ଖୁସି ଖବର : ଜନ ଧନ ଆକାଉଣ୍ଟରେ ପ୍ରତି ମାସରେ 10000 ଟଙ୍କା ଦେବେ ସରକାର, ମାସରେ ଗୋଟେ ଥର ଟଙ୍କା ଉଠାଇ ପାରିବେ !

ନୂଆ ଦିଲ୍ଲୀ i: ଦେଶରେ ଗରିବ ସୀମା ରେଖା ତଳେ ରହୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର । ଏଵେ ସରକାର ଦେଶର ଗରିବ ସୀମା ରେଖା ତଳେ ଶତକଡା 12.66% ଲୋକଙ୍କୁ ପ୍ରତି ମାସରେ 8000 ରୁ 10000 ଟଙ୍କା ବ୍ୟାଙ୍କ ଖାତାରେ ଦେବା ପାଇଁ ବିଚାର କରିଛନ୍ତି । ଯେଉଁମାନଙ୍କ ଜନ ଧନ ଖାତା ଅଛି ସରକାର ସେହିମାନଙ୍କୁ ହିଁ ଦିଆଯିବ ।
ଇଣ୍ଡିଆ ନ୍ୟୁଜର ଖବର ଅନୁସାରେ ପ୍ରତି ମାସରେ ଏହି ଟଙ୍କାକୁ ଲୋକେ ତାଙ୍କ ନିଜ ଖାତାରୁ କାଢି ପାରିବେ । ଏହି ଆବଣ୍ଟନ ପରିବାରର ଆଧାର ସହ ଯୋଡ଼ା ଯିବ । ପ୍ରତିବଦଳରେ ପୂର୍ବରୁ ମିଳୁଥିବା Subsidy ବନ୍ଦ ହେଇଯିବ । Economic survey ଅନୁସାରେ ଗୋଟିଏ ଦିନ ପୂର୍ବରୁ ସରକାର ଏହି Universal Basic Incomeର ନାମ ସହ ଏହି ଯୋଜନା ଆଣିବାକୁ ସଂକେତ ଦେଇଛନ୍ତି । ଏଵେ ଏହାକୁ ଲାଗୁ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଚର୍ଚ୍ଚା ବହୁତ ଶୀଘ୍ର ଆରମ୍ଭ ହେବ । କିନ୍ତୁ ଏହି ଯୋଜନାକୁ ଲାଗୁ କରିବା ପରେ ଗରିବଙ୍କୁ Subsidy ଦେବା ବନ୍ଦ ହେଇ ଯିବ । ଏହା ଛଡା ସରକାରଙ୍କର ମତ ହେଲା କି Subsidy ବଦଳରେ ଟଙ୍କା ସିଧା ସଳଖ ଆକାଉଣ୍ଟଧାରୀଙ୍କ ଖାତାରେ ଦେଲେ ଗରିବଙ୍କର ଜୀବନ ସ୍ତର ସୁଧୁରିବା ସହିତ ତାଙ୍କର ଆୟ ମଧ୍ୟ ବଢ଼ିବ । ଏହି ଯୋଜନା ବ୍ୟବସ୍ଥା ପରଚଳିତ ହେଲେ ଗରିବୀଙ୍କ ଜୀବନରେ ସୁଧାର ଆସିବାର ସମ୍ଭାବନା ଅଛି ଏବଂ ରୋଜଗାରରେ ମଧ୍ୟ ନୂଆ ସୁଯୋଗ ମିଳିବ ।

ଦେଖିବାକୁ ଗଲେ ଏହି ଯୋଜନା ଆଗାମୀ ସାଧାରଣ ନିର୍ବାଚନ ଆଗରୁ ଲାଗୁ କରା ଦିଆଯିବ । ମୋଦି ସରକାର B.P.L ତାଲିକାରେ ଅନ୍ତର୍ଭୁକ୍ତ ପରିବାରଙ୍କ ପାଇଁ ବହୁତ ଯୋଜନା ଅଣିସାରିଲେଣି । ସରକାର ଗରିବମାନଙ୍କ ପାଇଁ ନିଃଶୁଳ୍କ L.P. G. ଉପଲବ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜାଲା ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି । ମିଳି ଥିବା ସୂଚନା ଅନୁସାରେ ଏହି ଯୋଜନା ଦ୍ୱାରା ସାତ ମାସରେ 19 ଲକ୍ଷ 7200 B.P.L ପରିବାର ମଧ୍ୟରେ LPG ସିଲିଣ୍ଡର ବଣ୍ଟା ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଗତ ବର୍ଷ 1ମେ ରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ।