ଏକ ମାସ ପର୍ଯ୍ୟନ୍ତ ମେଥି ଖାଇଲେ ଆରୋଗ୍ୟ ମିଳିବ ଏହି ଚାରୋଟି ଗମ୍ଭୀର ରୋଗରୁ !!

Spread the love

ଆୟୁର୍ବେଦ ଅନୁସାରେ ମେଥିରେ ଅନେକ ଔଷଧୀୟ ଗୁଣ ଥାଏ । ଯାହା ଅନେକ ଶାରୀରିକ ରୋଗକୁ ମୁକ୍ତି କରିଥାଏ । ମେଥିର ପ୍ରୟୋଗ ପ୍ରତ୍ୟେକ ଘରେ ରୋଷେଇ କରିବାରେ ବ୍ୟବହାର କରାଯାଇଥାଏ । ମେଥି ସେବନ କରିବା ଦ୍ୱାରା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଆସନ୍ତୁ ମେଥିର ପାଣି ପିଇଲେ ହେଉଥିବା ଲାଭ ବିଷୟରେ ଜାଣିବା । ନିରନ୍ତର ଏକ ମାସ ପର୍ଯ୍ୟନ୍ତ ମେଥି ର ପାଣିକୁ ପିଇଲେ ଏହି ୪ ଟି ଗମ୍ଭୀର ରୋଗରୁ ମୁକ୍ତି ମିଳିଥାଏ । ଆସନ୍ତୁ ସେହି ୪ ଟି ଫାଇଦା ବିଷୟରେ ସମ୍ପୁର୍ଣରୂପେ ଜାଣିବା ।

ମଧୁମେହ –

ମଧୁମେହ ରୋଗୀଙ୍କ ପାଇଁ ମେଥି ଦାନାର ପାଣି ବହୁତ ଲାଭ ଦାୟକ ହୋଇଥାଏ । ମେଥି ଦାନାର ପାଣିକୁ ପିଇଲେ ଶରୀରରେ ଗ୍ଲୁକୋଜ, ରକ୍ତରେ ମିଶିବା ପ୍ରକ୍ରିୟା ଧୀମାରେ ହେଇଥାଏ । ଯେଉଁ କାରଣରୁ ଶରୀରର ରକ୍ତରେ ଗ୍ଲୁକୋଜ ର ସ୍ତର ନିୟନ୍ତ୍ରଣରେ ରହିଥାଏ ଓ ମଧୁମେହ ମଧ୍ୟ ନିୟନ୍ତ୍ରଣ ହୋଇଥାଏ ।

ମୋଟାପଣ –

ମେଥି ଦାନା ର ପାଣି ପିଇଲେ ଓ ସେହି ଦାନା କୁ ଚୋବାଇ ଖାଇଲେ ବାରମ୍ବାର ଭୋକ ଲାଗିବାର ସମସ୍ୟା ରୁ ମୁକ୍ତି ପାଇପାରିବା । ଯାହାଦ୍ୱାରା ଶରୀରର ଓଜନ ନିୟନ୍ତ୍ରଣରେ ରହିଥାଏ ଓ ଅତିରିକ୍ତ ଚର୍ବି କମିଯାଇ ଥାଏ ।

ବୃକକରେ ପଥର ହେବା –

ଯେଉଁ ଲୋକଙ୍କ ବୃକକରେ ପଥର ହେଇଛି, ସେମାନେ ମେଥି ଦାନାର ପାଣିକୁ ଏକ ମାସ ପର୍ଯ୍ୟନ୍ତ ନିରନ୍ତର ପିଇଲେ ପଥର ଗୁଣ୍ଡ ହେଇ ଆପେ ଆପେ ବାହାରି ଯାଏ ।

ଉଚ୍ଚ ରକ୍ତଚାପ –

ଉଚ୍ଚ ରକ୍ତଚାପର ରୋଗୀକୁ ମେଥି ଦାନାର ପାଣି ପିଇଲେ ରକ୍ତ ଚାପ ନିୟନ୍ତ୍ରଣରେ ରହିଥାଏ ।

ମେଥି ଦାନାର ପାଣି ପିଇବାର ସଠିକ ନିୟମ –

ମେଥି ଦାନାର ପାଣି ପିଇବା ପାଇଁ ସର୍ବ ପ୍ରଥମେ ଗୋଟିଏ ଚାମଚ ମେଥିକୁ ରାତିସାରା ପାଣିରେ ବତୁରାଇ ରଖନ୍ତୁ । ସକାଳେ ସେଥିରୁ ମେଥିକୁ କାଢି ସେହି ପାଣିକୁ ପିଅନ୍ତୁ ଏହା ଦେହ ପାଇଁ ବହୁତ ଲାଭଦାୟକ ହୋଇଥାଏ ।