ପୋଷ୍ଟ ଅଫିସର ଏହି ସ୍ୱତନ୍ତ୍ର ସ୍କିମରେ ନିବେଶ କରନ୍ତୁ, ସଂଚୟ ଆକାଉଣ୍ଟରେ ମିଳିଥାଏ ଅଧିକ ସୁଧ

Spread the love

ଆଜିର ଦିନରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଚାହିଁଲେ ବି ଉଚିତ ପ୍ରକାରର ସଂଚୟ କରିପାରନ୍ତି ନାହିଁ । ସେମାନଙ୍କ ଅଧିକାଂଶ ଟଙ୍କା ପଇସା କିଛି ନା କିଛି କାରଣରୁ ଖର୍ଚ୍ଚ ହୋଇ ଯାଇଥାଏ । ଆଉ ସେମାନେ ଚିନ୍ତିତ ଥାନ୍ତି କି କେମିତି ନିଜ ଖର୍ଚ୍ଚରୁ କିଛି ଠିକ ଉପାୟରେ ସଞ୍ଚୟ କରିବି ?

ଯଦି ଆପଣଙ୍କର ବି ସମ୍ପୂର୍ଣ୍ଣ ରୋଜଗାର ଖର୍ଚ୍ଚ ହୋଇଯାଉଛି ଓ ଆପଣ ଠିକ ଭାବରେ ସଂଚୟ କରି ପାରୁନାଥାନ୍ତି ତୋ ଏହା ଆପଣଙ୍କ ପାଇଁ ଆଉ ଆପଣଙ୍କର ପରିବାର ପାଇଁ ବହୁତ ବିପଦ ସଂକେତ ଅଟେ । ଏହି କାରଣରୁ ଆପଣଙ୍କର ପରିବାର ଭବିଷ୍ୟତ ସମୟରେ କୌଣସିବି ବିପଦର ସାମ୍ନା କରିପାରନ୍ତି ।

ଅଳ୍ପ ବହୁତ କିଛି ନା କିଛି ସଂଚୟ କରିବା ପାଇଁ ବହୁତ ଲୋକ ବ୍ୟାଙ୍କ ଏକାଉଣ୍ଟରେ ଖୋଲିଥାନ୍ତି, ସଂଚୟ କରିବା ନିମନ୍ତେ ଅନେକ ପ୍ରକାର ସ୍କିମ ମଧ୍ୟ ରହିଛି । କିଛି ଲୋକ ସଞ୍ଚୟ କରିବା ପାଇଁ ଅନ୍ୟ କିଛି ସ୍କିମର ବିକଳ୍ପ ମଧ୍ୟ ଚୟନ କରିଥାନ୍ତି । କିନ୍ତୁ ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ କିଛି ଏମିତି ସ୍କିମ ଅଛି , ଯାହା ଦ୍ୱାରା ଆପଣ ଆପଣଙ୍କର ସଞ୍ଚୟ ଜମା ରାଶିର ଅଧିକା ଲାଭ ପାଇପାରିବେ, ତାହା ବି ବହୁତ ସୁରକ୍ଷିତ ଭାବରେ ।

ଏଥିପାଇଁ ଆପଣଙ୍କୁ ପୋଷ୍ଟ ଅଫିସର ଏକ ଛୋଟିଆ ସେଭିଙ୍ଗ ସ୍କିମ ଚୟନ କରିବାକୁ ପଡିବ, ଯେଉଁଠାରେ କି ସଞ୍ଚୟ ଖାତା ନିଜ ଶକ୍ତି ଅନୁସାରେ ଅଳ୍ପ ବହୁତ ଜମା ରଖି ତା’ଉପରେ ଭଲ ରିଟର୍ଣ୍ଣ ପାଇପାରିବେ । ସବୁଠାରୁ ଭଲ କଥା ଏହା ଯେ, ଏହି ସ୍କିମରେ ଆପଣ ମାସିକ 10 ଟଙ୍କା ବି ନିବେଶ କରି ପାରିବେ । ଚାଲନ୍ତୁ ଏହି ବିଷୟରେ ଜାଣିବା ।

