ପୁଲିସ ଅଫିସର ଏହିପରି ଭାବରେ ୨୧ ଦିନର ଛୁଆଟିର ଜୀବନ ବଞ୍ଚାଇଛନ୍ତି, ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଦେଖନ୍ତୁ ।

Spread the love

ବ୍ରାଜିଲର ଦୁଇ ଜଣ ପୁଲିସ ଅଫିସର ଜଣେ ୨୧ ଦିନର ଗୋଟିଏ ଛୁଆର ଜୀବନ ବଞ୍ଚାଇଛନ୍ତି । ବର୍ତ୍ତମାନ ଏହି ଦୁଇ ପୋଲିସ ଅଫିସର ସିସିଆଲ ମିଡିଆରେ ଖୁବ୍ ନାମ କମାଉଛନ୍ତି । ଲୋକେ ଏହି ଦୁଇ ପୋଲିସ ଅଫିସରଙ୍କୁ ହୀରୋ ନାମରେ ସମ୍ବନ୍ଧିତ କରୁଛନ୍ତି । ଏହି ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆମ୍ଭେମାନେ ପୁଲିସ ବାଲାଙ୍କ ଉଭୟ ଭଲ ଏବଂ ଖରାପ ଗୁଣ ବିଷୟରେ ଜାଣିଛୁ । କିନ୍ତୁ ଆଜିର ଏହି ଘଟଣାରେ ଏହିପରି ଦୁଇ ପୋଲିସ ଅଫିସରଙ୍କ ବିଷୟରେ କହିବୁ; ଯେଉଁମାନେ ନିଜ ଡିୟୁଟିରେ ଥାଇ ଏକ ନିରୀହ ୨୧ ଦିନର ଛୁଆର ଜୀବନ ବଞ୍ଚାଇ ମଣିଷତ୍ଵର ପରିଚୟ ଦେଇଛନ୍ତି । ସୋସିଆଲ ମିଡିଆରେ ଏହି ଦୁଇ ପୋଲିସ ଅଫିସରଙ୍କୁ ଲୋକେ ଅଜସ୍ର ପ୍ରଶଂସା କରିବାରେ ଲାଗିଛନ୍ତି ।

୨୧ ଦିନର ଛୁଆଟିର ମତାପିତା ଗମ୍ଭୀର ଅବସ୍ଥାରେ “ସାଫ ପାଉଲୋ ମାରିଲିଆ” କ୍ଷେତ୍ରର ପୋଲିସ ଥାନାକୁ ନେଇ ଆସିଥିଲେ । ଛୁଆଟି ପୁରା ପୁରୀ ବେହୋସ ହୋଇ ପଡିଥିଲା ଓ ପିତାମାତା କହିଥିଲେ କ୍ଷୀର ପିଇବା ପରେ ଛୁଆଟି ନିଶ୍ଵାସ ଠିକରେ ନେଇ ପାରୁନଥିଲା । ପିଲାଟିକୁ ଦେଖିବା ପରେ ୯ମ ମିଲିଟାରୀ ପୋଲିସ ବାଟାଲିୟାନର ହେଡ କନେଷ୍ଟବଳ ରୂପେ କାର୍ଯ୍ୟରତ ଦୁଇ ଜଣ ପୋଲିସ ଅଫିସର ପିଲାଟିକୁ ବଞ୍ଚାଇବା ପାଇଁ ପହଞ୍ଚି ଯାଇଥିଲେ । ପିଲାଟି ନୀଳ ରଙ୍ଗରେ ପରିଣତ ହେଉଥିବାର ଦେଖି ମାଆ ଚିନ୍ତାରେ ପଡି ଯାଇଥିଲେ ।

ଦୁଇ ସାହସୀ ପୋଲିସ ଅଫିସର ପିଲାଟିକୁ ସିପିଆର ଏବଂ ମୁହଁ ମାଧ୍ୟମରେ ନିଶ୍ଵାସ ଦେଇ ବଞ୍ଚାଇ ଥିଲେ । ପିଲାଟିର ନିଶ୍ଵାସ ନଳୀରେ ଅଟକି ରହିଥିବା କ୍ଷୀର ବାହାରକୁ ବାହାରି ଆସିଥିଲା ଏବଂ ପିଲାଟିର ରଙ୍ଗରେ ପରିବର୍ତନ ଚାଲି ଆସିଥିଲା । ଏହି ପୁରା ଘଟଣାର ଭିଡିଓ ପୋଲିସ ଥାନାର ସିସି ଟିଭିରେ ରେକର୍ଡ ହୋଇ ଯାଇଥିଲା । ବର୍ତ୍ତମାନ ଏହି ପୁରା ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫେସବୁକରେ ଏହି ଭିଡିଓଟିକୁ ୩ ମିଲିୟମରୁ ଅଧିକ ୟୁଜର ଦେଖି ସାରିଲେଣି ।

ପୋଲିସ ଡିପାର୍ଟମେଣ୍ଟ ଅନୁସାରେ; ଏହି ପୋଲିସ ଅଫିସର ଦୁଇ ଜଣଙ୍କ ନାମ ହେଉଛି ରେନାଟୋ ଏବଂ ରାବଂଶ । ଭିଡିଓଟି ଦେଖନ୍ତୁ ।