ପ୍ରତିଦିନ ସୂର୍ଯ୍ୟୋଦୟ ପୂର୍ବରୁ କରନ୍ତୁ ଏହି ଗୋଟିଏ କାମ; ଯଶ , ବୈଭବ ଆପଣଙ୍କର ପାଦ ଛୁଇଁବ

Spread the love

ପ୍ରାୟତଃ ମନୁଷ୍ୟ ଯଶ ଆଉ ବୈଭବ ପାଇବା ପାଇଁ ଅନେକ କାମ କରିଥାନ୍ତି । ତଥାପି ସଫଳତା ତାଙ୍କର ହାତକୁ ଆସି ନ ଥାଏ । ଧର୍ମଶାସ୍ତ୍ରରେ ଏହା କୁହାଯାଇଛି ଯେ, ମନୁଷ୍ୟ, କୌଣସି କାର୍ଯ୍ୟରେ ସଫଳତା ପାଇଁ ପ୍ରଥମତଃ ସ୍ୱଚ୍ଛ ହୃଦୟ ଓ ମନରେ ଶୁଦ୍ଧି ନିହାତି ଆବଶ୍ୟକ ଅଟେ । ତା’ପରେ ଯେକୌଣସି କାର୍ଯ୍ୟ ଧାର୍ମିକ ଅନୁଷ୍ଠାନ ହେଉ ଅବା ପୁଣ୍ୟ କାର୍ଯ୍ୟ, ପ୍ରତିଟି କ୍ଷେତ୍ରରେ ସଫଳତା ପ୍ରାପ୍ତ କରିଥାଏ । ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ ତାରାମାନଙ୍କର ଛାଇ ଗହଣରେ ହିଁ ଗାଧୋଇଲେ ଅଲକ୍ଷ୍ମୀ, ଧନ ସମ୍ପତି ଜନିତ ସମସ୍ୟା ଓ ଖରାପ ଶକ୍ତି ଠାରୁ ମୁକ୍ତି ପାଇପାରିବ । ସ୍ନାନ କରିବା ସମୟରେ ଗୁରୁ ମନ୍ତ୍ର, ସ୍ତୋତ୍ର, ଭଜନ କିମ୍ବା ଭଗବାନଙ୍କର ନାମର ଜପ କରନ୍ତୁ, ଏମିତି କଲେ ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ ।

କୂର୍ମ ପୁରାଣରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ପ୍ରାତଃ ସ୍ନାନ କରିଥାନ୍ତି, ସେହି ବ୍ୟକ୍ତିମାନଙ୍କୁ ଲକ୍ଷ୍ମୀଙ୍କ ଅପାର କୃପା ମିଳିଥାଏ ଏବଂ ଖରାପ ସମୟ ଓ ଭୟଙ୍କର ସ୍ବପ୍ନ ଦୋଷ ଦୂର ହୋଇଥାଏ ।

ଏହା ପଛରେ ଆଧ୍ୟାତ୍ମିକ ନୁହେଁ ବରଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ପ୍ରତିଦିନ ପ୍ରାତଃରେ ସ୍ନାନ କାର୍ଯ୍ୟ ସମ୍ପାଦନା କରିବା ଦ୍ୱାରା ଦ୍ୱାରା ମୁଣ୍ଡ ଓ ଦେହର ପିତ୍ତ-ଅଂଶ ପାଦ ଦେଇ ବାହାରି ଯାଇଥାଏ, ଯାହାଫଳରେ ଶରୀର ସୁସ୍ଥ ରହିଥାଏ । ଶାସ୍ତ୍ରରେ ଚାରି ପ୍ରକାରର ସ୍ନାନର ବର୍ଣ୍ଣନା କରାଯାଇଛି:

1) ବ୍ରହ୍ମ ସ୍ନାନ:- ଯେଉଁ ଲୋକମାନେ ଶଯ୍ୟା ତ୍ୟାଗ କରିବା ପରେ ପରେ ଘୋର ସକାଳୁ (ଅର୍ଥାତ ୪ କିମ୍ବା ୫ ଘଣ୍ଟା ସମୟରେ) ଭଗବାନଙ୍କର ନାମ ଉଚ୍ଚାରଣ କରିବା ସଂଗେ ସଂଗେ ସ୍ନାନ ସମ୍ପାଦନା କରନ୍ତି ତାକୁ ବ୍ରହ୍ମ ସ୍ନାନ କୁହନ୍ତି ।  ଏମିତି ସ୍ନାନ କରିବା ଦ୍ୱାରା ଜୀବନରେ ସୁଖ ଓ ଖୁସିର ସମାବେଶ ହୋଇଥାଏ ।

2) ଦେବ ସ୍ନାନ:- ସୂର୍ଯ୍ୟୋଦୟ ପରେ ସ୍ନାନ କରୁଥିବା ଲୋକେ ବିଭିନ୍ନ ନଦୀମାନଙ୍କର ସ୍ନାନ କରିବା ସଂଗେ ସଂଗେ ଭଗବାନଙ୍କ ନାମ ଜପ କରନ୍ତୁ, ଏହିପରି ସ୍ନାନକୁ ଦେବ ସ୍ନାନ କୁହାଯାଏ । ଏହିପରି ପ୍ରତ୍ୟେହ ଦିନ ସ୍ନାନ ଦ୍ୱାରା ଜୀବନରେ ଆସୁଥିବା ସବୁ ସମସ୍ୟା ଦୂର ହୋଇ ଯାଇଥାଏ ।

3) ଯୌଗିକ ସ୍ନାନ:- ଯୋଗ ମାଧ୍ୟମରେ ନିଜର ଇଷ୍ଟ ଦେବଦେବୀ (ଭଗବାନ)ର ଚିନ୍ତନ ଓ ଧ୍ୟାନ କରୁଥିବା ବେଳେ ଯେଉଁ ସ୍ନାନ କରା ଯାଇଥାଏ ତାହାକୁ ଯୌଗିକ ସ୍ନାନ କୁହାଯାଏ । ଯୌଗିକ ସ୍ନାନକୁ ଆତ୍ମ ତୀର୍ଥ ବି କୁହା ଯାଇଥାଏ । କାହିଁକି ନା ଏମିତି ସ୍ନାନ ତୀର୍ଥ ଯାତ୍ରା କରିବା ସମାନ ହୋଇଥାଏ ।

ଦାନବ ସ୍ନାନ:- ଚା’ପିଇବା ପରେ କିମ୍ବା ଭୋଜନ କରିବା ପରେ ସ୍ନାନ କରିବାକୁ ଦାନବ ସ୍ନାନ କୁହାଯାଇଥାଏ । ଯାହା ଦ୍ୱାରା ଜୀବନରେ ଘୋର ବିପତ୍ତିର ସାମ୍ନା କରିବାକୁ ପଡିଥାଏ ।

ଅନୁଛେଦଟି କିପରି ଲାଗିଲା Comment କରି ଜଣାନ୍ତୁ !