ବାହୁବଳୀର ପ୍ରଭାସ : ବର୍ଷର ଶେଷରେ ଏହି ଝିଅକୁ କରିବେ ବିବାହ । ନାମ ଜାଣିକରି ହୃଦୟ ଖୁସିରେ ଭରି ଉଠିବ ।

Spread the love

ପ୍ରଭାସ ଯିଏକି ଭାରତୀୟ ସିନେମାର ଏକ ଜଣା ଶୁଣା ଅଭିନେତା । ଖାସ୍ କରି ସାଉଥ୍ ଇଣ୍ଡଷ୍ଟ୍ରି ଫିଲ୍ମର ଅଭିନେତା ରୂପେ ବେଶ୍ ସୁପରିଚିତ ଅଟନ୍ତି । ଜଣାଇ ଦଉଛି କି ପ୍ରଭାସ ବହୁତ କମ୍ ସମୟରେ ଅଧିକ ସଫଳତା ହାସଲ କରିଛନ୍ତି । ବାହୁବଳୀ ଫିଲ୍ମ୍ ଦ୍ଵାରା ପୁରା ଦୁନିଆରେ ନିଜର ପରିଚୟ ସୃଷ୍ଟି କରିଥିଲେ କରିଥିବା ପ୍ରଭାସ । ବାହୁବଳୀ ଭାରତୀୟ ଫିଲ୍ମ୍ ଇତିହସରେ ସବୁଠାରୁ ଦାମୀ ବା ମହଙ୍ଗା ଫିଲ୍ମ୍ ଅଟେ, ଯାହାକି ଏକ ରେକର୍ଡ ବନେଇ ସାରିଛି ।

ପ୍ରଭାସ ୨୦୦୨ମସିହାରେ ଈଶ୍ୱର ସହିତ ଫିଲ୍ମ୍ ଲାଇନରେ କାମ କରିଥିଲେ ଏବଂ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ୨୦୦୩ ମସିହାରେ ପ୍ରଭାସ ସାଉଥ୍ ଫିଲ୍ମ୍ ରାଘବେନ୍ଦ୍ରରେ ମୁଖ୍ୟ କଳାକାର ଭାବରେ ଭାବରେ କାମ କରିଥିଲେ । ଏହାପରେ ପ୍ରଭାସ ୨୦୦୪ ମସିହାରେ ଫିଲ୍ମ୍ ‘ବର୍ଦ୍ଧନ’ରେ ଦେଖା ଦେଇଥିଲେ । ୨୦୦୫ ମସିହାରେ ପ୍ରଭାସ “ଏସ୍ ଏସ୍ ରାଜମୁଲି”ର ପତାକା ତଳେ ହୋଇଥିବା ଫିଲ୍ମ୍ “ଛତ୍ରପତି”ରେ ବହୁତ ଭଲ ଅଭିନୟ କରିଥିଲେ ।

୨୦୦୫ ମସିହାରେ ଛତ୍ରପତି ଫିଲ୍ମ୍ ହିଟ୍ ହୋଇଥିଲା ଏବଂ ଏହି ଫିଲ୍ମ୍ ୫୪ଟି ସିନେମା ଗୃହରେ ୧୦୦ଦିନ ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ଧୀରେ ଧୀରେ ତାଙ୍କର ସଫଳତା ବଢ଼ିବାକୁ ଲାଗିଲା ଏବଂ ସେ ବହୁତ ଆଗକୁ ଚାଲିଗଲେ । ପ୍ରଭାସ ପୌରଣାମି, ୟୋଗି ଏବଂ ମୁନ୍ନା ଭଳି ଫିଲ୍ମରେ ଅଭିନୟ କରିଥିଲେ । ୨୦୦୭ରେ ଆକ୍ସନ ଡ୍ରାମା ଫିଲ୍ମ ଆସିଥିଲା ଏବଂ ପ୍ରଭାସଙ୍କ ଫିଲ୍ମର ଗତି ଲଗାତାର ବଢ଼ିବାକୁ ଲାଗିଥିଲା । ୨୦୧୫ ମସିହାରେ “ଏସ ଏସ ରାଜମୁଲି”ର ମହାକାବ୍ୟ “ବାହୁବଳୀ ଦା ବିଗନିଙ୍ଗ” ଫିଲ୍ମରେ ସେ ସିବୁଡୁ ମହେନ୍ଦ୍ର ବାହୁବଳୀ ଏବଂ ଅମରେନ୍ଦ୍ର ବାହୁବଳୀ ରୂପରେ ଦେଖା ଦେଇଥିଲେ ।

ଏହି ସବୁ ଫିଲ୍ମରେ ସେ ଅନେକ ରେକର୍ଡ କରିଥିଲେ । ଏହି ଫିଲ୍ମ୍ ଅଧିକ ଆୟ କରିବାରେ ବିଶ୍ୱରେ ସବୁଠାରୁ ବଡ଼ ଫିଲ୍ମ୍ ହିସାବରେ ଗଣିତ ହୋଇଗଲା । ଏହାପରେ ବାହୁବଳୀ-୨ ତିଆରି ହୋଇଥିଲା ଯାହାକି ୨୮ ଏପ୍ରିଲ୍ ୨୦୧୭ରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମ୍ ଦେଶ ବିଦେଶରେ ରିଲିଜ୍ ହୋଇଥିଲା ଏବଂ ଆୟ କରିବା ମାମଲାରେ ଭାରତୀୟ ଫିଲ୍ମ୍ ଇତିହାସରେ ସବୁଠାରୁ ଦାମୀ ଅଥବା ମହଙ୍ଗା ଫିଲ୍ମ୍ ହୋଇଥିଲା ।

