ପୋଲିସମାନଙ୍କ ପୋଷାକ ଖାକି ରଙ୍ଗ କାହିଁକି ?

Spread the love

ପୋଲିସ ଆମ ପାଇଁ ଦିନ ରାତି ଏମିତି କି ପର୍ବ ପର୍ବାଣୀ ମାନଙ୍କରେ ମଧ୍ୟ ନିଜ ନିଜ କର୍ତ୍ତବ୍ୟ କରୁଥାନ୍ତି । ପୋଲିସ ଯଦି ଅଛନ୍ତି ତା’ହାଲେ ଆମେ ସୁରକ୍ଷିତ ଅଛୁ ।ପୋଲିସମାନଙ୍କ ଗୋଟିଏ ଖାସ୍ ପରିଚିତ ରହିଅଛି ଯାହା ହୋଉଛି ତାଙ୍କ ପୋଷକ, ଯାହାକି ଖାକି ରଙ୍ଗର ହୋଇଥାଏ । ଯାହା ଫଳରେ ଦୂରରୁ ଦେଖିଲେ ମଧ୍ୟ ସହଜରେ ଜାଣି ହୁଏ । କିଛି ରାଜ୍ୟମାନଙ୍କରେ ଖାକି ରଙ୍ଗ ଠୁ ଟିକେ ହାଲକା ଏବଂ ଗଭୀର ରଙ୍ଗ ମଧ୍ୟ ପୋଷକ ହୋଇଥାଏ କିନ୍ତୁ ଏହା ମଧ୍ୟ ଖାକି ସହ ସମତୁଲ୍ୟ ହୋଇଥାଏ । କିନ୍ତୁ ଆପଣ କେବେ ଏମିତି ଭାବିଛନ୍ତି କି ଭାରତୀୟ ପୋଲିସମାନଙ୍କ ପୋଷକ ଖାକି ରଙ୍ଗ ହୋଇଛି କାହିଁକି ?ଖକୀ ରଙ୍ଗ ବ୍ୟତୀତ ଅନ୍ୟ କିଛି ରଙ୍ଗ ହୋଇନାହିଁ କାହିଁକି ?

ବାସ୍ତବରେ ଏହା ପଛରେ ମଧ୍ୟ ଏକ କାହାଣୀ ରହିଛି, ଯାହା କାରଣରୁ ପୋଲିସର ପୋଷାକ ଖାକି ରଙ୍ଗକୁ ଚୟନ କରାଗଲା ଓ ଯାହାକି ଆଜି ପର୍ଯ୍ୟନ୍ତ ଚାଲି ଆସୁଛି । ତ ଆସନ୍ତୁ ଜାଣିବା କ’ଣ ପାଇଁ ପୋଲିସ ପୋଷାକ ଖାକି ରଙ୍ଗ ? 1907 ମସିହା ଯେତେବେଳେ ବ୍ରିଟିଶ ସରକାର ହୁକୁମ ଥିଲା ଓ ପୋଲିସ ପ୍ରଶାସନ ମଧ୍ୟ ବ୍ରିଟିଶ ସରକାର ପରିଚାଳନା କରୁଥିଲେ, ସେହି ସମୟରେ ପୋଷାକର ରଙ୍ଗ ଧଳା ହୋଇଥିଲା ଏବଂ ଧଳା ହୋଇଥିବା କାରଣରୁ ଶୀଘ୍ର ଖରାପ ମଇଳା ନଜର ଆସୁଥିଲା ଏବଂ ସେହି ସମସ୍ୟାର ନିବାରଣ ପାଇଁ ବ୍ରିଟିଶ ସରକାରଙ୍କ ସୈନ୍ୟମାନେ ନିଜେ ଅଲଗା ଅଲଗା ପୋଷାକର ରଙ୍ଗ ବଦଳି ଆସୁଥିଲେ ଯାହାଫଳରେ ସେହି ପୋଷାକ ଖରାପ ନ ଦେଖା ଯିବ । 1907ରେ ବ୍ରିଟିଶ ସରକାର ଭାରତୀୟ ପୋଲିସ ଗଠନ କରିଥିଲେ ।

