ଦୁଇ ଓଳି ଦୁଇଟା ରୁଟି ଖାଇବା ପାଇଁ ନ ଥିଲା, କଠିନ ପରିଶ୍ରମ ପରେ ଆଜି ଏହି ବ୍ୟକ୍ତି ହେଇ ପାରିଛନ୍ତି IAS

Spread the love

କେହି ଜଣେ ସତ କହିଛି ପରିଶ୍ରମ ଯେତେ ଅଧିକ କରିବ ସଫଳ ସେତେ ଶୀଘ୍ର ହେବ । ହେଇପାରେ ଏହି  ଡାଇଲଗ୍ ଫିଲ୍ମରେ ବହୁତ ଥର ଶୁଣିଥିବେ  କିନ୍ତୁ କାନପୁରର ଏହି କଲେକ୍ଟର/ ଜିଲ୍ଲାଧିକାରୀ ସୁରେନ୍ଦ୍ର ସିଂହ ଏହି  ଡାଇଲଗ୍ କୁ ସତ୍ୟର ରୂପରେଖ ଦେଇଛନ୍ତି  । ଗୋଟେ ସମୟ ଥିଲା ଯେବେ ତାଙ୍କୁ ଦୁଇ ଓଳି ଦୁଇପଟ ରୁଟି ଖାଇବାକୁ ମିଳୁ ନ ଥିଲା ।  ପଢା ଲେଖା ଜାଣି ନ ଥିବା ମାତା ପିତା ଯେମିତି ସେମିତି ବହୁତ କଷ୍ଟରେ ଘର ଚଳାଉ ଥିଲେ । କିନ୍ତୁ ବାସ୍ତବ ଜୀବନର ଅସୁବିଧା ସତ୍ତ୍ୱେ ବାପା, ମା  ବୁଝି ନେଇଥିଲେ ଯେ  ପିଲାକୁ ଯୋଗ୍ୟ ବନେଇବାର ଅଛି ।

ମାତା ପିତା କେବେ ବି ସ୍କୁଲ ଦୁଆର ମାଡି ନାହାନ୍ତି :-

ବାପା ଓ ମାଆ  ଯେତେବି ଗରିବ ହୋଇ ଥାନ୍ତୁ ନା କାହିଁକି ସବୁବେଳେ ନିଜର ପିଲାର ଇଚ୍ଛା ପୂରଣ କରିବା ପାଇଁ ତତତ୍ପର । ତଥାପି ଏହି ମାତା ପିତା ବହୁତ ସଂଘର୍ଷ କରି ନିଜର ପୁଅ ପାଇଁ ପଢିବାରେ କୌଣସି ଅବହେଳା କରି ନାହାନ୍ତି । ଯେବେ ସୈଦପୁର ଗାଁର ଏକ ଗରିବ କୃଷକ ମହେନ୍ଦ୍ର ସିଂହଙ୍କର ପରିବାରରେ 1982 ରେ ଜଣେ ପୁଅ ଜନ୍ମ ନେଲା ତ , ଖୁସିର ଭଣ୍ଡାର ତାଙ୍କ ଘରକୁ ଆସି ଯାଇ ଥିଲା । ପିତା ଖୁସିରେ ଖୁସିରେ କହିଥିଲେ ଯେ ମୋ ଘରକୁ କଲେକ୍ଟର ଆସିଛି । ଆଉ ଏହି କଥା ଶୁଣି କିଛି ଲୋକେ ହସି ପକେଇ ଥିଲେ । କୃଷକ ମହେନ୍ଦ୍ର ସିଂହଙ୍କର ଦୁଇ ପୁଅ ଥିଲେ ଜିତେନ୍ଦ୍ର ଓ ସୁରେନ୍ଦ୍ର ।

ପରିଶ୍ରମ ଏବେ ଫଳପ୍ରଦ ହେଲା:-

ଜିତେନ୍ଦ୍ର ପଢା ସରିବା ପରେ ଦିଲ୍ଲୀ ଗଲା ଯି ଏକି ଏବେ ମାଷ୍ଟର ହେଇ ସାରିଛି । କିନ୍ତୁ ସୁରେନ୍ଦ୍ର କୁ କିଛି ଆଉ କରିବାର ଥିଲା । ସୁରେନ୍ଦ୍ର 8ମ ପାସ କରି ଦିଲ୍ଲୀ ଯିବାକୁ ଚାହିଁଲା । ଆଉ ଭାଇ କହିବାରୁ ସେ ଆଗକୁ ପଢିବା ପାଇଁ ଦିଲ୍ଲୀ ପହଂଚି ଗଲା । ଆଉ ସେଠାରେ ସେ ଇଂଟର୍ମିଡିଏଟର ପଢ଼ା ଶେଷ କଲା । ଆପଣଙ୍କୁ କହି ଦେଉଛୁ ଯେ ସୁରେନ୍ଦ୍ର ପଢା ପଢିରେ ବହୁତ ତେଜ଼ ଥିଲେ । କଲେଜରେ ସେଇ ସମୟରେ ଭାଇ କହିବାରୁ ତୁରନ୍ତ ଯାଇ ଦିଲ୍ଲୀରେ ପହଂଚି ଗଲେ । 2005 ରେ ସେ ଦେଶର 21ତମ ନମ୍ବର ହାସଲ କରି ୟୁପିରେ ପ୍ରଥମ ନମ୍ବର ରେ ଆସିଲେ ଆଉ ତାଙ୍କର IAS ହେବାର ସ୍ୱପ୍ନ ପୁରା ହେଲା ।