ମରିଗଲେ ବି ଘରର ଏହି ଦିଗରେ ଆଇନା କେବେ ମଧ୍ୟ ଲଗାନ୍ତୁ ନାହିଁ । ଦରିଦ୍ର ଆପଣଙ୍କ ପିଛା ଛାଡିବ ନାହିଁ ।

Spread the love

ଭଗବାନ ଏହି ସୁନ୍ଦର ଦୁନିଆ ତିଆରି କରିଛନ୍ତି । ଯାହାକୁ ଦେଖିବା ପାଇଁ ମନୁଷ୍ୟମାନଙ୍କୁ ସବୁଠାରୁ ମୂଲ୍ୟବାନ ଉପହାର ରୂପେ ଦୁଇଟି ଆଖି ଦେଇଛନ୍ତି । ଯାହା ଦ୍ୱାରା ଆମେ ସାରା ଦୁନିଆକୁ ଦେଖି ପାରୁଛେ । ଏହି ଆଖି ବିନା ଆମ ଜୀବନ ଅନ୍ଧକାରକ ହୋଇଯିବ । ଏହି ଆଖି ଭଳି ଅନ୍ୟ ଏକ ଜିନିଷ ଅଛି, ଯାହାକୁ ଆଇନା କୁହାଯାଏ । ଏହି ଆଇନାକୁ ସମସ୍ତେ ନିଜ ନିଜ ଘରମାନଙ୍କରେ ବ୍ୟବହାର କରିଥାନ୍ତି ।

ଆମେ ଆଖି ସାହାଯ୍ୟରେ ତ’ ସବୁକିଛି ଦେଖିପାରୁ କିନ୍ତୁ ନିଜକୁ କେବେ ବି ଦେଖି ପାରିବା ନାହିଁ । ଏହି ସମସ୍ୟାର ସମାଧାନ ପାଇଁ ଆଇନାକୁ ଖାସ୍ କରି ନିର୍ମାଣ କାଯାଇଥିଲା । ବାସ୍ତବରେ ଆଇନା ଆମ ସମସ୍ତଙ୍କ ଜୀବନ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ବସ୍ତୁ ହୋଇଯାଇଛି । ନିଜକୁ ସୁନ୍ଦର ଭାବରେ ସଜେଇବା ପାଇଁ ଏହାକୁ ବ୍ୟବହାର କରିଥାଉ ଓ ସଭିଁଙ୍କ ଘରେ ଛୋଟ ହେଉ ଅବା ବଡ଼, ଆଇନା ଦେଖିବାକୁ ମିଳିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି, ବସ୍ତୁଶାସ୍ତ୍ର ଅନୁସାରେ, ଆଇନାକୁ ଭୁଲ ଦିଗରେ ରଖିଲେ ଆପଣଙ୍କ ପାଇଁ ବହୁତ ବିପଦ ହୋଇପାରେ । ଏତେ ବିପଦ ହୋଇଥାଏ ଯେ, ଏହା ଆପଣଙ୍କ ଜୀବନକୁ ମଧ୍ୟ ନେଇ ଯାଇପାରେ । ବାସ୍ତବରେ ଆଇନା ନକରାତ୍ମକ ଉର୍ଜ୍ଜାକୁ ଟାଣି ନେଇଥାଏ ବୋଲି କୁହାଯାଏ । ତେଣୁ ବସ୍ତୁଶାସ୍ତ୍ର ଅନୁସାରେ ଆଇନାକୁ ଠିକ୍ ଦିଗ ଓ ଠିକ୍ ସ୍ଥାନରେ ରଖିବା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ । ନକରାତ୍ମକ ଉର୍ଜ୍ଜା ସାମ୍ନାରେ ରଖାଯାଇଥିବା ଆଇନା, ସେହି ଉର୍ଜ୍ଜାକୁ ନିଜ ଭିତରେ ଟାଣି ନେଇଯାଏ ଓ ଖରାପ ଶକ୍ତିରୁ ଆମକୁ ବଞ୍ଚାଇ ଥାଏ । ଯଦି ଆମେ ଆଇନାକୁ ସକାରାତ୍ମକ ଉର୍ଜ୍ଜା ଥିବା ଜାଗାରେ ରଖିଦେବା, ତେବେ ତାହା ସବୁ ସକାରାତ୍ମକ ଉର୍ଜ୍ଜାକୁ ଟାଣି ନେଇଯିବ । ଏଥି ଯୋଗୁଁ ବ୍ୟକ୍ତି ଭିନ୍ନ ଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ତେବେ ଆସନ୍ତୁ କେଉଁଠାରେ ଆଇନାକୁ ରଖିଲେ ବ୍ୟକ୍ତି ଉପରେ ବହୁତ ଖରାପ ପ୍ରଭାବ ପଡ଼ିଥାଏ ସେ ବିଷୟରେ ଆଜି ଆମେ ସମ୍ପୁର୍ଣରୂପେ ଜାଣିବା ।