ବ୍ରିଟିଶ ସରକାର ପୁଣି ଏକ ଖାକ ନାମକ ଏକ ରଙ୍ଗ ପ୍ରସ୍ତୁତ କରିଲେ ଯାହା ଉପରେ ଧୂଳି ମାଟି ଠିକ ଭାବେ ଦେଖା ଯିବା ନାହିଁ ଏବଂ ଏହା ପରେ ଖାକି ରଙ୍ଗର ପୋଷାକକୁ official ଭାବରେ ଭାରତୀୟ ପୋଲିସକୁ ପରିଧାନ କରିବା ପାଇଁ ସ୍ଥିର କରାଯାଇଥିଲା ।

କଲିକତା ପୋଲିସଙ୍କ ପୋଷକ କଣ ପାଇଁ ଧଳା ଅଟେ ?

ଏମିତିରେ ଭାରତୀୟରେ ସମସ୍ତ ରାଜ୍ୟ ଓ ସହରମାନଙ୍କରେ ପୋଲିସ ପୋଷାକ ଖାକି ରଙ୍ଗ ଅଟେ କିନ୍ତୁ ଆପଣ ଦେଖିଥିବେ କେବଳ କଲିକତା ହିଁ ଏକ ସହରରେ ଯେଉଁଠି ପୋଲିସ ପୋଷାକର ରଙ୍ଗ ଧଳା ଅଟେ । ଆପଣଙ୍କ ମନରେ ଏକ ପ୍ରଶ୍ନ ସୃଷ୍ଟି ହୋଉଛି କି, କଲିକତା ସହରର ପୋଲିସମାନେ କାହିଁକି ଧଳା ରଙ୍ଗର ପୋଷାକ ପରିଧାନ କରନ୍ତି ?

ବାସ୍ତବରେ 1720 ମସିହାରେ କୋଲକତାରେ ଖାସ କରି ଜନତାଙ୍କ ସୁରକ୍ଷା ଓ ଅପରାଧକୁ ରୋକିବା ପାଇଁ ପୋଲିସକୁ ନିଯୁକ୍ତି କରାଯାଇଥିଲା । ଯାହାକି ଜମିଦାରୀ ଅନ୍ତର୍ଗତରେ ଆସୁଥିଲେ । ସେହି ସମୟରେ କଲିକତା ପୋଲିସଙ୍କ ପୋଷାକ ଧଳା ରଙ୍ଗ ରହିଥିଲା ସେଇଥିପାଇଁ ପୋଲିସ ଫୋର୍ସକୁ ଆଜି ମଧ୍ୟ କଲିକତା ଇତିହାସର ଏକ ଭାଗ ଭାବରେ ମାନି ନିଆଯାଇଛି । ସମୟ ବଦଳିବା ପରେ ପୋଲିସମାନଙ୍କ post ମଧ୍ୟ ବଦଳିବାରେ ଲାଗିଲା କିନ୍ତୁ ଆଜି ପର୍ଯ୍ୟନ୍ତ ମଧ୍ୟ ପୋଲିସମାନଙ୍କ ନିୟମରେ କିଛି ପରିବର୍ତ୍ତନ ଆସିଛି କିନ୍ତୁ ପୋଷାକ ଆଜି ପର୍ଯ୍ୟନ୍ତ ବଦଳି କରାଯାଇ ନାହି ।

ଆପଣଙ୍କୁ କହିଦଉଛୁ ଯେ କେବଳ କଲିକତା ରେ ହିଁ ପୋଲିସ ମାନଙ୍କ ପୋଷାକ ଧଳା ରଙ୍ଗ ଅଟେ କିନ୍ତୁ ପୁରା west bengalରେ ପୋଲିସମାନଙ୍କ ପୋଷାକ ଖାକି ରଙ୍ଗ ଅଟେ ।