ପ୍ରଭୁ ରୁଦ୍ର ଅବତାର ହନୁମାନଙ୍କ ଏହି ମନ୍ତ୍ର : ଦୂର କରିଥାଏ ଭକ୍ତଗଣଙ୍କ ସବୁ ଦୁଃଖ କଷ୍ଟ

Spread the love

ଶ୍ରୀରାମଙ୍କ ପରମ ଭକ୍ତ ହନୁମାନ ସ୍ୱୟଂ ରୁଦ୍ର ଅବତାର ଅଟନ୍ତି । ହନୁମାନ ଭଗବାନ ନିଜ ଭକ୍ତ ମାନଙ୍କ ଉପରେ ଶୀଘ୍ର ପ୍ରସନ୍ନ ହୁଅନ୍ତି । ଏଥିପାଇଁ ଆମେ ଆଜି ଆପଣଙ୍କୁ ହନୁମାନଙ୍କ କେତେକ ଚାମତ୍କାର ମନ୍ତ୍ର ବିଷୟରେ କହିବାକୁ ଯାଉଛୁ ।

ରାମ ଭକ୍ତ ପ୍ରଭୁ ହନୁମାନ ଅତିଶୀଘ୍ର ନିଜ ଭକ୍ତମାନଙ୍କ ଉପରେ ପ୍ରସନ୍ନ ହୁଅନ୍ତି । ସ୍ୱଚ୍ଛ ମନରେ ଶ୍ରଦ୍ଧାପୂର୍ବକ କରାଯାଇଥିବା ପୂଜା କେବେ ବି ବ୍ୟର୍ଥ ହୋଇ ନ ଥାଏ । ଯେକୌଣସି ମାଧ୍ୟମ ହେଉ ଅବା ଛୋଟ-ଛୋଟ ଉପାୟ, ମନ୍ତ୍ର ଦ୍ୱାରା ହନୁମାନ ପ୍ରଭୁ ପ୍ରସନ୍ନ ହୋଇଯାନ୍ତି । ଏମିତି ହିଁ ଏକ ଉପାୟ, ଯେଉଁଥିରେ ପ୍ରଭୁ ହନୁମାନଙ୍କୁ ପ୍ରସନ୍ନ କରିପାରିବ, ସେହି ଉପାୟତି ହେଉଛି ଅଛି “ହନୁମତ କବଚ୍ଛ” । ଏଥିରେ ଅଦ୍ଭୁତ ଶକ୍ତି ରହିଛି ଓ ତା’ସଂଗେ ସଂଗେ ଏହି କବଚ୍ଛ ଅଦ୍ଭୁତ ଫଳଦାୟୀ ଅଟେ । ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ କି ଏହାକୁ ସ୍ୱୟଂ ଭଗବାନ ଶ୍ରୀରାମ ରଚନା କରିଛନ୍ତି । ଏତିକି ହିଁ ନୁହେ ଏହାକୁ ସ୍ୱୟଂ ପ୍ରଭୁ ଶ୍ରୀରାମ ରାବଣ ସହିତ ଯୁଦ୍ଧ କରିବା ସମୟରେ ହନୁମତ କବଚର ପାଠ ମଧ୍ୟ କରିଥିଲେ ।

ଶ୍ରୀ ହନୁମାନ କବଚ –

ଏହି କବଚ୍ଛ ଦ୍ୱାରା ଭୁତ, ପ୍ରେତ, ଚଣ୍ଡାଳ ଓ ଅନ୍ୟ ସବୁ ବାହ୍ୟ କୁ-ଶକ୍ତି ଓ ଆତ୍ମା ଠାରୁ ସୁରକ୍ଷା କରିଥାଏ । ଏହି କବଚ୍ଛ ଦ୍ୱାରା ଆପଣ ଗୁଣି ଗାରଡ଼ି ଠାରୁ ସୁରକ୍ଷାରେ ରହିପାରିବେ । କଳା-ଯାଦୁ ବା କୁହୁକ ବିଦ୍ୟାର କୁ-ପ୍ରଭାବ ଆପଣଙ୍କ ଉପରେ ପକାଇ ପାରିବ ନାହିଁ । ଏହି କବଚ୍ଛର ପୂର୍ଣ୍ଣ ଲାଭ ପାଇବା ପରେ ଘରେ ଆଉ ଅଶାନ୍ତି ରହି ନ ଥାଏ । ଜୀବନର ସବୁ ଦୁଃଖ ଦୂର ହୋଇଯାଏ ଓ ହଠାତ ଘରେ ଖୁସିର ବାତାବରଣ ହୋଇଯାଏ । ଏହା ସବୁ ପ୍ରକାରରେ ଲୋକଙ୍କ ମଙ୍ଗଳ କରିଥାଏ । ମନ୍ତ୍ରଟି ହେଲା :-