● ଆଇନାକୁ ନିଜ ଶୟନ କକ୍ଷରେ ରଖିବା ଭଲ ନୁହେଁ । କାରଣ ସେଠାରେ ଶୋଇଥିବା ବ୍ୟକ୍ତିଟି ସେହି ଆଇନାରେ ଦେଖା ଯାଇଥାଏ । ଖାସ୍ କରି ରାତିରେ ଖଟ ଉପରେ ଶୋଇଥିବା ବ୍ୟକ୍ତିଟି ଆଇନାରେ ଦେଖାଯିବା, ଯାହା ଆଦୌ ଭଲ ନୁହେଁ । ତାହାକୁ ବହୁତ ଅଶୁଭ ବୋଲି ମାନିଥାନ୍ତି । ଯଦି ଏଭଳି ହୋଇଥାଏ, ତେବେ ସେହି ବ୍ୟକ୍ତିର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏଭଳି ସ୍ଥିତିରେ ଆଇନା ବ୍ୟକ୍ତିର ସବୁ ସକାରାତ୍ମକ ଉର୍ଜ୍ଜାକୁ ଟାଣି ନେଇଥାଏ ଓ ଶରୀର ବେମାର ହୋଇଯାଏ ।

● ଯଦି ଆଇନାରୁ ବାହାରୁ ଥିବା କିରଣ ଆପଣଙ୍କ ଶରୀରକୁ ନିରନ୍ତର ବାଜିଥାଏ ବା ସ୍ପର୍ଶ କରିଥାଏ, ତେବେ ଏହା ଆପଣଙ୍କ ଶରୀର ପାଇଁ ବହୁତ ବିପଦ ହୋଇଥାଏ । ଯାହାଦ୍ୱାରା ବଡ଼ ବେମାର ହୋଇଥାଏ ଓ ତାହା ଜୀବନ ସାରା ରହିଯାଏ । ଏଥି ଯୋଗୁଁ ତାର ମୃତ୍ୟୁର କାରଣ ମଧ୍ୟ ହୋଇପାରେ । ତେଣୁ କେବେ ମଧ୍ୟ ଆଇନାକୁ ନିଜ ଶୟନ କକ୍ଷରେ ରଖନ୍ତୁ ନାହିଁ ।

● ଘର କିମ୍ବା ଦୋକାନରେ ଯେଉଁଠି ଆପଣ ଟଙ୍କା ରଖୁଛନ୍ତି ଆଲମାରି ହେଉ କିମ୍ବା ସିନ୍ଧୁକ ହେଉ ତାର ବିପରୀତ ଦିଗରେ ଦର୍ପଣକୁ ରଖନ୍ତୁ । ଦର୍ପଣକୁ ଏହିଭଳି ଭାବରେ ରଖନ୍ତୁ ଯେମିତି ସେହି ଦର୍ପଣରେ ଆପଣଙ୍କର ଆଲମାରି କିମ୍ବା ସିନ୍ଧୁକ ଦେଖାଯାଉଥିବ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଘରେ ଓ ଦୋକାନରେ ଧନବୃଦ୍ଧି ହୋଇଥାଏ ।ଏହା ସଙ୍ଗେ ସଙ୍ଗେ ଘରର କିମ୍ବା ଦୋକନର ମୁଖ୍ୟ ଦ୍ଵାରରେ ଦର୍ପଣ ଲଗାନ୍ତୁ । ଏହା କରିବା ଦ୍ଵାରା ବାହାରର ଖରାପ ଦୃଷ୍ଟି ଶକ୍ତି ପ୍ରବେଶ କରି ପାରେ ନାହିଁ ।

● ଯଦି ଆପଣଙ୍କ ଘରର ପୁଅ କିମ୍ବା ଝିଅ ବିବାହ ଯୋଗ୍ୟ ଅଟନ୍ତି; ତେବେ ତାଙ୍କର କକ୍ଷର ସାମ୍ନାରେ ଦର୍ପଣ ରଖନ୍ତୁ ନାହିଁ । ଯଦି ଏହିଭଳି କରୁଛନ୍ତି; ତେବେ ସେମାନଙ୍କ ବିବାହରେ ବାଧା ସୃଷ୍ଟି ହୋଇପାରେ ।

● କେବେ ମଧ୍ୟ ଘରର ଟିଭି କିମ୍ଭା କମ୍ପ୍ୟୁଟର ସାମନାରେ ଦର୍ପଣ ରଖନ୍ତୁ ନାହିଁ । ଯଦି ଆପଣ ଏପରି କରନ୍ତି; ତେବେ ଆପଣଙ୍କ ଘରେ ସବୁବେଳେ ଝଗଡା ଲାଗି ରହିବ ଏବଂ ଆପଣଙ୍କର ମନ ଶାନ୍ତ ରହିବ ନାହିଁ ।