ବିବାହ ବେଦି ଉପରେ ବରକୁ ବାନ୍ଧି କରିବା ପାଇଁ ପୁଲିସ ଆସିଥିଲେ ଏହା ପରେ କନ୍ୟା କିଛି ଏମିତି କରିଥିଲେ ……..

Spread the love

ବିବାହ ଚାଲିଥିଲା, ବର କନ୍ୟା ମନ୍ଦିରରେ ବସିଥିଲେ, ବିବାହକାର୍ଯ୍ୟ ଧୂମଧାମ୍ ରେ ଚାଲିଥିଲା । ସଂଗୀତର ତାଳେ ତାଳେ ବିବାହର ମଜା ମଧ୍ୟ ନେଉଥିଲେ, ଉପସ୍ଥିତ ଥିବା ଅତିଥିଗଣ । କିନ୍ତୁ ହଠାତ୍ ପୁଲିସ ସେଠାରେ ପହଞ୍ଚିଥିଲା ଓ ପୋଲିସକୁ ଦେଖି ବର ସେଠାରୁ କୌଶଳ କ୍ରମରେ ଫେରାର ହୋଇଯାଇଥିଲା । ପରେ ପରେ ବରର ପରିଜନମାନେ ମଧ୍ୟ ଉଭାନ ହୋଇଯାଇଥିଲେ, ପରେ ପୁରା ବରଯାତ୍ରୀ ଉଭାନ ହୋଇଯାଇଥିଲେ । କେବଳ ବିବାହ ମଣ୍ଡପରେ ଥିଲ କନ୍ୟା ! ସେ ଜିଦ ଧରି ବସିଥିଲେ ଯେମିତି ବି ହେଉ ସେ ବିବାହ କରିବେ । ପରେ ପୋଲିସ ବହୁତ ଚେଷ୍ଟା କରି କନ୍ୟାଙ୍କୁ ବୁଝାଇ ସୁଝାଇ ଘଟଣାକୁ ଥଣ୍ଡା କରିଥିଲେ । ଦେଖିବାକୁ ଗଲେ ଏହି ପୁରା ଘଟଣାଟି ବାଲ୍ୟ ବିବାହ ସହ ଜଡିତ ଅଟେ ।

ମହଫୁଜ୍ ସଂସ୍ଥାର କ୍ଷେତ୍ରୀୟ ସଂପ୍ରଦାୟର ନରେଶ ପାରସ କହିଛନ୍ତି, ଯେତେବେଳେ ମୋତେ ସୂଚନା ମିଳିଲା ୧୩ ବୟସର ଝିଅଟିର ବିବାହ ଯୋର ଜବରଦସ୍ତିରେ କରାଯାଉଛି, ପ୍ରଥମେ ମୋତେ ଏହି ସୂଚନାଟି ମିଛ ଲାଗିଥିଲା; କିନ୍ତୁ ମୁଁ ଯେତେବେଳେ ଘଟଣାର ମୂଳରେ ପହଞ୍ଚିଥିଲି, ମୋତେ ଜଣା ପଡିଥିଲା ଘଟଣାଟି ସତ୍ୟ ଅଟେ । ଜାଣିବା ପରେ ମୁଁ ବାଲ୍ୟ ବିବାହ ରୋକିବା ପାଇଁ ପୋଲିସ ମୁଖ୍ୟାଳୟ, ଆଗ୍ରା ପୁଲିସ, ବାଳ ଆୟୋଗ ଓ ମହିଳା କଲ୍ୟାଣ ସଂସ୍ଥାକୁ ଟୁଇଟ୍ କରି ଏହି ବିବାହର ଗୋଟିଏ ଭିଡିଓ ଦେଖାଇଥିଲି ।

ସେହି ଭିଡିଓରେ ଝିଅଟିର ମାଆ କହିଛନ୍ତି, “ବାକି ଟଙ୍କା ସୁଝି ପରିଲି ନାହି ବୋଲି ସେମାନେ ଯୋର ଜବରଦସ୍ତିରେ ମୋ ଝିଅ ସହ ବିବାହ କରିବାକୁ ଚାହୁଁଛନ୍ତି” ! ଏହା ପରେ ଏଡିଜି ପୋଲିସ, ମୁଖ୍ୟାଳୟକୁ ଆଦେଶ ଦେଇଛନ୍ତି ଯଥା ଶୀଘ୍ର ଏହି ବିବାହକୁ ବନ୍ଦ କରିବା ପାଇଁ । ଆଦେଶ ପାଇବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଯେତେବେଳେ ନରେଶ ପାରସ ଘଟଣା ସ୍ଥଳରେ ପହଞ୍ଚିଲେ ସେ ଦେଖିଲେ, ବିବାହ ଚାଲିଛି ଏହି ସମୟରେ ପୁଲିସକୁ ଦେଖି ବର ଫେରାର ହୋଇଗଲା, ପରେ ପରେ ବରର ପରିଜନମାନେ ମଧ୍ୟ ଉଭାନ ହୋଇଯାଇଥିଲେ ଏବଂ ବରଯାତ୍ରୀ ମଧ୍ୟ ଧିରେ ଧିରେ ଉଭାନ ହୋଇଯାଇଥିଲେ । ଯେତେବେଳେ ଝିଅ ସହ କଥା ହୋଇଥିଲା, ସେହି ସମୟରେ ଝିଅ ନିଜକୁ ନାବାଳିକା କହିଥିଲା ଓ ବିବାହ କରିବାକୁ ଜିଦ ଧରି ବସିଥିଲା । ଯେତେବେଳେ ରାଶାନ କାର୍ଡ ଦେଖାଗଲା ଜଣାପଡିଥିଲା, ସେ ଝିଅର ବୟସ ୧୬ ଅଟେ ଓ ଝିଅଟି ନିଜ ଇଛାନୁସାରେ ସେହି ପୁଅଟି ସହ ବିବାହ କରିବାକୁ ଚାହୁଁଛି । ଏହା ପରେ ଝିଅଟିକୁ ପୁଲିସ ବୁଝାଇଥିଲେ ଓ ପରିସ୍ଥିତିକୁ ସମ୍ଭାଳି ନେଇଥିଲେ ।

ଏହାପରେ ପୁଲିସ ନାବାଳିକା ଝିଅଟିକୁ ଥାନାକୁ ନେଇ ଆସିଥିଲେ ଏବଂ ଝିଅଟିକୁ ଏଣ୍ଟି କ୍ରେକର ଆଶା ଜ୍ୟୋତି କେନ୍ଦ୍ରରେ ଆଶ୍ରୟ ଦିଆଯାଇଛି । ସେହି ଠାରେ ଝିଅଟିର counciling କରାଯାଇ ପରେ ବାଳ କଲ୍ୟାଣ ସମିତିକୁ ହସ୍ତାନ୍ତର କରାଯିବ ।