଙ୍ଗ , ଝାଡଖଣ୍ଡ , ଛତିସଗଡ କୁ ଗତି କରି ଦୂର୍ବଳ ହେବ ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିବ । ଲଘୁଚାପ ପ୍ରଭାବରେ ଗୁରୁବାର ରାତିରୁ ଉପକୂଳ ଓଡିଶା ଏବଂ ପଶ୍ଚିମବଙ୍ଗରେ ବର୍ଷା ଆରମ୍ଭ ହୋଇଛି । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ସବୁ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାବେଳେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । କେତେକ ସ୍ଥାନରେ 20 ସେଣ୍ଟିମିଟର ରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।

rain 1

ସେହିପରି ଆଜି ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ । ସେହି ସମୟରେ ଛତିଶଗଡ ରେ ମଧ୍ୟ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆଜି ଓ କାଲି ଦୁଇଦିନ ଧରି ହେବାକୁ ଥିବା ବର୍ଷାର ପ୍ରଭାବ ନଦୀଗୁଡ଼ିକ ଉପରେ ପଡ଼ିବାକୁ ଥିବାରୁ ଆଉଥରେ ବନ୍ୟାସ୍ଥିତି ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଉପରମୁଣ୍ଡରେ ବର୍ଷା ଜାରି ରହିଲେ ମହାନଦୀର ଜଳସ୍ତର ପୁଣି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ସେହିପରି ଉତ୍ତର ପଶ୍ଚିମ ଓଡିଶାର ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜିବି ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ମନା କରାଜାଇଛି । ସୃଷ୍ଟି ଲଘୁଚାପ କୁ ଦୃଷ୍ଟି ରେ ରଖି ପାଣିପାଗ ବିଭାଗ ପକ୍ଷ ରୁ 21 ଏବଂ 22 ତାରିଖ ପାଇଁ କେଉଁଝର , ମୟୁରଭଞୀ , ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଦୁଇ ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ର ଆକଳନ ହୋଇଛି ।

ସେହି ପରି ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଯାଜପୁର , କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ , ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ଅରେଞ୍ଚ ୱାର୍ଣ୍ଣିଂ ଜାରି କରାଜାଇ ଥିବା ବେଳେ ଝାଡସୁଗୁଡା , ବରଗଡ , କଳାହାଣ୍ଡି , କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାପାଇଁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