ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ଏହି 12 ନାମକୁ ଜପ କରନ୍ତୁ, ଦୂର ହେବ ସବୁ ସମସ୍ୟା

Spread the love

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ, ମଙ୍ଗଳବାର ଦିନ ଜନ୍ମ ହୋଇ ଥିବା ପ୍ରଭୁ ଶ୍ରୀ ହନୁମାନ ଜୀ ଙ୍କର ଅଦ୍ଭୁତ ଓ ଚମତ୍କାରୀ 12 ନାମର ଜପ ଦ୍ୱାରା ଜୀବନର ସବୁ କଷ୍ଟ, ରୋଗ, ପୀଡା ଓ ସଙ୍କଟ ନଷ୍ଟ ହୋଇ ଯିବ ତଥା ସବୁ ମଙ୍ଗଳମୟ ହୋଇ ଥାଏ ।ଶ୍ରୀରାମ ଭକ୍ତ ହନୁମାନ ସବୁ ଯୁଗରେ ନିଜ ଭକ୍ତଙ୍କର ମନସ୍କାମନା ପୂରଣ କରି ଥାନ୍ତି।

ମାନ୍ୟତା ଅଛି ଯେ ପ୍ରଭୁ ହନୁମାନ ଅଜର-ଅମର । ପୂଜା ପଦ୍ଦତି ଦ୍ୱାରା ହନୁମାନଙ୍କୁ ଅତି ଶୀଘ୍ର ପ୍ରସନ୍ନ କରାଯାଇ ପାଇବା । ମଙ୍ଗଳବାର ଆଉ ଶନିବାର ଦିନ ପ୍ରଭୁ ହନୁମାନଙ୍କର ପୂଜା ଅର୍ଚ୍ଚନା ପାଇଁ ସର୍ବଶ୍ରେଷ୍ଠ ଦିନ ହୋଇଥାଏ । ହନୁମାନ ଚାଲିସାରେ ବର୍ଣ୍ଣିତ ଅଛି ଯେ – “ସଙ୍କଟ କଟେ ମିଟେ ସବ ପୀଡା”, “ଜୋ ସୁମରେ ହନୁମତ ବଲବୀରା” । ଖାଲି ଏତିକି ନୁହେଁ ଏହି ପବିତ୍ର କୃତିରେ ଏହା ବି ଲେଖା ଯାଇଛି ଯେ – “ଭୂତ ପିଶାଚ ନିକଟ ନହିଁ ଆବେ ହନୁମାନ ଜବ ନାମ ସୁନାବେ” । ହଁ ଆଜ୍ଞା ଏହା ଅଟଳ ସତ୍ୟ ଅଟେ ।

ଶ୍ରୀରାମ ଚରିତ ମାନସରେ ଏହା ବର୍ଣ୍ଣିତ ଅଛି ଯେ ଶ୍ରୀରାମ ପ୍ରଭୁଙ୍କ ପ୍ରତି ନିଜର ଅଗାଧ ଶ୍ରଦ୍ଧା କାରଣରୁ ତାଙ୍କୁ ଅଷ୍ଟସିଦ୍ଧି ଆଉ ନବନିଦ୍ଧିର ବରଦାନ ମିଳିଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ କଳି ଯୁଗରେ ପ୍ରଭୁ ହନୁମାନଙ୍କର ଏହି 12 ନାମକୁ ସ୍ମରଣ କରିବା ଦ୍ୱାରା ସବୁ ପ୍ରକାର ସମସ୍ୟା ଆପେ ଆପେ ଦୂର ହୋଇ ଯାଇ ଥାଏ ।

ପ୍ରଭୁ ହନୁମାନଙ୍କର ସେଇ 12ଟି ଦିବ୍ୟ ନାମ ଯାହାକୁ ଆପଣ ଜପ କରିବେ ତାହା ହେଲା:- 1)ହନୁମାନ, 2)ଅଞ୍ଜନୀସୂତ, 3)ବାୟୁପୁତ୍ର, 4)ମହାବଳ 5)ରାମେଷ୍ଟ, 6)ଫାଲ୍ଗୁନ ସଖା, 7)ପିଙ୍ଗକ୍ଷ, 8)ଅମିତ ବିକ୍ରମ 9) ଉଦ୍ଧଧୀକ୍ରମଣ 10) ସୀତାଶୋକବିନାସନ 11)ଲକ୍ଷ୍ମଣ ପ୍ରାଣଦାତା ଓ 12 )ଦଶଗ୍ରୀବ ଦର୍ପହା