ବ୍ୟାଙ୍କ ଠାରୁ ବେଶି ପୋଷ୍ଟ ଅଫିସରେ ସୁଦ୍ଧା ମିଳୁଛି :-

ଆମେ କଥା ହେଉଛୁ ପ୍ରଚଳିତ ସ୍ମଲ ସେଭିଙ୍ଗ ସ୍କିମ । ଆପଣ ସମସ୍ତେ ଜାଣିଥିବେ RD । RD ମାନେ ରେଙ୍କିଙ୍ଗ ଡିପୋଜିଟର, କେତେକ ବ୍ୟାଙ୍କରେ ଏହି RD ସ୍କିମ ଉପଲବ୍ଧ ରହିଛି । କିନ୍ତୁ ଏହି ସ୍କିମ ଉପରେ ପୋଷ୍ଟ ଅଫିସରେ ଅନ୍ୟ ବ୍ୟାଙ୍କ ତୁଳନାରେ ବେଶୀ ସୁଧ ମିଳୁଅଛି ।

ଯେଉଁଥି SBI, ଦେନା ବ୍ୟାଙ୍କ, ବ୍ୟାଙ୍କ ଅଫ ବରଦା, କେନେରା ବ୍ୟାଙ୍କ, ଇଲହାବାଦ ବ୍ୟାଙ୍କ, ଆଉ ଅନ୍ଧ୍ରାବ୍ୟାଙ୍କ, ୧ ବର୍ଷରୁ ୫ ବର୍ଷର RD ଉପରେ ୬.୫% ରୁ ୭% ସୁଧ ଦେଉଅଛି । କିନ୍ତୁ ପୋଷ୍ଟ ଅଫିସ ଏକା ବର୍ଷରୁ ୫ ବର୍ଷର RD ସ୍କିମ ଉପରେ ୭.୧% ସୁଧ ମିଳୁଅଛି ।

FDର ସୁଧା ସହ ସମାନ ସୁଧା ମିଳୁଛି RDରେ :-

ପୋଷ୍ଟ ଅଫିସରେ ଆପଣ ଛୋଟ ଜମା ରାଶିରେ ପ୍ରତି ମାସ ଡିପୋଜିଟ କରି FDରେ ଯେତିକି ସୁଧ ପାଇ ପାରିବେ, ରେଙ୍କିଙ୍ଗ ଡିପୋଜିଟ (RD) ସଞ୍ଚୟ ଖାତା ଉପରେ ଦୁଇ ଗୁଣା ସୁଧ ସହଜରେ ହାସଲ କରିପାରିବେ ।

ସଞ୍ଚୟ ଖାତା ଠାରୁ RD କେତେ ଅଲଗା ଅଟେ :-

ଯଦି ଆପଣ ପ୍ରତି ମାସ ସଞ୍ଚୟ ଖାତା ଆରଡ଼ିରେ 1 ହଜାର ଟଙ୍କା ଜମା କରନ୍ତି ତୋ 1 ବର୍ଷ ପରେ ଆପଣଙ୍କୁ ଦୁଇଟି ସ୍କିମରେ ମିଳୁଥିବା ରିଟର୍ଣ୍ଣରେ କେତେ ଅନ୍ତର ନିଜେ ଜାଣି ପାରିବେ ।

ସେଭିଙ୍ଗ ଏକାଉଣ୍ଟ:-

ଯଦି ଆପଣ ସେଭିଙ୍ଗ ଏକାଉଣ୍ଟରେ ପ୍ରତି ମାସ 10 ହଜାର ଟଙ୍କା ଜମା କରନ୍ତି ତେବେ ଆପଣଙ୍କୁ ଗୋଟେ ବର୍ଷରେ 1,20,000 ଟଙ୍କା ଜମା କରିବାକୁ ପଡିବ । ଆଉ ବର୍ଷକୁ 3.5% ମିଳୁ ଥିବା ସୁଧ ଅନୁସାରେ ଏକ ବର୍ଷରେ ଆପଣଙ୍କର 1,24,420 ଟଙ୍କା ହୋଇଯିବ । ଏହାର ମାନେ ଆପଣଙ୍କୁ ବର୍ଷରେ 4420 ଟଙ୍କା ଅତିରିକ୍ତ ପ୍ରାପ୍ତ ହେବ ।

RD:-

ଯଦି ଆପଣ RDରେ ପ୍ରତି ମାସ 10 ହଜାର ଟଙ୍କା ଜମା କରନ୍ତି ତେବେ ବର୍ଷରେ 1,20,000 ଟଙ୍କା ହେବ । ଆପଣଙ୍କୁ ପୋଷ୍ଟ ଅଫିସ RDରେ ବାର୍ଷିକ 7.1% ସୁଧ ଦେଇଥାଏ । ସେହି ହିସାବରେ ଆପଣଙ୍କର ଏକ ବର୍ଷରେ 1,28,520 ଟଙ୍କା ହୋଇଯିବ । ଏହାର ମାନେ ଆପଣଙ୍କୁ 8520 ଟଙ୍କା ଅତିରିକ୍ତ ମିଳିଲା । ଯଦି କମ୍ପାଉଣ୍ଡିଙ୍ଗ ଇଣ୍ଟରଭେଲ କୁଆର୍ଟରଲି ଅଟେ ତୋ ତଥାପି ଆପଣଙ୍କୁ ଏକ ବର୍ଷରେ 1,25,420 ଟଙ୍କା ମାନେ 5420 ଟଙ୍କା ଅଧିକ ମିଳିବ ।

