ଏହି ଲୋକମାନଙ୍କ ପାଇଁ ଆଳୁ ବିଷତୁଲ୍ୟ ହୋଇଥାଏ !!

Spread the love

ଅଧିକ ଆଳୁ ଖାଉଥିବା ଲୋକମାନେ ହୋଇଯାନ୍ତୁ ସାବଧାନ ! କାରଣ ଆଳୁ ଯୋଗୁଁ ଅଧିକ କ୍ଷତି ହୋଇଥାଏ । ଦୁନିଆର ସବୁ ଲୋକମାନେ କେବଳ ନିଜ ପାଟିର ସ୍ୱାଦ ପାଇଁ ଦେଖିଥାନ୍ତି, କିନ୍ତୁ ନିଜକୁ ସୁସ୍ଥରେ ରଖିବାକୁ ଧ୍ୟାନ ଦେଇନଥାନ୍ତି । ଆଜିକାଲିର ବ୍ୟସ୍ତ ଜୀବନରେ ନିଜକୁ ସମୟ ଦେବା ସଭିଙ୍କ ପାଇଁ ସମ୍ଭବ ନୁହଁ । ଏହି ବ୍ୟସ୍ତ ଜୀବନରେ ଯୋଗ କରିବା, ବ୍ୟାୟାମ ଆଦି କରିବା, ଲୋକଙ୍କ ପାଇଁ ଏକ କଷ୍ଟସାଧ୍ୟ ହୋଇପଡିଛି । ତେଣୁ ସେମାନେ ଏଥିପ୍ରତି ଅଧିକ ଧ୍ୟାନ ଦେଇନଥାନ୍ତି ଓ ସବୁବେଳେ ଭଲ-ଭଲ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି ।

ତେଣୁ ନିଜକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି, ତେବେ କିଛି ଛାଡିବାକୁ ପଡ଼ିବ । ନଚେତ ଦିନେ ଏଭଳି ପରିସ୍ଥିତି ସୃଷ୍ଟି ହେବ, ଯାହା ଦ୍ଵାରା ଆପଣଙ୍କ ବ୍ୟାଙ୍କ ଖାତାରେ ଯେତେ ଟଙ୍କା ଥିଲେ ମଧ୍ୟ ତାହା କମ୍ ପଡିଯାଇପାରେ । କେଉଁ ଲୋକମାନଙ୍କ ପାଇଁ ଆଳୁ ଏକ ବିଷତୁଲ୍ୟ ଖାଦ୍ୟ ହୋଇଥାଏ, ସେ ବିଷୟରେ ଆଜି ଆମେ ସମ୍ପୁର୍ଣରୂପେ ଜାଣିବା ।

୧) ଏସିଡ଼ିଟି –

ଯେଉଁ ଲୋକମାନଙ୍କୁ ଏସିଡ଼ିଟିର ସମସ୍ୟା ଅଛି, ସେମାନେ ଆଳୁ ଖାଇବା ଉଚିତ ନୁହଁ । କାରଣ ପ୍ରତ୍ୟେକ ଦିନ ଆଳୁ ଖାଇଲେ ପେଟରେ ଏସିଡ଼ିଟି ଅଧିକ ହେବାକୁ ଲାଗିବ । ଯାହାକି ସ୍ୱାସ୍ଥ୍ୟ ପାଇଁ ଭଲ ନୁହଁ । କାରଣ ମନୁଷ୍ୟ ଶରୀରରେ ଏସିଡ଼ିଟିର ପରିମାଣ ଅଧିକ ହୋଇଗଲେ ଅନେକ ବେମାର ହେବାକୁ ଲାଗିବ ।

୨) ଉଚ୍ଚ ରକ୍ତଚାପ –

ଯଦି ଆପଣ ଉଚ୍ଚ ରକ୍ତଚାପରେ ପୀଡିତ, ତେବେ ଭାବିଚିନ୍ତି ଆଳୁ ଖାଆନ୍ତୁ । କାରଣ ଅନୁସନ୍ଧାଙ୍କ ଅନୁସାରେ ସପ୍ତାହରେ ୪ଥର ଆଳୁ ଖାଇଲେ ଉଚ୍ଚ ରକ୍ତଚାପ ବଢିଯାଇ ଥାଏ । ଯାହାକି ଆପଣଙ୍କ ଜୀବନ ପାଇଁ ବହୁତ କ୍ଷତିକାରକ ହୋଇପାରେ ।

୩) ମଧୁମେହ –

ମଧୁମେହରେ ପୀଡିତ ରୋଗୀଙ୍କୁ ଆଳୁ ଖାଇବାକୁ ସମ୍ପୁର୍ଣ ରୂପେ ମନା କରିବା ଉଚିତ । ଆପଣ ଆଳୁ ଖାଇବାରେ ନିୟନ୍ତ୍ରଣ କରିବା ଆବଶ୍ୟକ । ଆଳୁରେ ଗ୍ଲାଇଶୋମିକ୍ ଇଂଡ଼େକ୍ସ ଥାଏ, ଯାହାଦ୍ୱାରା ଶରୀରରେ ଗ୍ଲୁକୋଜ୍ ର ପରିମାଣ ବଢିଯାଇ ଥାଏ । ଏଥିପାଇଁ ମଧୁମେହ ହୋଇଥିବା ଲୋକମାନଙ୍କୁ ଆଳୁ ଖାଇବା ଉଚିତ ନୁହଁ ।

୪) ଓଜନ କମାଇବା –

ଯଦି ଆପଣ ନିଜ ଶରୀରର ଓଜନକୁ କମାଇବାକୁ ଚାହୁଁଛନ୍ତି; ତେବେ ଆଳୁ କେବେମଧ୍ୟ ଖାଆନ୍ତୁ ନାହିଁ । କାରଣ ଆଳୁରେ ଫେଟ୍ ଓ କ୍ୟାଲୋରୀ ଅଧିଲ ପରିମାଣରେ ଥାଏ ।