ମନ୍ତ୍ର – “ଶ୍ରୀ ହନୁମତେ ନମଃ”

ଏହି ମନ୍ତ୍ରର ଉଚ୍ଚାରଣ ୧୦୮ ଥର ରୁଦ୍ରାକ୍ଷ ମାଳ ଦ୍ୱାରା ଜପ କରନ୍ତୁ ସ୍ଵଛ ମନରେ ଓ ଏହି ଉପାସନା ଦ୍ୱାରା ପ୍ରଭୁ ହନୁମାନ ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତିଗଣଙ୍କ ଦୁଃଖକୁ ଦୂର କରିଥାନ୍ତି । ଏହା ସହ ହନୁମାନ ଭଗବାନଙ୍କୁ ମଲ୍ଲି ଫୁଲରୁ ପ୍ରସ୍ତୁତ ତେଲ ଓ ସିନ୍ଦୁର ଚଢାନ୍ତୁ ।

ହନୁମାନ ଭଗବାନଙ୍କ ଶକ୍ତିଶାଳୀ ମନ୍ତ୍ର –

ରାମ ଭକ୍ତି ପ୍ରଭୁ ହନୁମାନଙ୍କ ଅନେକ ଶକ୍ତିଶାଳୀ ମନ୍ତ୍ର ଅଛି । ଯାହାକୁ ନିର୍ମଳ ମନରେ ଓ ନିୟମରେ ସ୍ମରଣ କରିଲେ ଭକ୍ତି ବାତ୍ସଲ୍ୟ ପ୍ରଭୁ ହନୁମାନ ନିଶ୍ଚୟ ଆପଣଙ୍କ ଉପରେ ପ୍ରସନ୍ନ ହୁଅନ୍ତି । ଆସନ୍ତୁ ଆମେ ଏବେ ରାମ ଭକ୍ତି ହନୁମାନଙ୍କ କେତେକ ମନ୍ତ୍ର ବିଷୟରେ ଜାଣିବା ।

ଭୟନାଶ କରିବା ପାଇଁ ହନୁମାନ ଭଗବାନଙ୍କ ମନ୍ତ୍ର – “ହଂ ହନୁମତେ ନମଃ” ।

ପ୍ରେତ, ଭୁତ, କଷ୍ଟକୁ ଦୂର କରିବାପାଇଁ ହନୁମାନଙ୍କ ମନ୍ତ୍ର – “ହନୁମାନଂଜନୀ ସୁନୋ ବାୟୁପୁତ୍ର ମହାବଳ… “ଅକସ୍ମାଦାଗତୋତ୍ପାମତ ନାସୟାଶୁ ନମସ୍ତୁତେ” ।

ଦ୍ୱାରସାକ୍ଷର ହନୁମାନ ମନ୍ତ୍ର – ହଁ ହନୁମତେ ରୁଦ୍ରାତ୍ମକାୟ ହୁଂ ଫଟ୍ ।

ମାନକମାନ ପୂର୍ଣ୍ଣ ନିମନ୍ତେ – “ମହାବଳାୟ ବିରାୟ ଚିରଞ୍ଜିବିନ ଉଦ୍ଦତେ” ।

ସଙ୍କଟ ଦୂର କରିବାପାଇଁ ମନ୍ତ୍ର – “ଓଁ ନମଃ ହନୁମତେ ନମଃ ରୁଦ୍ରାବତାରାୟ ସର୍ବଶତ୍ରୁସଂହାରଣାୟ ରାମଦୂତାୟ ସ୍ୱାହା” ।

ଋଣରୁ ମୁକ୍ତି ହେବାପାଇଁ ମନ୍ତ୍ର – “ଓଁ ନମଃ ହନୁମତେ ଆୱେସାୟ ଆୱେସାୟ ନମଃ” ।