ସାଉଥର ସୁପର୍ ଷ୍ଟାର୍ ପ୍ରଭାସ ବାହୁବଳୀ ଫିଲ୍ମ ପରେ ବଲିଉଡର ମଧ୍ୟ ପସନ୍ଦିତ ହୋଇପାରିଛନ୍ତି । ଆଜି ପ୍ରତ୍ୟେକ ଫିଲ୍ମ୍ ନିର୍ମାତା ତାଙ୍କୁ ନେଇ ଫିଲ୍ମ୍ ବନେଇବା ପାଇଁ ଚାହୁଛନ୍ତି । ଯଦିଓ ତିନି ବର୍ଷ ଆଗରୁ ହିଁ ପ୍ରଭାସ କୌଣସି ଫିଲ୍ମ୍ ସାଇନ୍ କରି ରଖିଛନ୍ତି । ବ୍ୟସ୍ତତା ଭିତରେ ସୁଟିଂ ଆରମ୍ଭ ହୋଇପାରି ନାହିଁ କିନ୍ତୁ ଏବେ ପ୍ରଭାସ ଏହାକୁ ପ୍ରମାଣ କରିଛନ୍ତି କି “ସାହୋ” ଫିଲ୍ମର ସୁଟିଂ ପରେ ସେ ସାଇନ୍ କରିଥିବା ବଲିଉଡ୍ ଫିଲ୍ମର ସୁଟିଂ କରିବେ । ଏହା ଏକ ରୋମାଣ୍ଟିକ ଫିଲ୍ମ ହେବ ଏବଂ ଫିଲ୍ମର ଓପୋଜିଟରେ ଦୀପିକା ପାଡୁକୋନଙ୍କୁ ନେବାର କଥା ଚାଲିଛି ।

ହିନ୍ଦୀ ଦର୍ଶକ ମଧ୍ୟ ଏକ ବଡ଼ ସଂଖ୍ୟାରେ ପ୍ରଭାସଙ୍କ ଫ୍ୟାନ ବନିବାରେ ଲାଗିଛନ୍ତି । ଏହା ମଧ୍ୟରୁ ଅଧିକାଂଶ ସଂଖ୍ୟା ଝିଅମାନଙ୍କର ଅଟେ । ବଡ଼ ଭଗ୍ୟଶାଳୀ ହେବ ସେହି ଝିଅ ଯାହାର ବିବାହ ପ୍ରଭାସଙ୍କ ସହ ହେବ । ଏମିତିରେ ପ୍ରଶ୍ନ ଏହା ଅଟେ କି ବାହୁବଳୀ ପ୍ରଭାସ କେବେ ବିବାହ କରିବେ ? ତ ସାଙ୍ଗମାନେ ଆପଣଙ୍କୁ ଏହା କହିରଖୁଛୁ ଯେ, ପ୍ରଭାସ ବିବାହ କରିବା ପାଇଁ ସମସ୍ତ ପ୍ରସ୍ତୁତି କରି ସାରିଛନ୍ତି । ଏହି ବର୍ଷର ଶେଷକୁ ଏହି ଅଭିନେତା ବିବାହ କରିନେବେ ।

ଜଣାଇ ଦେଉଛୁ କି ପ୍ରଭାସଙ୍କ ଫିଲ୍ମ୍ “ବାହୁବଳୀ- ଦ କନକ୍ଲୁଜନ୍”ର ଅପାର ସଫଳତା ସହିତ ପ୍ରଭାସ (୩୭) ଏବଂ ଅନୁଷ୍କା ସେଟ୍ଟି (୩୫)ର ଅନ୍-ସ୍କ୍ରିନ ଏବଂ ଅଫ୍-ସ୍କ୍ରିନ କେମେଷ୍ଟ୍ରୀକୁ ମଧ୍ୟ ଜମେଇ କରି ଖୁସି ସାଉଁଣ୍ଟିଛନ୍ତି । ଯଦିଓ, ଦୁଇ ଷ୍ଟାର୍ସ ନିଜ ସମ୍ପର୍କ ବିଷୟରେ କିଛି ବି କହିବାରୁ ଇଚ୍ଛା କରୁନାହାନ୍ତି ତଥାପି ଏବେ ଖବର ଆସୁଛି କି ଏହି ବର୍ଷ ଡିସେମ୍ବରରେ ଦୁହେଁ ବିବାହ କରିବାକୁ ଯାଉଛନ୍ତି ।

ଯଦିଓ, “ବାହୁବଳୀ”ର ପୁରା ଟିମ୍ ଅର୍ଥାତ ପ୍ରଭାସ, ଅନୁଷ୍କା ସେଟ୍ଟୀ, ରଣା ଦୁଗ୍ଗାବତିଙ୍କୁ ରବିନା ଟେଣ୍ଡନଙ୍କ ସହିତ ପାର୍ଟି କରିବାର ଦେଖାଯାଇଛି । ଏମିତିରେ ଗୋଟିଏ ଇଣ୍ଟରଭ୍ୟୁରେ ପ୍ରଭାସଙ୍କ ଦାଦା ନିଜେ କହିଥିଲେ କି ପ୍ରଭାସ ଏହି ବର୍ଷର ଶେଷରେ ଡିସେମ୍ବର ଭିତରେ ବିବାହ କରି ନେବେ ।