ପୋଲିସ କହିଛି ପୁରା କାହାଣୀ, କେବେ ଏବଂ କିପରି ପତ୍ନୀ ରୋହିତ ଶେଖରଙ୍କ ହତ୍ୟା କରିଥିଲେ ।

Spread the love

ରୋହିତ ଶେଖର ହତ୍ୟା ଘଟଣାର ଯାଞ୍ଚ କରୁଥିବା ପୋଲିସ ବୁଧବାର ଦିନ ପତ୍ନୀ ଅପୂର୍ବାଙ୍କୁ ଦକ୍ଷିଣ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରିଛି । ଅତିରିକ୍ତ ପୋଲିସ ଆୟୁକ୍ତ ରାଜୀବ ରଞ୍ଜନ କହିଛନ୍ତି, ବୈଜ୍ଞାନିକ ପ୍ରମାଣ ଏବଂ ଏଫ.ଏସ୍.ଏଲ୍ ରିପୋର୍ଟ ଅନୁସାରେ ଆମେ ଅପୂର୍ବାଙ୍କୁ ଗିରଫ କରିଛୁ । ସେ ନିଜ ପତିଙ୍କ ହତ୍ୟା କରିଥିବା କଥାକୁ ସ୍ଵୀକାର କରିଛନ୍ତି । ଏହାର କାରଣ କହିବା ପାଇଁ ଯାଇ ଅପୂର୍ବା କହିଛନ୍ତି, ସେ ନିଜ ବୈବାହିକ ଜୀବନରେ ଖୁସି ନ ଥିବା କାରଣରୁ ଏହି ହତ୍ୟା କରିଥିଲେ । ଅଧିକାରୀ କହିଛନ୍ତି; ଘଟଣାର ପ୍ରାରମ୍ଭରେ ଅପୂର୍ବା କ୍ରାଇମ ବ୍ରାଞ୍ଚକୁ ଭଟକାଇବା ପାଇଁ ଚେଷ୍ଠା କରିଥିଲେ । ବର୍ତମାନ ଅପୂର୍ବାଙ୍କୁ ୨ ଦିନ ପୋଲିସ ରିମାଣ୍ଡରେ ପଠାଇ ଦେଇଛି ।

ସେ କହିଛନ୍ତି, ଏପ୍ରିଲ ୧୬ ତାରିଖ ଦିନ ରୋହିତଙ୍କ କକ୍ଷରେ ପଶି ହତ୍ୟା ଘଟାଇଥିଲେ । ପରେ ସେ ହତ୍ୟାର ପ୍ରମାଣ ଗୁଡିକୁ ନଷ୍ଟ କରି ଦେଇଥିଲେ । ଦେଢ ଘଣ୍ଟା ମଧ୍ୟରେ ସବୁ ଘଟଣା ଘାଟି ଯାଇଥିଲା । ପୋଲିସ ଅନୁସାରେ ରାତ୍ର ଭୋଜନ ପରେ ତାଙ୍କ ମାଆ ଏବଂ ସମ୍ପର୍କୀୟ ତାଙ୍କର ତିଳକ ଲେନ୍ ବଙ୍ଗଲାକୁ ଚାଲି ଯାଇଥିଲେ । ଏହା ପରେ ତାଙ୍କର ସାବତ ଭାଇ ଚାଲି ଯାଇଥିଲେ ଏବଂ ଘରର ଚାକରମାନେ ମଧ୍ୟ ଶୋଇବା ପାଇଁ ଚାଲି ଯାଇଥିଲେ । ତା’ପର ଦିନ ଭୋର ୪ଟା ସମୟରେ ଚାକର ଦେଖିଥିଲା ରୋହିତ ଶେଖରଙ୍କ ନାକରୁ ରକ୍ତ ବୋହୁଛି ଏବଂ ସେ କୌଣସି ପାଟିତୁଣ୍ଡ କରୁ ନାହାନ୍ତି । ଡାକ୍ତରଖାନା ନିଆ ଯାଇଥିଲା ସେଠାରେ ଡାକ୍ତର ରୋହିତଙ୍କୁ ମୃତ ଘୋଷିତ କରିଥିଲେ ।

ଶବ ବ୍ୟବଛେଦ ପରେ ହତ୍ୟା ସମ୍ବନ୍ଧରେ ଘଟଣା ସାମ୍ନାନୁ ଆସିଥିଲା । କ୍ରାଇମବ୍ରାଞ୍ଚ କହିଛି; ଶବ ବ୍ୟବଛେଦ ଅନୁସାରେ ରୋହିତଙ୍କ ମୁହଁ, ହାତ ଏବଂ ଗଳା ଦବାଇବା କାରଣରୁ ମୃତ୍ୟୁ ହୋଇଯାଇଛି । ଚାରି ଦିନର କଠିନ ପରିଶ୍ରମ ଫଳରେ ପ୍ରାୟ ଲୋକଙ୍କୁ ଅନେକ ପ୍ରଶ୍ନ ପଚରା ଯାଇଥିଲା । ପରେ ଯାଞ୍ଚରେ ସ୍ପଷ୍ଠ ହୋଇଥିଲା ରୋହିତଙ୍କ ପତ୍ନୀ ଅପୂର୍ବା ତିଵାରୀ ରୋହିତଙ୍କ ହତ୍ୟା କରିଛି । ପଚରା ଯିବା ସମୟରେ ଅପୂର୍ବା କହିଛନ୍ତି; ଦିନେ ରାତିରେ ରୋହିତ ଘରକୁ ନ ଆସିବା କାରଣରୁ ମୁଁ ରୋହିତଙ୍କୁ whatsaapରେ ଭିଡିଓ କଲ କରିଥିଲି । ଭିଡିଓ କଲ୍ ସମୟରେ ରୋହିତଙ୍କ ସହ ତାଙ୍କର ବାନ୍ଧବୀ ଥିଲେ ଏବଂ ଦୁହେଁ ମଦ ପିଉଥିଲେ । ପୋଲିସ ଅନୁସାରେ ଅପୂର୍ବା ପୂର୍ବ ଯୋଜନା ମୁତବକ ହତ୍ୟା କରି ନାହାନ୍ତି କିନ୍ତୁ ବୈବାହିକ ଜୀବନ ଅଶାନ୍ତି ପୂର୍ଣ ହୋଇଥିବା କାରଣରୁ ହତ୍ୟା କରା ଯାଇଛି ।