ବିବାହରେ ହଳଦୀ ଲଗାଇବା ପରମ୍ପରା ଚାଲୁଥିବା ସମୟରେ ପୋଲିସ ବରକୁ ଗିରଫ କରିଥିଲା । ପରେ ଛୋଟ ଭାଇ ସହ କନ୍ୟାର ବିବାହ ହେବ ।

Spread the love

ବରକୁ ତାର ହଳଦୀ ଲଗାଇବା ପରମ୍ପରାରୁ ଉଠାଇ ଥାନାକୁ ନେଇଯାଇ ଥିଲେ ପୋଲିସ ।

ମଧ୍ୟପ୍ରଦେଶରେ ଜଣେ ବର ବିବାହର ହଳଦୀ ଲଗାଇବା ପରମ୍ପରା ଚାଲୁଥିବା ସମୟରେ ପୋଲିସ, ଥାନାକୁ ନେଇ କାରାଦଣ୍ଡ ରଖିଛି । ପରେ ପରିବାର ଲୋକେ ବରର ଛୋଟ ଭାଇ ସହ କନ୍ୟାର ବିବାହ କରିବା ପାଇଁ ସ୍ଥିର କରିଥିଲେ । ଏହି ଅଜବ ଘଟଣା ଘଟିଛି ମଧ୍ୟପ୍ରଦେଶରେ ରାହୁଥିବା ଶିଵନୀ ମାଲବା ସହ । ୨୨ ବର୍ଷୀୟ ରାହୁଲର ବିବାହ ୨୨ ଏପ୍ରିଲରେ ହେବାର ଥିଲା । ଘରେ ବିବାହ ପାଇଁ ପ୍ରସ୍ତୁତି ଏବଂ ବିବାହର ପରମ୍ପରା ଚାଲିଥିଲା । ବିବାହର ଦୁଇ ଦିନ ପୂର୍ବ ରାହୁଲର ପ୍ରେମିକା ପୋଲିସ ନେଇ ରାହୁଲ ଘରକୁ ଆସିଥିଲା ଏବଂ ପୋଲିସ ରାହୁଳକୁ ଗିରଫ କରିଥଲେ ।

ପୁରା ଘଟଣା କଣ ଅଟେ :

ରାହୁଲର ସମ୍ପର୍କ ନିଜ ଅଚଂଳରେ ଏକ ଝିଅ ସହ ଚାଲୁଥିଲା । କିନ୍ତୁ ରାହୁଲ ସେହି ଝିଅ ସହ ବିବାହ କରିବା ପାଇଁ ମନା କରିଦେଇ ଥିଲା । ପରେ ରାହୁଲର ପରିବାର ରାହୁଲର ବିବାହ ଖେଡିପୁରରେ ସ୍ଥିର କରିଥିଲେ । ରାହୁଲର ବିବାହ ୨୨ ଏପ୍ରିଲରେ ହେବାର ଥିଲା ଏବଂ ବିବାହର ସମସ୍ତ ପରମ୍ପରା ଚାଲୁଥିଲା । ଶନିବାର ଦିନ ରାହୁଲର ହଳଦୀର ପରମ୍ପରା ଚାଲୁଥିଲା, ସେହି ସମୟରେ ରାହୁଲର ପ୍ରେମିକା ପୋଲିସ ନେଇ ପହଂଚି ଥିଲା । ଯାହାପରେ ରାହୁଲ ଗିରଫ ହୋଇ ଥାନାକୁ ଯାଇଥିଲା ।

ରାହୁଲର ପ୍ରେମିକା ପୋଲିସରେ ମାମଲା ବିଷୟରେ ଜଣାଇଥିଲେ ଯେ, ରାହୁଲ ବିବାହ କରିବା ପାଇଁ କହି ମଧ୍ୟ ମୋ ସହ ବିବାହ ନକରି ଅନ୍ୟତ୍ର ବିବାହ କରିଥିଲେ । ପ୍ରେମିକାର ଆରୋପ ପରେ ପୋଲିସ ରାହୁଲ ବିରୁଦ୍ଧରେ କେସ ରଜ୍ଜୁ କରିଥିଲା ଏବଂ ରାହୁଲକୁ ଗିରଫ କରି ଥାନାକୁ ନେଇଥିଲା । ପୋଲିସ ରାହୁଲକୁ ନିଜ ପ୍ରେମିକା ସହ ବିବାହ କରିବା ପାଇଁ ପରାମର୍ଶ ଦେଇଥିଲେ କିନ୍ତୁ ଏହି କଥାରେ ରାହୁଲ ରାଜି ହୋଇନଥିଲା । ଯାହାଫଳରେ ପୋଲିସ ରାହୁଲକୁ ଗିରଫ କରି ଜେଲ୍ ରେ ଭର୍ତ୍ତି କରିଛି ।

ବର୍ତ୍ତମାନ ରାହୁଲର ଛୋଡଭାଇ ବର ହେବ :

ଘରକୁ ବଦନାମରୁ ବଞ୍ଚିବାକୁ ଯାଇ ରାହୁଲର ପରିବାର କନ୍ୟାର ବିବାହ ରାହୁଲର ଛୋଟ ଭାଇ ସହ ସ୍ଥିର କରି ଦେଇଥିଲେ । ବିବାହ ପୂର୍ବରୁ ତରୁଣ ଏବଂ କନ୍ୟାର ଭେଟ କରାଯାଇଥିଲା । ଏହି ଭେଟ ପରେ ଦୁହେଁ ବିବାହ ପାଇଁ ରାଜି ହୋଉଥିଲେ । ଏହା ପରେ ଦୁହିଁଙ୍କ ବିବାହ ୨୨ ଏପ୍ରିଲରେ ବିବାହ ହୋଇଛି । କନ୍ୟା କହିଛନ୍ତି; ତରୁଣ ସହ ବିବାହ କରିବାରେ କୌଣସି ଅସୁବିଧା ନାହିଁ । ତରୁଣ କହିଛି; ଜଣେ ଝିଅ ରାହୁଲ ଉପରେ ଗମ୍ଭୀର ଆରୋପ ଲଗାଇଛି, ପୋଲିସ ଏହାର ଯାଞ୍ଚ କରୁଛି । ବିବାହର ସମସ୍ତ ପ୍ରସ୍ତୁତି ସରିଛି ଏବଂ କୌଣସି ପରିସ୍ଥିତିରେ ମଧ୍ୟ ବିବାହ ରୋକା ଯାଇ ପାରିବ ନାହିଁ ।

କନ୍ୟାଙ୍କ ମାମୁ କହିଛନ୍ତି; ମୁଁ ମୋ ଭାଣିଜୀକୁ ଛୋଟ ବେଳୁ ଲାଳନ ପାଳନ କରୁଛି । ଆମେ ଦୁଇ ଭାଇ ମିଶି ଏହି ପ୍ରସ୍ତାବ ଠିକ କରିଥିଲୁ । କିନ୍ତୁ ଶନିବାର ଦିନ ରାହୁଲର ଅସଲ ଚେହେରା ସାମ୍ନାକୁ ଆସି ଯାଇଛି । ଯାହାପରେ ପରିବାର ଲୋକେ ବିଳମ୍ବ ରାତିରେ ତରୁଣ ଏବଂ କନ୍ୟାର ଭେଟ କରାଇଥିଲେ । ଭେଟଘାଟ ପରେ ଦୁହେଁ ବିବାହ ପାଇଁ ରାଜି ହୋଇଥିଲେ । ବିବାହ ସ୍ଥିର ହୋଇଥିବା ତିଥିରେ ହେବ ।