ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଘରେ ସର୍ଵଦା ରଖନ୍ତୁ ଏହି ୪ଟି ଜିନିଷ, ମାନ-ସମ୍ମାନ ବୃଦ୍ଧି ହେବ, ଧନର ଅଭାବ ରହିବ ନାହିଁ

Spread the love

ମହାଭାରତରେ ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ ଯେ ଘରେ ସୁଖ ସମୃଦ୍ଧି ବଢାଇବା ପାଇଁ କେଉଁ କେଉଁ କଥାର ଧ୍ୟାନ ରଖିବା ନିହାତି ଦରକାର । ସେତେବେଳେ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କୁ ବହୁତ ମୁଲ୍ୟବାନ କଥା କହିଥିଲେ । ସେହି କଥାରେ କିଛି ଏମିତି ଜିନିଷ ବିଷୟରେ କହିଛନ୍ତି ଯାହାକି ଆମେମାନେ ଘରେ ସର୍ଵଦା ରଖିବା ଦରକାର । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡ଼ିକ କଣ କଣ ?

୧. ଚନ୍ଦନ

ପ୍ରଥମଟି ଚନ୍ଦନକୁ ବହୁତ ପବିତ୍ର ବୋଲି କୁହାଯାଇଛି । ତା’ର ମୋହକରେ ଭଗବାନ ଖୁସି ହୋଇଥାନ୍ତି । ସମସ୍ତ ଦେବୀ ଦେବତା ମାନଙ୍କ ପୂଜାରେ ବି ଚନ୍ଦନର ବିଶେଷ ମୋହତ୍ୱ ରହିଛି ଏବଂ ପୂଜାରେ ମଧ୍ୟ ଚନ୍ଦନର ତିଳକ ଭାବରେ ଲଗାଯାଇଥାଏ । ଏହି ତିଳକକୁ ଲଗାଇବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ ।

୨. ବୀଣା

ବୀଣାକୁ ବୁଦ୍ଧି ଓ ଶିକ୍ଷାର ଦେବୀ ମାତା ସରସ୍ୱତୀଙ୍କର ପ୍ରିୟ ବାଦ୍ୟ ବୋଲି କୁହାଯାଇଥାଏ । ବୀଣା ଘରେ ରହିବା ଦ୍ୱାରା ମାତା ସରସ୍ୱତୀଙ୍କର କୃପା ରହିଥାଏ ଏବଂ ଘରର ସମସ୍ତ ସଦସ୍ୟ ମାନଙ୍କର ବୁଦ୍ଧିରେ ବିକାଶ ହୋଇଥାଏ ।

୩. ଘିଅ

ଘିଅ ସର୍ବଦା ଘରେ ରଖିବା ନିହାତି ଦରକାର ଏବଂ ନିୟମିତ ଭାବରେ ଏହାର ସେବନ ମଧ୍ୟ କରିବା ଦରକାର । ଘିଅରୁ ଶକ୍ତି ମିଳିଥାଏ ଏବଂ ଶରୀର ସୁସ୍ଥ ରହିଥାଏ । ଘରେ ସନ୍ଧ୍ୟାରେ ଘିଅ ଦୀପ ଜଳାଇବା ନିହାତି ଦରକାର । ପୂଜାରେ ବି ମଧ୍ୟ ଘିଅର ଵିଶେଷ ମହତ୍ୱ ରହିଛି ।

୪. ମହୁ

ମହୁ ପୂଜାରେ ରହିବା ନିହାତି ଦରକାର ଏବଂ ଏହାକୁ ଦେବୀ ଦେବତା ମାନଙ୍କୁ ଅର୍ପଣ କରାଯାଇଥାଏ ଏବଂ ଏହାକୁ ମଧ୍ୟ ଭୋଗ କରାଯାଇଥାଏ। ଯେଉଁ ଘରେ ଏହି ସବୁ ଜିନିଷର ଭୋଗ ଲଗାଯାଇ ଥାଏ ସେହି ଘରେ ସର୍ଵଦା ଦେବୀ ଦେବତା ମାନଙ୍କର ବିଶେଷ କୃପା ଦୃଷ୍ଟି ଲାଗି ରହିଥାଏ ।