ପ୍ରତିଦିନ ପିଅନ୍ତୁ ଭେଣ୍ଡିକୁ ବତୁରାଈ ତାହାର ପାଣି, ଡାଇବେଟିସ, ଦୁର୍ବଳତାକୁ ସମୂଳେ ନାଶ କରେ !

Spread the love

ଭେଣ୍ଡି ସମସ୍ତେ ଜାଣିଥିବେ । ପନିପରିବା ଗୁଡିକ ମଧ୍ୟରୁ ଭେଣ୍ଡିର ସ୍ଵତନ୍ତ୍ର ମାନ୍ୟତା ରହିଛି । ସମସ୍ତେ ଘରେ ପାରିବ ଆକାରରେ ବ୍ୟବହାର କରାଯାଏ । ଏହାକୁ ସେବନ କରିବା – ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଓ ଫଳପ୍ରଦ ହୋଇଥାଏ । ଭେଣ୍ଡିର ପାଣି ପିଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଭେଣ୍ଡି କିପରି ଆମ ଶରୀର ପାଇଁ ଲାଭ ଦାୟକ ଓ କଣ ସବୁ ଫାଇଦା ମିଳେ :

ଭେଣ୍ଡି ପାଣି ବନାଇବା କିପରି :

ଦୁଇଟି ତାଜା ଓ ସତେଜ ଭେଣ୍ଡି ନିଅନ୍ତୁ । ସେହି ଭେଣ୍ଡିର ଉଭୟ ପାର୍ଶ୍ଵ କାଟି ବାହାର କରି ଦିଅନ୍ତୁ । ଏହାପରେ ସେହି ଭେଣ୍ଡି କୁ ଗୋଟିଏ କପ ପାଣିରେ ବତୁରାଇ ଦିଅନ୍ତୁ । ରାତି ପର୍ଯ୍ୟନ୍ତ ବତୁରନ୍ତୁ । ଏବଂ ତା’ପର ଦିନ ସକାଳୁ କପ୍ ରେ ଥିବା ଭେଣ୍ଡି ଓ ପାଣିକୁ ଅଲଗା କରନ୍ତୁ । ଏବଂ ସେହି ପାଣିରେ ଆଉ ଏକ କପ୍ ପାଣି ମିଶାଇ ଖାଲି ପେଟରେ ପିଅନ୍ତୁ ।

ଭେଣ୍ଡିକୁ ବତୁରାଇ ପାଣି ପିଇବା ଦ୍ୱାରା କଣ ଲାଭ ହୁଏ :

୧) ଖାଳିପେଟରେ ଭେଣ୍ଡିକୁ ବତୁରାଇ ସେହି ପାଣି ପିଇବା ଦ୍ୱାରା ଡାଇବେଟିସ ପରି ମାରାତ୍ମକ ରୋଗ ଠାରୁ ଦୂରେଇ ରହିପାରିବେ । ଯଦି ଦୁଇ ତିନି ମାସ ଲଗାତାର ଭେଣ୍ଡିକୁ ବତୁରାଇ ତାର ପାଣିକୁ ସେବନ କଲେ ଡାଇବେଟିସ ରୋଗ ଠାରୁ ସମ୍ପୂର୍ଣ୍ଣ ମୁକ୍ତି ପାଇପାରିବେ ।

୨) ଭେଣ୍ଡିରେ ପ୍ରଚୁର ପରିମାଣରେ ଭିଟାମିନ A ମିଳେ । ପାଣିରେ ଵତୁରିବା ଦ୍ୱାରା ଏହି ଭିଟାମିନ A ପାଣିରେ ମିଶି ଯାଏ ଓ ଆମ୍ଭେମାନେ ସେହି ପାଣିକୁ ପିଇବା ଦ୍ୱାରା ଆମ ଶରୀରକୁ ଭିଟାମିନ A ମିଳିଥାଏ । ଯାହା ଫଳରେ ଆମ ଶରୀରରେ ଭିଟାମିନ Aର ମାତ୍ର ବଢିବ ଏବଂ ଦୃଷ୍ଟି ଶକ୍ତି ଜନିତ ସମସ୍ୟରୁ ମୁକ୍ତି ମିଳିବ ।

୩) ଯଦି କୌଣସି ବ୍ୟକ୍ତି ଶରୀରରେ ହିମୋଗ୍ଲୋବିନର ସ୍ତର କମ ଅଛି ତେବେ ପ୍ରତିଦିନ ଭେଣ୍ଡିକୁ ପାଣି ବତୁରାଇ ସକାଳୁ ପିଅନ୍ତୁ । ହିମୋଗ୍ଲୋବିନ ଜନିତରୁ ମୁକ୍ତି ମିଳିବ ।

ସ୍ବାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ । ହଁ ଆଜ୍ଞା, ଭଲ ଲାଗିଲେ share କରନ୍ତୁ ।

!!ଜୟ ଜଗନ୍ନାଥ!!