ପ୍ରତି ଗୁରୁବାର ଦିନ 10 ମିନିଟ କରନ୍ତୁ ପାଇଁ ଏହି ପୂଜା , ଜୀବନରେ କେବେ ଧନର ଅଭାବ ରହିବ ନାହିଁ…

Spread the love

ଆଜି ଆମେ ଆପଣଙ୍କୁ ଗୋଟିଏ ଛୋଟ ଉପାୟ କହିବାକୁ ଯାଉଛୁ, ଯାହାକୁ ଆପଣ ପ୍ରତେକ ଗୁରୁବାର ଦିନ କରିଲେ ମା’ଆ ଲଷ୍ମୀଙ୍କ ଅପାର କୃପା ଆପଣଙ୍କ ଉପରେ ସଦା ସର୍ବଦା ରହିବ । ଏହା ସଂଗେ ସଂଗେ ପରିବାରେ ଟଙ୍କା ପଇସାର ଅଭାବ ରହିବ ନାହିଁ ।

ଏହାଙ୍କ ପୂଜା ଵିଧି ବିଧାନ ଅନୁସାରେ କରା ଗଲେ ଏଥିରେ ଭଗବାନ ବିଷ୍ଣୁ ମଧ୍ୟ ପ୍ରସନ୍ନ ହେଇଥାନ୍ତି । ମା’ ଲକ୍ଷ୍ମୀ ତଥା ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ଦ୍ଵାରା ଆପଣଙ୍କ ପାଖରେ ଧନର କେବେ ମଧ୍ୟ ଅଭାବ ରହିବ ନାହିଁ । ଏବଂ ଆର୍ଥିକ ଜନିତ ସମସ୍ୟା, ଘରୋଇ ସମସ୍ୟା ଏବଂ ପାରିବାରିକ ଜନିତ ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇ ପାରିବ ।

ପ୍ରତି ଗୁରୁବାର ଦିନ ମା’ ଲଷ୍ମୀ ତଥା ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ, ତା’ ସହ ପ୍ରାତଃ କାଳ ବ୍ରତର ସଂକଳ୍ପ ମଧ୍ୟ କରନ୍ତୁ । ଫଳ, ଫୁଲ ତଥା ହଳଦିଆ ବସ୍ତ୍ର ସମର୍ପିତ କରି ବୃହସ୍ପତି ଦେବ, ଭଗବାନ ବିଷ୍ଣୁ ଏବଂ ମା’ ଲଷ୍ମୀଙ୍କ ପୂଜା କରନ୍ତୁ । ନୈବେଦ୍ୟ ବା ପ୍ରସାଦରେ କଦଳୀ ଅବଶ୍ୟ ନିଅନ୍ତୁ ତଥା ପୂଜା ଶେଷରେ ଏହାକୁ ଦାନ ମଧ୍ୟ କରନ୍ତୁ । ଏମିତି କରିବା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହେଇଥାଏ ।

ଏହା ଛଡା ଆଉ ଏକ କାମ କରନ୍ତୁ, ତୁଳସୀ ଗଛର ମୂଳ ନିଅନ୍ତୁ ସେଥିରେ ଗାଈର କଞ୍ଚା କ୍ଷୀର ଅର୍ପଣ କରନ୍ତୁ, ପୁଣି ଗୋଟେ ଲବଙ୍ଗକୁ ଲାଲ କନାରେ ବାନ୍ଧି ମା’ ମହାଲକ୍ଷ୍ମୀଙ୍କ ନାମକୁ ମନରେ ସ୍ମରଣ କରି ଟ୍ରେଜେରି ବା ସିନ୍ଦୁକ ପଢ଼ିରେ ଲୁଚେଇ ରଖିଦିଅନ୍ତୁ । ଏହା ଦ୍ଵାରା ମା ଲଷ୍ମୀଙ୍କ କୃପା ନିଶ୍ଚୟ ପ୍ରାପ୍ତି ହେବ ।

ଏହି ଦିନ କଦଳୀ ଗଛର ପୂଜା ଅବଶ୍ୟ କରନ୍ତୁ ତଥା ସାତ୍ତ୍ଵିକ ଭୋଜନ କରି ଭଗବାନଙ୍କୁ ଭୋଗ ଲଗାନ୍ତୁ, ଏହି ଦିନ ଅର୍ଥାତ ଗୁରୁବାର ଦିନ ବଢିଥିବା ବାଳ, ତଥା ଦାଢ଼ି ଏବଂ ନଖ କାଟନ୍ତୁ ନାହିଁ ।

!!ଜୟ ମା’ଲକ୍ଷ୍ମୀ!!