ମହାବଳୀ ହନୁମାନଙ୍କ ଏହି ନାମ ଉଚ୍ଚାରଣ କରିବା ଦ୍ୱାରା, ଆନେକ ବର୍ଷ ପର୍ଯ୍ୟନ୍ତ ଚାଲିଥିବା ସମସ୍ୟ ଅଶାନ୍ତି ଅତି ଶୀଘ୍ର ଦୂର ହୋଇଯାଇଥାଏ । ଆସନ୍ତୁ ଜାଣିବା ସଙ୍କଟ ମୋଚନ ହନୁମାନଙ୍କ କେତୋଟି ନାମ କେଉଁ ସମୟରେ ସ୍ମରଣ କରିବା ଦ୍ୱାରା ଭକ୍ତଗଣ କେଉଁ ପ୍ରକାର ଉପକୃତ ହେବେ ।

ଦୀର୍ଘାୟୁ କାମନା ନିମନ୍ତେ :

ପ୍ରତିଦିନି ସକାଳୁ ଶଯ୍ୟା ତ୍ୟାଗ କରିବା ପରେ ପରେ ଶେଜରେ ହିଁ ବସି ହନୁମାନଙ୍କ ଏହି ବାରଟି ନାମ ଯେଉଁମାନେ ଉଚ୍ଚାରଣ କରିବା, ସେମାନଙ୍କ ଦୀର୍ଘାୟୁ ହୋଇଥାନ୍ତି ।

ଧନଧାନ୍ୟ ପ୍ରାପ୍ତି ନିମନ୍ତେ :

ହନୁମାନଙ୍କ ଏହି ନାଁ ଗୁଡିକ ଅନନ୍ତ-ଅପାର ଅଟେ । ଯେଉଁମାନେ ଦିନ ଦିପହରରେ ଅଫିସ ହେଉ, ଘର ହେଉ ବା ଦୋକାନରେ ଭଗବାନ ହନୁମାନଙ୍କ ଏହି ବାରଟି ନାମ ଉଚ୍ଚାରଣ କରିବା ଦ୍ୱାରା ଭଗବାନ ହନୁମାନଙ୍କ ଭକ୍ତଗଣମାନେ ଜୀବନରେ କେବେ ହେଲେ ଧନଧାନ୍ୟର ଅଭାବ ରହି ନଥାଏ ଏବଂ ଏହି ବାରଟି ନାମ ଉଚ୍ଚାରଣ କରିବା ଦ୍ୱାରା ଭକ୍ତଗଣ ୠଣମୁକ୍ତ ମଧ୍ୟ ହୋଇଥାନ୍ତି । ଏତଦବ୍ୟତୀତ ଧନଧାନ୍ୟ ମଧ୍ୟ ବୃଦ୍ଧି ହୋଇଥାଏ ।

ଗୃହରେ ଚାଲିଥିବା କ୍ଳେଶ ଦୂର ହୋଇଥାଏ :

ମହିଳା ହେଉ ବା ପୁରୁଷ ଯଦି ସେମାନଙ୍କ ଜୀବନରେ ପାରିବାରିକ କ୍ଳେଶ ସର୍ବଦା ଚାଲିରହିଥାଏ, ତେବେ ସେହି ବ୍ୟକ୍ତି ମାନେ ମହାବୀର ହନୁମାନଙ୍କ ଏହି ବାରଟି ନାମ ସନ୍ଧ୍ୟା ସମୟରେ ସ୍ମରଣ କରିବା ଦରକାର ।

ଭୟ ଓ ଶତ୍ରୁ ଠାରୁ ରକ୍ଷା କରନ୍ତି ପ୍ରଭୁ ହନୁମାନ :

ଯଦି ଆପଣ ଜୀବନରେ ନିଜର ଜ୍ଞାତ ଅଜ୍ଞାତରେ ଭୟ କରୁଛନ୍ତି କିମ୍ଭା ଆପଣଙ୍କ ଶତ୍ରୁମାନଙ୍କ ଦ୍ୱାରା ଆପଣ ଭୟଭୀତ ହେଉଛନ୍ତି ତେବେ ହନୁମାନଙ୍କ ଉପରୋକ୍ତ ବାରଟି ନାମ ସ୍ମରଣ କରନ୍ତୁ । ଏହିପରି କ୍ଷେତ୍ରରେ ଭକ୍ତଗଣମାନେ ଏହି ବାରଟି ନାମକୁ ରାତିରେ କିମ୍ବା ଶୋଇବା ପୂର୍ବରୁ ଏହି ନାମକୁ ସ୍ମରଣ କରିବା ଦରକାର । ହନୁମାନଙ୍କ ଏହି ବାରଟି ନାମ ନିୟମିତ ସ୍ମରଣ କରିବା ଦ୍ୱାରା ଭଗବାନ ହନୁମାନଙ୍କ ଅପାର କୃପାର ମିଳିଥାଏ ।

!!ଜୟ ହନୁମାନ!!