PNB ନେଇ ଆସିଛି 111/222/333/ ଦିନର ଫିକ୍ସ ଡିପୋଜିଟ ସ୍କିମ

Spread the love

ଯଦି ଆପଣ ପଞ୍ଜାଵ ନ୍ୟାସନାଲ୍ ବ୍ୟାଙ୍କର ଗ୍ରାହକ ଅଟନ୍ତି, ତା’ହେଲେ ଏହି ଖବର ଆପଣଙ୍କ ପାଇଁ ଖାସ୍ ଅଟେ । ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ନିଜର ଗ୍ରାହକମାନଙ୍କ ପାଇଁ ନୂଆ ଫିକ୍ସ ଡିପୋଜିଟ୍ ସ୍କିମ ଆରମ୍ଭ କରିଛି । PNB ନୂଆ ମେଚ୍ୟୁରେଟି ପିରିୟଡ଼ 111 ଦିନ, 222 ଦିନ ଓ 333 ଦିନର ସୁଗମ ପ୍ଲସ ଟର୍ମ ଡିପୋଜିଟ ସ୍କିମ ଆରମ୍ଭ କରିଛନ୍ତି ।

ଆପଣଙ୍କୁ ଜଣାଇଛୁ ଯେ, ଏହି ଏଫଡିର ସବୁଠାରୁ ଖାସ୍ କଥା ଏହା ଯେ ଏଥିମଧ୍ୟରୁ 333 ଦିନର ଏଫଡ଼ିରେ ବ୍ୟାଙ୍କ ସାଧାରଣ ନାଗରିକଙ୍କୁ ଅଧିକ ସୁଧ ଦେବ । ଏହି ସ୍କିମ ବିଷୟରେ ଆହୁରି ଅଧିକ କିଛି ଜାଣିବା ଚାଲନ୍ତୁ ।

ମିନିମମ୍ ଡିପୋଜିଟ୍ :-

ଆମେ କହି ରଖୁଛୁ ଯେ, PNB ସୁଗମ ପ୍ଲସ 111/222/333/ ସ୍କିମରେ ଆପଣଙ୍କ ଆକାଉଣ୍ଟରେ ମିନିମମ୍ ଆପଣ 10,000 ଟଙ୍କା ଡିପୋଜିଟ କରି ପାରିବେ । ଆଉ ଅଧିକତମ ରାଶିର 10 କୋଟି ଟଙ୍କା ଯାଏଁ ନିବେଶ କରି ପାରିବେ ।

ସୁଧ ଦର:-

ଆପଣ ଏହି ସ୍କିମରେ ଅଲଗା ଅଲଗା ମେଚ୍ୟୁରେଟି ପିରିୟଡ଼ ପାଇଁ ଅଲଗା ଅଲଗା ସୁଧ ଦର ଫିକ୍ସ କରାଯାଇଛି ।

111 ଦିନ ଏଫଡ଼ି ପାଇଁ ବ୍ୟାଙ୍କ ସାମାନ୍ୟ ନାଗରିକଙ୍କୁ 6.50% ଆଉ ବିଶିଷ୍ଟ ନାଗରିକଙ୍କୁ 7% ଦରରେ ସୁଧ ଦେବ ।

222 ଦିନ ଏଫଡ଼ି ପାଇଁ ବ୍ୟାଙ୍କ ସାମାନ୍ୟ ନାଗରିକଙ୍କୁ 6.60% ଆଉ ବରିଷ୍ଠ ନାଗରିକଙ୍କୁ 7.1% ଦରରେ ସୁଧ ଦେବ ।

333 ଦିନ ଏଫଡ଼ି ପାଇଁ ବ୍ୟାଙ୍କ ସାମାନ୍ୟ ନାଗରିକଙ୍କୁ 7.10% ଆଉ ବରିଷ୍ଠ ନାଗରିକଙ୍କୁ 7.6 % ଦରରେ ସୁଧ ଦେବ ।

ଡିପୋଜିଟର ପିରିୟଡ଼:-

ଯେମିତି ଆମେ ପ୍ରଥମେ କହିଛୁ ଯେ PNBର ଏହି ସ୍କିମରେ ମେଚ୍ୟୁରେଟି ପିରିୟଡ଼ 111/ 222/ 333/ ଦିନ ଅଟେ । ଆପଣଙ୍କୁ ଜଣାଇଦେଉଛୁ ଯେ, ଏହି ସ୍କିମରେ ପ୍ରି-ମେଚ୍ୟୁରେଟି ଉଇତ୍-ଡ୍ରର ସୁବିଧା ନାହିଁ । ଏହା ଛଡା ଏଥିରେ ଏଫଡ଼ି ପୁରା ହେଲା ପରେ ହିଁ ପଇସା ବାହାର କରିହେବ । ଆଉ ଏଠାରେ ପ୍ରି-ମେଚ୍ୟୁଅର କନସିଲେସନ୍ ଉପରେ 1% ସୁଧ ଦରରେ ପେନେଲ୍ଟି ଲାଗିବ ।

ନୋମିନେସନ:-

ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ସ୍କିମରେ ନୋମିନେସନ୍ ର ସୁବିଧା ଉପଲବ୍ଧ ଅଛି । ଆପଣ ଅଧିକ ଜାଣିବା ପାଇଁ PNBର ୱେବ୍ସାଇଟ କିମ୍ବା କୌଣସି ନିକଟତର ବ୍ରାଞ୍ଚ ଯାଇ ସମ୍ପର୍କ କରିପାରନ୍ତି ।