RDରେ ଲାଭ କଣ :-

ରେକିଙ୍ଗ ଡିପୋଜିଟ ମାନେ RDର ଲକ ଇନ ଫିଚରସ ଅନୁସାରେ ଆରମ୍ଭ ଠାରୁ ଶେଷ ଯାଏଁ ସୁଧ ଦର ଏକ ସମାନ ରହିଥାଏ । ଆଉ ଡିପୋଜିଟ ଉପରେ ଇଣ୍ଟରେଷ୍ଟ ଦର ଆରମ୍ଭରେ ହିଁ ଲୋକ ଇନ ହୋଇ ଯାଇଥାଏ । ମାନେ ସୁଧ ଦର କମ୍ ହେଲେ ମଧ୍ୟ RDରେ ଲାଭ ହୋଇଥାଏ ।

ଜାଣିବା ପାଇଁ ବତେଇ ଦେଉଛୁ ଯେ RDରେ ଏକାଉଣ୍ଟ ଖୋଲିବା ସମୟରେ ଟାଇମ ପିରିୟଡ଼ ନିର୍ଦ୍ଧାରିତ ହୋଇଯାଇଥାଏ । ସମୟ ଅବଧି ଶେଷ ହେବା ପରେ ଆପଣଙ୍କୁ ସୁଧ ସମେତ ସବୁ ରାଶି ମିଳି ଯାଇଥାଏ ।

RDର ବିଶେଷତ୍ୱ ଏହା ଯେ, ଏଥିରେ ସୁଧ ନିର୍ଦ୍ଧିଷ୍ଟ ହେବା କାରଣରୁ ଆୟର ନିଶ୍ଚିତତା ରହିଥାଏ । ଆଉ ବ୍ୟାଙ୍କ ତରଫରୁ ଅଫର ମିଳିବାର ସମ୍ଭାବନା ବି ଥାଏ ।

ଏସବୁ ଛଡା RD 10 ବର୍ଷ ଯାଏଁ ହୋଇ ପାରି ଥାଏ । ଏହାକୁ ଲମ୍ବା ସମୟ ଯାଏଁ ଇନଭେସ୍ଟମେଣ୍ଟ ପ୍ଲାନ କରି ପାରିବେ ।

କେମିତି ଆରମ୍ଭ କରିବେ RD ?

ଆପଣଙ୍କୁ ଜଣାଇ ରଖୁଛୁ ଯେ, RD ଏକାଉଣ୍ଟ ପୋଷ୍ଟ ଅଫିସ, ବ୍ୟାଙ୍କ ଯାଇ କିମ୍ବା ଅନଲାଇନ ବି ଖୋଲା ଯାଇପାରିବ । ଆପଣ ଚାହିଁବେ ତୋ ମୋବାଇଲ ଆପ୍ଲିକେସନ ମାଧ୍ୟମରେ RD ଖୋଲି ପାରିବେ । ଯଦି ଆପଣ ପୋଷ୍ଟ ଅଫିସରେ RD ଖୋଲୁଛନ୍ତି ତେବେ ଚେକ ବା କେସ ଦେଇ ଆକାଉଣ୍ଟ ଖୋଲି ପାରିବେ ।

ଏତିକି ନୁହେଁ ଆପଣଙ୍କର ଏକାଉଣ୍ଟ ଏକ ପୋଷ୍ଟ ଅଫିସରୁ ଆଉ ଗୋଟେ ପୋଷ୍ଟ ଅଫିସକୁ ଟ୍ରାନ୍ସଫର ବି କରିପାରିବେ । ଏହା ଛଡା ଦୁଇ ଜଣ ପ୍ରାପ୍ତ ବୟସ୍କଙ୍କ ନାମରେ ବି ଜୋଏଣ୍ଟ ଏକାଉଣ୍ଟ ଖୋଲି ପାରିବେ । ଗୋଟିଏ କଥା ମନେ ରଖନ୍ତୁ ଯେ, RD ଏକାଉଣ୍ଟରେ 10 ହଜାର ରୁ ଅଧିକ ସୁଧ ମିଳିଲେ ତାହା ଟେକସବୁଲ ହୋଇ ଥାଏ ।